ନାବାଳକ ନିଖୋଜ, ପିଲାଚୋରଙ୍କ ଉପରେ ସନ୍ଦେହ, ସନ୍ଧାନ ମିଳିଲେ ଏହି ନମ୍ବରରେ ଦିଅନ୍ତୁ ଖବର

ନବରଙ୍ଗପୁର (କାର୍ତ୍ତିକ ମଲ୍ଲିକ): ନବରଙ୍ଗପୁର ଜିଲ୍ଲା ଉମରକୋଟ ନିକଟ ଏକ ଗାଁରୁ ଜଣେ ନାବାଳକ ନିଖୋଜ ହେବା ନେଇ ପରିବାର ପକ୍ଷରୁ ଥାନାରେ ଏତଲା ଦିଆଯାଇଛି। ଏହାକୁ ନେଇ ସମଗ୍ର ଅଂଚଳରେ ଚର୍ଚ୍ଚା ଲାଗିରହିଛି। ଏହା ଅନ୍ୟ ରାଜ୍ୟରୁ ଆସିଥିବା ପିଲାଚୋରଙ୍କ କାମ ବୋଲି ଅଂଚଳରେ ଲୋକେ ବିଶ୍ୱାସ କରୁଛନ୍ତି। ପ୍ରକାଶ ଥାଉକି ରାଇଘର ବ୍ଲକ୍ ଡୁମୁରିମୁଣ୍ଡା ଗାଁର ସଞ୍ଜୟ ରାୟଙ୍କ ବଡ଼ପୁଅ ୧୭ ବର୍ଷୀୟ ସୁଶାନ୍ତ ରାୟ ଗତ କିଛିଦିନ ହେଲା ଉମରକୋଟ ବ୍ଲକ୍ ୟୁ.ଭି-୯ […]

nikhoj

Ordigital Desk
  • Published: Thursday, 31 May 2018
  • , Updated: 31 May 2018, 09:00 PM IST

ନବରଙ୍ଗପୁର (କାର୍ତ୍ତିକ ମଲ୍ଲିକ): ନବରଙ୍ଗପୁର ଜିଲ୍ଲା ଉମରକୋଟ ନିକଟ ଏକ ଗାଁରୁ ଜଣେ ନାବାଳକ ନିଖୋଜ ହେବା ନେଇ ପରିବାର ପକ୍ଷରୁ ଥାନାରେ ଏତଲା ଦିଆଯାଇଛି। ଏହାକୁ ନେଇ ସମଗ୍ର ଅଂଚଳରେ ଚର୍ଚ୍ଚା ଲାଗିରହିଛି। ଏହା ଅନ୍ୟ ରାଜ୍ୟରୁ ଆସିଥିବା ପିଲାଚୋରଙ୍କ କାମ ବୋଲି ଅଂଚଳରେ ଲୋକେ ବିଶ୍ୱାସ କରୁଛନ୍ତି।

ପ୍ରକାଶ ଥାଉକି ରାଇଘର ବ୍ଲକ୍ ଡୁମୁରିମୁଣ୍ଡା ଗାଁର ସଞ୍ଜୟ ରାୟଙ୍କ ବଡ଼ପୁଅ ୧୭ ବର୍ଷୀୟ ସୁଶାନ୍ତ ରାୟ ଗତ କିଛିଦିନ ହେଲା ଉମରକୋଟ ବ୍ଲକ୍ ୟୁ.ଭି-୯ ପୁଜାରୀଗୁଡ଼ା ଗାଁରେ ଥିବା ନିଜ ଜେଜେମା ଘରକୁ ବୁଲି ଯାଇଥିଲେ। ଦୀର୍ଘ ଏକ ମାସ କାଳ ରହିବା ପରେ ଗତ ଶନିବାର ଦିନ ନିଜ ଘର ଡୁମୁରିମୁଣ୍ଡା ଅଭିମୁଖେ ବାହାରି ପୁଜାରୀଗୁଡା ଛକ ନିକଟରେ ଗାଡି ଅପେକ୍ଷାରେ ବସିଥିଲେ। କିନ୍ତୁ ସଂଧ୍ୟା ପରେ ମଧ୍ୟ ସୁଶାନ୍ତ ଘରେ ନ ପହଂଚିବାରୁ ପରିବାର ଲୋକେ ବ୍ୟସ୍ତ ହୋଇ ନିଜ ସଂପର୍କୀୟ ମାନଙ୍କ ସହଯୋଗରେ ବିଭିନ୍ନ ଅଂଚଳକୁ ଯାଇ ଖୋଜାଖୋଜି କରିଥିଲେ। କିନ୍ତୁ ପୁଅକୁ ପାଇ ନଥିଲେ।

ତେଣୁ ପରିବାର ପକ୍ଷରୁ ଉମରକୋଟ ଥାନାରେ ଲିଖିତ ଅଭିଯୋଗ କରାଯାଇଛି। ବିଗତ କିଛିଦିନ ଧରି ସମଗ୍ର ରାଜ୍ୟରେ ପିଲା  ଚୋର ଗୁଜବକୁ ନେଇ ଅଘଟଣ ଘଟୁଛି। ଲୋକେ ସନ୍ଦେହରେ ଅଣଓଡ଼ିଆ ଲୋକଙ୍କୁ ବାଡ଼ାପିଟା କରୁଛନ୍ତି। ତେଣୁ ପୁଅର ନିଖୋଜ ପଛରେ ମଧ୍ୟ ସେମିତି କିଛି ଘଟିଥାଇ ପାରେ ବୋଲି ପରିବାର ଲୋକେ ଆଶଙ୍କା କରୁଛନ୍ତି। ସୁଶାନ୍ତଙ୍କର କୌଣସି ସଂଧାନ ପାଇଲେ ଦୟାକରି 9777298083 ଫୋନ ନମ୍ବରରେ ଜଣାଇବାକୁ ପରିବାର ଲୋକେ ଅନୁରୋଧ କରିଛନ୍ତି।

Related story