ଆଈ ସହ ବିଲକୁ ଯାଉଥିବା ବେଳେ…

କଲ୍ୟାଣସିଂପୁର(ମାଉଡି ବାରିକ): ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ୍ ବେଳକଣା ଗାଁରେ ବାଇକ୍ ଧକ୍କାରେ ଜଣେ ବାଳକଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ସିର୍ଦ୍ଧଋଷି ସିଂ। ତାଙ୍କ ଘର କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ୍ ରାମଜିପୁଟରେ। ତାଙ୍କୁ ଗୁରୁତର ଅବସ୍ଥାରେ ସକରପାଇ ପ୍ରାଥମିକ ଚିକତ୍ସାକେନ୍ଦ୍ର ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ଆଜି ସକାଳେ ସିର୍ଦ୍ଧଋଷି ଆଈମାଙ୍କ ସହିତ ଧାନ ବିଲକୁ ଯାଉଥିଲା। ଏ ସମୟରେ ଏକ ବାଇକ୍ ତାଙ୍କୁ ଧକ୍କା ଦେଇଥିଲା। ଅଜା ଘରେ […]

tyyyooooo

Tapaswini Nayak
  • Published: Tuesday, 26 February 2019
  • , Updated: 26 February 2019, 01:55 PM IST

କଲ୍ୟାଣସିଂପୁର(ମାଉଡି ବାରିକ): ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ୍ ବେଳକଣା ଗାଁରେ ବାଇକ୍ ଧକ୍କାରେ ଜଣେ ବାଳକଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ସିର୍ଦ୍ଧଋଷି ସିଂ। ତାଙ୍କ ଘର କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ୍ ରାମଜିପୁଟରେ। ତାଙ୍କୁ ଗୁରୁତର ଅବସ୍ଥାରେ ସକରପାଇ ପ୍ରାଥମିକ ଚିକତ୍ସାକେନ୍ଦ୍ର ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି।

ଆଜି ସକାଳେ ସିର୍ଦ୍ଧଋଷି ଆଈମାଙ୍କ ସହିତ ଧାନ ବିଲକୁ ଯାଉଥିଲା। ଏ ସମୟରେ ଏକ ବାଇକ୍ ତାଙ୍କୁ ଧକ୍କା ଦେଇଥିଲା। ଅଜା ଘରେ ଏକ ବାହାଘର ଥିବାରୁ ସିର୍ଦ୍ଧଋଷି ବାପାମା’ଙ୍କ ବେଳକଣା ଆସିଥିଲେ। ପୁଲିସ୍‌ ଘଟଣାର ତଦନ୍ତ କରୁଛି।

Related story