କଟକ(ଓଡ଼ିଶା ରିପୋର୍ଟର) ବିଦ୍ୟୁତ୍ ଖୁଣ୍ଟ ପଡ଼ି ନାବାଳକ ମୃତ। ଏଭଳି ଅଭାବନୀୟ ଘଟଣା ଘଟିଛି କଟକ ସଦର ଥାନା ନୂଆଗଡ଼ ଗାଁରେ । ବାତ୍ୟା ପରେ ବିଜୁଳି ସଂଯୋଗ ପାଇଁ ଗ୍ରାମବାସୀଙ୍କ ଉଦ୍ୟମରେ ବିଦ୍ୟୁତ୍ ଖୁଣ୍ଟ ପୋତା ଯାଉଥିଲା ବେଳେ ଖୁଣ୍ଟ ପଡ଼ି ନାବାଳକ ଜଣକ ଗୁରୁତର ହୋଇଥିଲେ।
ତାଙ୍କୁ କଟକ ବଡ଼ ମେଡିକାଲକୁ ଅଣାଯାଇଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ଏନେଇ ପରିବାର ଲୋକଙ୍କ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ। ମୃତ ନାବାଳକର ଘର ତେନ୍ତୁଳିନାଳି ଗାଁରେ। ସେ ତାଙ୍କ ମାମୁଘର ବୁଲିବାକୁ ଆସିଥିବା ବେଳେ ଏଭଳି ଅଘଟଣ ଘଟିଛି ।