ସୂର୍ଯ୍ୟ ପାତ୍ରଙ୍କ ପୁଅକୁ ସିବିଆଇର ପଚରାଉଚରା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଚିଟ୍‌ଫଣ୍ଡ୍‌ ଲିଙ୍କରେ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ରଙ୍କ ପୁଅ ବିପ୍ଲବଙ୍କୁ ସିବିଆଇ ପଚରାଉଚରା କରିଛି। ବିପ୍ଲବ ନିଜ ଅଫିସ୍‌ରେ ଲଗାଇଥିବା ଏକାଧିକ କମ୍ପ୍ୟୁଟର୍‌ର ବିଲ୍ ଚିଟ୍‌ଫଣ୍ଡ୍ ସଂସ୍ଥା ଅର୍ଥତତ୍ତ୍ୱ (ଏଟି) ଆକାଉଣ୍ଟରୁ ପୈଠ ହୋଇଥିବା ସିବିଆଇ ସୁରାକ ପାଇଥିଲା। ଏହାପରେ ସିବିଆଇ ଅଧିକାରୀ ତାଙ୍କ ଅଫିସ୍‌କୁ ଯାଇ ଯାଞ୍ଚ କରିଥିଲେ। ପରେ ତାଙ୍କୁ ହାଜର ହେବା ଲାଗି ସମନ ଜାରି କରାଯାଇଥିଲା। ଅନ୍ୟପକ୍ଷରେ ଜଣେ ପ୍ରତିଷ୍ଠିତ ବିଲ୍‌ଡର୍ ଓ  ହୋଟେଲ ମାଲିକଙ୍କୁ ମଧ୍ୟ ସିବିଆଇ ଜେରା […]

Minister’s-Son-Quizzed-By-CBI-In-Chit-Fund -Scam

Rakesh Mallick
  • Published: Friday, 13 July 2018
  • , Updated: 13 July 2018, 05:47 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଚିଟ୍‌ଫଣ୍ଡ୍‌ ଲିଙ୍କରେ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ରଙ୍କ ପୁଅ ବିପ୍ଲବଙ୍କୁ ସିବିଆଇ ପଚରାଉଚରା କରିଛି। ବିପ୍ଲବ ନିଜ ଅଫିସ୍‌ରେ ଲଗାଇଥିବା ଏକାଧିକ କମ୍ପ୍ୟୁଟର୍‌ର ବିଲ୍ ଚିଟ୍‌ଫଣ୍ଡ୍ ସଂସ୍ଥା ଅର୍ଥତତ୍ତ୍ୱ (ଏଟି) ଆକାଉଣ୍ଟରୁ ପୈଠ ହୋଇଥିବା ସିବିଆଇ ସୁରାକ ପାଇଥିଲା। ଏହାପରେ ସିବିଆଇ ଅଧିକାରୀ ତାଙ୍କ ଅଫିସ୍‌କୁ ଯାଇ ଯାଞ୍ଚ କରିଥିଲେ। ପରେ ତାଙ୍କୁ ହାଜର ହେବା ଲାଗି ସମନ ଜାରି କରାଯାଇଥିଲା।

ଅନ୍ୟପକ୍ଷରେ ଜଣେ ପ୍ରତିଷ୍ଠିତ ବିଲ୍‌ଡର୍ ଓ  ହୋଟେଲ ମାଲିକଙ୍କୁ ମଧ୍ୟ ସିବିଆଇ ଜେରା କରିଥିବା ସୂଚନା ମିଳିଛି।

ସୂର୍ଯ୍ୟ କହିଲେ ସିବିଆଇ ମୋତେ କିଛି କହିଲା ନାହିଁ

ପୁଅକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ରା। ସେ କହିଛନ୍ତି- ‘ଏ ନେଇ ମୋ ପାଖରେ କିଛି ଖବର ନାହିଁ, ଖବରକାଗଜରୁ ପଢ଼ି ଜାଣିଲି। ଏନେଇ ସିବିଆଇ ସହ କଥା ହୋଇଥିଲି। ସେମାନେ କିଛି କହିଲେନି।”

 

Related story