ବିଷ ପିଇଦେଲା ନାବାଳକ, କହିଲା- ମୋ’ ଭାଇ ଚାଲିଗଲା, ମୁଁ କାହିଁକି ବଞ୍ଚିବି

ବଲାଙ୍ଗିର(ଘଟେଶ୍ୱର ମିଶ୍ର): ଯେଉଁ ବଡ଼ ଭାଇକୁ ନିଜ ଜୀବନଠୁ ଅଧିକ ଭଲ ପାଉଥିଲା, ତାହାର ଅଚାନକ ମୃତ୍ୟୁକୁ ସହଜେ ଗ୍ରହଣ କରିପାରିଲାନି ସାନଭାଇ।  ମୁଣ୍ଡରେ ପଡ଼ିଲା ଚଡ଼କ । ଫଳରେ ବଡ଼ ଭାଇର କୋକେଇ ନ ଉଠୁଣୁ ନିଜେ ବି ବିଷ ପିଇଦେଲା ୧୪ ବର୍ଷୀୟ ସାନ ଭାଇ । ଗୋଟିଏ ପଟେ ବଡ଼ ପୁଅର ମୃତଦେହ ଘରେ ପହଞ୍ଚି ନ ଥିବା ବେଳେ ସାନ ପୁଅ ହସ୍ପିଟାଲରେ ମୃତ୍ୟୁ ସହ ସଂଘର୍ଷ କରୁଛି। ଏପରି ଅଭାବନୀୟ […]

bro

  • Published: Thursday, 28 July 2022
  • , Updated: 29 July 2022, 08:20 AM IST

ବଲାଙ୍ଗିର(ଘଟେଶ୍ୱର ମିଶ୍ର): ଯେଉଁ ବଡ଼ ଭାଇକୁ ନିଜ ଜୀବନଠୁ ଅଧିକ ଭଲ ପାଉଥିଲା, ତାହାର ଅଚାନକ ମୃତ୍ୟୁକୁ ସହଜେ ଗ୍ରହଣ କରିପାରିଲାନି ସାନଭାଇ।  ମୁଣ୍ଡରେ ପଡ଼ିଲା ଚଡ଼କ । ଫଳରେ ବଡ଼ ଭାଇର କୋକେଇ ନ ଉଠୁଣୁ ନିଜେ ବି ବିଷ ପିଇଦେଲା ୧୪ ବର୍ଷୀୟ ସାନ ଭାଇ । ଗୋଟିଏ ପଟେ ବଡ଼ ପୁଅର ମୃତଦେହ ଘରେ ପହଞ୍ଚି ନ ଥିବା ବେଳେ ସାନ ପୁଅ ହସ୍ପିଟାଲରେ ମୃତ୍ୟୁ ସହ ସଂଘର୍ଷ କରୁଛି। ଏପରି ଅଭାବନୀୟ ଓ ହୃଦୟ ବିଦାୟକ ଘଟଣା  ବଲାଙ୍ଗିର ଜିଲ୍ଲା ବେଲପଡା ଥାନା କୁମ୍ଭାରଖାନ ଗାଁରେ ଘଟିଛି।

ମୃତକ ହେଲେ କୁମ୍ଭାରଖାନ ଗାଁର ଅଶ୍ୱିନୀ ପୁଟେଲଙ୍କ ବଡ଼ ପୁଅ ୨୫ ବର୍ଷୀୟ ଦୀପକ ପୁଟେଲ । ବିଷ ପିଇ ଗୁରୁତର ହୋଇଛନ୍ତି ତାଙ୍କ ସାନ ପୁଅ ବିଶ୍ୱଜିତ ପୁଟେଲ । ଦୁଇ ପୁଅଙ୍କୁ ନେଇ ସୁଖର ସଂସାର କରିଥିବା ଅଶ୍ୱିନୀଙ୍କ ମୁଣ୍ଡରେ ହଠାତ୍‌ ଚଡ଼କ ପଡ଼ିଥିବା ବେଳେ  ଛାରଖାର ହୋଇଗଲା ତାଙ୍କ ସୁନାର ସଂସାର।

ଗତକାଲି ସନ୍ଧ୍ୟାରେ ଦୀପକ ପୁଟେଲ ଝାଙ୍କ୍ରିପାଲି ଗାଁ ନିକଟରେ ଥିବା ଛେଲିଆମାଲ ଡ୍ୟାମକୁ ମାଛ ମାରିବାକୁ ଯାଇଥିଲେ । ପାଣି ଭିତରେ ପଶି ମାଛ ମାରୁଥିବା ସମୟରେ ଆଉ ବାହାରକୁ ବାହାରିପାରିନଥିଲେ । ପରିବାର ଲୋକେ ବହୁ ଖୋଜାଖୋଜି ପରେ ବି ତାଙ୍କ ସନ୍ଧାନ ପାଇ ନ ଥିଲେ। ଆଜି ଭୋରରୁ ତାଙ୍କ ମୃତଦେହ ପାଣିରେ ଭାସୁଥିଲା । ସ୍ଥାନୀୟ ଲୋକେ ଶବକୁ ଉଦ୍ଧାର କରି ବେଲପଡା ପୁଲିସକୁ ଖବର ଦେଇଥିଲେ । ପୁଲିସ୍‌ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

ବଡଭାଇ ଦୀପକଙ୍କ ମୃତ୍ୟୁ ଖବର ଶୁଣି ଦୁଃଖରେ ଭାଙ୍ଗି ପଡ଼ିଲେ ବିଶ୍ୱଜିତ । ବଡ଼ ଭାଇ ଆଉ ନ ଥିବାରୁ ବଞ୍ଚିବା ଅପେକ୍ଷା ଜୀବନ ହାରିବାକୁ ନିଷ୍ପତ୍ତି ନେଲେ।  ଏହାପରେ ସେ ଘରେ ଥିବା ବିଷ ପିଇ ଦେଇଥିଲେ । ବିଷର ଜ୍ୱାଳା ସହି ନ ପାରି ଯନ୍ତ୍ରଣାରେ ଛଟପଟ ହେବାରୁ ପରିବାର ଲୋକେ ଗୁରୁତର ଅବସ୍ଥାରେ ତାଙ୍କୁ ପାଟଣାଗଡ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି।

ଭାଇ-ଭାଇ  ମଧ୍ୟରେ କଳହ ଘଟି ହଣାହଣି ଯାଏ କଥା ଯାଉଥିବା ବେଳେ ଏଠାରେ ଜଣଙ୍କ ମୃତ୍ୟୁ ଖବର ଶୁଣି ଆଉ ଜଣେ ଜୀବନ ହାରିବାକୁ ଉଦ୍ୟତ ହେବା ଖବର ଶୁଣି ବାକ୍‌ଶୂନ୍ୟ ହୋଇଯାଇଛନ୍ତି ସ୍ଥାନୀୟ ଲୋକେ । ସମସ୍ତଙ୍କ ଆଖିରୁ ଲୁହ ଗଡ଼ୁଥିବା ବେଳେ ବିଶ୍ୱଜିତ କିପରି ସୁସ୍ଥ ହୋଇ ଘରକୁ ଫେରିବେ ସେ ନେଇ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି।

Related story