ବାପା ଆଗରୁ ନାବାଳିକା ଝିଅକୁ ଟେକିନେଲେ, ତା’ପରେ…

Ordigital Desk
  • Published: Monday, 02 July 2018
  • , Updated: 02 July 2018, 09:07 AM IST
<p>ଫୁଲବାଣୀ(ତ୍ରିନାଥ ସାହୁ): ଦିବ୍ୟାଙ୍ଗ ବାପା ସମ୍ମୁଖରୁ ନାବାଳିକା ଝିଅକୁ ଟେକିନେଇ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି।। ଏହି ଅଭିଯୋଗ ଆସିଛି କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଥାନା ଅଞ୍ଚଳରୁ।</p> <p>ସୂଚନା ଅନୁସାରେ, ନାବାଳିକା ଜଣକ ତାଙ୍କ ବାପାଙ୍କ ସହିତ ଦାରିଙ୍ଗବାଡିକୁ ଜାତିଗତ ପ୍ରମାଣ ପତ୍ର ଆବେଦନ କରିବା ପାଇଁ ଆସିଥିଲେ। ସେମାନେ ଦାରିଙ୍ଗବାଡ଼ିରୁ ଏକ ଅଟୋରେ ପର୍ତମାହା ଗାଁ ନିକଟ ଛକ ପର୍ଯ୍ୟନ୍ତ ଯାଇଥିଲେ। ସେଠାରୁ&nbsp; ଓହ୍ଲାଇ&nbsp; ନିଜ ଗ୍ରାମକୁ&nbsp; ଜଙ୍ଗଲ ରାସ୍ତାରେ ଚାଲି ଚାଲି ଯାଉଥିବା ବେଳେ ଏକ ନିଛାଟିଆ ଜାଗା ଦେଖି ଦୁଇ ଜଣ ନାବାଳକ ନାବାଳିକା ଝିଅକୁ ଜଙ୍ଗଲରୁ ଉଠାଇ ନେଇ ଗଣଦୁଷ୍କର୍ମ କରିଥିଲେ। ଝିଅର ବାପା ପାଟି କରିବାରୁ କିଛି ଗାଁ ଲୋକ ସେଠାରେ ପହଞ୍ଚି &nbsp;ନାବାଳିକାକୁ ଉଦ୍ଧାର କରିଥିଲେ। ତେବେ ଘଟଣାସ୍ଥଳରୁ ୨ ନାବାଳକ ଫେରାର୍ ହୋଇଯାଇଥିବା ଜଣାପଡ଼ିଛି।</p> <p>ଏନେଇ ନାବାଳିକାର ବାପା ଦାରିଙ୍ଗବାଡ଼ି ଥାନାରେ ଏତଲା ଦେବା ପରେ ପୋଲିସ ଏକ ଗଣ ଦୁଷ୍କର୍ମ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଧରିବାକୁ ଚେଷ୍ଟା ଚଲାଇଛି। ପୀଡିତାର ଡାକ୍ତରୀମାଇନା ପାଇଁ ଫୁଲାବାଣୀ ଜିଲ୍ଳା ମୁଖ୍ୟ ଡାକ୍ତରଖାନାକୁ ପଠାଇ ଦିଆଯାଇଥିବା ଥାନା ଅଧିକାରୀ ତୁଷାରକାନ୍ତ ମହାପାତ୍ର ସୂଚନା ଦେଇଛନ୍ତି।</p>

Related story