ନାବାଳକ ସ୍କୁଟି ଚାଳକକୁ ୨୬ ହଜାର ଟଙ୍କାର ଫାଇନ୍

ଭୁବେନଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱରେ ଜଣେ ନାବାଳକକୁ ସ୍କୁଟି ଚଲାଇବା ପଡିଲା ମହଙ୍ଗା । କଟିଲା ମୋଟା ଅଙ୍କର ଫାଇନ। ଟ୍ରାଫିକ ଆଇନ ଉଲ୍ଲଙ୍ଘନ ଅଭିଯୋଗରେ ୨୬ ହଜାର ଟଙ୍କାର ଫାଇନ କାଟିଲେ ପୁଲିସ ବାବୁ । ଭୁବନେଶ୍ୱର ଖଣ୍ଡଗିରି ଛକ ଠାରେ ଏଭଳି ଫାଇନ୍ କରିଛି କମିଶନରେଟ ପୁଲିସ । ଗାଡି ଚାଳକ ଜଣକ ନାବାଳକ ହୋଇଥିବା ବେଳେ ତାଙ୍କ ପଛରେ ବସିଥିବା ବ୍ୟକ୍ତି ଜଣକ ହେଲମେଟ ପିନ୍ଧି ନଥିଲେ । ନାବାଳକ ଥାଇ ଗାଡି ଚଳାଉଥିବା, […]

minor-get-fined

Madhupriya Mistry
  • Published: Wednesday, 09 December 2020
  • , Updated: 09 December 2020, 12:53 PM IST

ଭୁବେନଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱରେ ଜଣେ ନାବାଳକକୁ ସ୍କୁଟି ଚଲାଇବା ପଡିଲା ମହଙ୍ଗା । କଟିଲା ମୋଟା ଅଙ୍କର ଫାଇନ। ଟ୍ରାଫିକ ଆଇନ ଉଲ୍ଲଙ୍ଘନ ଅଭିଯୋଗରେ ୨୬ ହଜାର ଟଙ୍କାର ଫାଇନ କାଟିଲେ ପୁଲିସ ବାବୁ । ଭୁବନେଶ୍ୱର ଖଣ୍ଡଗିରି ଛକ ଠାରେ ଏଭଳି ଫାଇନ୍ କରିଛି କମିଶନରେଟ ପୁଲିସ ।

ଗାଡି ଚାଳକ ଜଣକ ନାବାଳକ ହୋଇଥିବା ବେଳେ ତାଙ୍କ ପଛରେ ବସିଥିବା ବ୍ୟକ୍ତି ଜଣକ ହେଲମେଟ ପିନ୍ଧି ନଥିଲେ । ନାବାଳକ ଥାଇ ଗାଡି ଚଳାଉଥିବା, ଡ୍ରାଇଭିଂ ଲାଇସେନ୍ସ ନଥିବା ଏବଂ ବିନା ହେଲମେଟରେ ଗାଡି ଚଳାଇବା ପାଇଁ ପୁଲିସ ତାଙ୍କୁ ୨୫ ହଜାର ଟଙ୍କା ଫାଇନ କରିଛି । ଏଥିସହ ପଛରେ ବସିଥିବା ବ୍ୟକ୍ତି ଜଣକ ହେଲମେଟ ପିନ୍ଧିନଥିବାରୁ ଆଉ ୧ ହଜାର ଟଙ୍କା ଜରିମାନା କରିଛି ଟ୍ରାଫିକ ପୁଲିସ ।

Related story