୩ ସପ୍ତାହ ହେଲା କାଶ ଛାଡ଼ୁନି, ମେଡିକାଲରେ ଭର୍ତ୍ତି ନାବାଳିକା

ପୁରୀ(ଓଡ଼ିଶା ରିପୋର୍ଟର): ପୁରୀ ସଦର ମେଡିକାଲରେ ‘କରୋନା’ ସନ୍ଦିଗ୍ଧ ବିଦେଶୀ ନାବାଳିକା। ୟୁରୋପ୍‌ ଲିଥୁଆନିଆର ଏହି ନାବାଳିକାଙ୍କୁ ଦୀର୍ଘ ୩ ସପ୍ତାହ ହେଲା ଥଣ୍ଡା କାଶ ହେଉଥିଲା। ଆଜି ତାଙ୍କୁ ତାଙ୍କର ଦୁଇ ସମ୍ପର୍କୀୟ ଏକ ବେସରକାରୀ ମେଡିକାଲକୁ ନେଇଥିଲେ। ସେଠାରୁ ତାଙ୍କୁ ପୁରୀ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ପରେ ନାବାଳିକାଙ୍କୁ ସଦର ମେଡିକାଲରେ ଭର୍ତ୍ତି କରାଯାଇଛି। ତାଙ୍କୁ ଏବେ ଆଇସୋଲେସନ ଓ୍ୱାର୍ଡରେ ରଖାଯାଇ ଚିକିତ୍ସା କରାଯାଉଛି। ନାବାଳିକା ଜଣକ ଦୁଇ ସମ୍ପର୍କୀୟଙ୍କ ସହ ଶ୍ରୀକ୍ଷେତ୍ର […]

corona

Manoranjan Sial
  • Published: Saturday, 14 March 2020
  • , Updated: 14 March 2020, 05:14 PM IST

ପୁରୀ(ଓଡ଼ିଶା ରିପୋର୍ଟର): ପୁରୀ ସଦର ମେଡିକାଲରେ ‘କରୋନା’ ସନ୍ଦିଗ୍ଧ ବିଦେଶୀ ନାବାଳିକା। ୟୁରୋପ୍‌ ଲିଥୁଆନିଆର ଏହି ନାବାଳିକାଙ୍କୁ ଦୀର୍ଘ ୩ ସପ୍ତାହ ହେଲା ଥଣ୍ଡା କାଶ ହେଉଥିଲା। ଆଜି ତାଙ୍କୁ ତାଙ୍କର ଦୁଇ ସମ୍ପର୍କୀୟ ଏକ ବେସରକାରୀ ମେଡିକାଲକୁ ନେଇଥିଲେ। ସେଠାରୁ ତାଙ୍କୁ ପୁରୀ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ପରେ ନାବାଳିକାଙ୍କୁ ସଦର ମେଡିକାଲରେ ଭର୍ତ୍ତି କରାଯାଇଛି। ତାଙ୍କୁ ଏବେ ଆଇସୋଲେସନ ଓ୍ୱାର୍ଡରେ ରଖାଯାଇ ଚିକିତ୍ସା କରାଯାଉଛି। ନାବାଳିକା ଜଣକ ଦୁଇ ସମ୍ପର୍କୀୟଙ୍କ ସହ ଶ୍ରୀକ୍ଷେତ୍ର ବୁଲିବାକୁ ଆସିଥିଲେ।   

ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ‘କରୋନା’କୁ ମହାମାରୀ ରୂପେ ଘୋଷଣା ପରେ ଭୟର ବାତାବରଣ ଖେଳି ଯାଇଛି। ଓଡ଼ିଶାରେ ବର୍ତ୍ତମାନ ସୁଦ୍ଧା ବହୁ ସନ୍ଦିଗ୍ଧଙ୍କୁ ଆଇସୋଲେସନ୍‌ରେ ରଖାଯାଇ ଚିକିତ୍ସା କରାଯାଉଛି। ‘କରୋନା’ ଯେପରି ନବ୍ୟାପିବ, ସେଥିପାଇଁ ସତର୍କତା ମୂଳକ ନେବାକୁ ପରାମର୍ଶ ଦିଆଯାଇଛି। ଆଜିଠାରୁ ୩୧ ତାରିଖ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ସ୍କୁଲ, କଲେଜ, ଫିଲ୍ମହଲ୍‌ ଓ ୱାଟରପାର୍କ ବନ୍ଦ କରିଦିଆଯାଇଛି। ଏହାଛଡ଼ା କୌଣସି ଗୋଟିଏ ସ୍ଥାନରେ ରୁଣ୍ଡ ନହେବାକୁ ରାଜ୍ୟ ସରକାର ପରାମର୍ଶ ଦେଇଛନ୍ତି।

Related story