ପାଣି ମାଗିଲା ଯୌନ ରାକ୍ଷସ!

ଚୌଦ୍ଵାର(ପ୍ରକାଶ): ପାଣି ମାଗିଲା ଯୌନ ରାକ୍ଷସ! କୁନି ଝିଅଟି ଗାଁ ଦାଣ୍ଡର ଧୂଳି ଖେଳ ଛାଡ଼ି ଘର ଭିତରକୁ ଧାଇଁ ଯାଇଥିଲା ପାଣି ଆଣିବା ପାଇଁ। ସେ ପାଣି ଆଣୁଥିବା ବେଳେ ନିଶାରେ ଟଳମଳ ହେଉଥିବା ଯୌନ ରାକ୍ଷସ ତାକୁ ଅତି ନିର୍ଦ୍ଦୟ ଭାବେ ଦୁଷ୍କର୍ମ କରିଛି। ଯେତେ ନେହୁରା ହୋଇଥିଲେ ମଧ୍ୟ ଯୌନ ରାକ୍ଷସ କାନରେ ପଡ଼ିନଥିଲା କୁନି ଝିଅ କାନ୍ଦ। ଶେଷରେ ରକ୍ତାକ୍ତ କରି ଘର ଭିତରେ ଛାଡ଼ି ପଳାଇ ଯାଇଥିଲା ଅଭିଯୁକ୍ତ। ଏପରି […]

minor

minor

Manoranjan Sial
  • Published: Wednesday, 08 December 2021
  • Updated: 08 December 2021, 09:56 PM IST

Sports

Latest News

ଚୌଦ୍ଵାର(ପ୍ରକାଶ): ପାଣି ମାଗିଲା ଯୌନ ରାକ୍ଷସ! କୁନି ଝିଅଟି ଗାଁ ଦାଣ୍ଡର ଧୂଳି ଖେଳ ଛାଡ଼ି ଘର ଭିତରକୁ ଧାଇଁ ଯାଇଥିଲା ପାଣି ଆଣିବା ପାଇଁ। ସେ ପାଣି ଆଣୁଥିବା ବେଳେ ନିଶାରେ ଟଳମଳ ହେଉଥିବା ଯୌନ ରାକ୍ଷସ ତାକୁ ଅତି ନିର୍ଦ୍ଦୟ ଭାବେ ଦୁଷ୍କର୍ମ କରିଛି। ଯେତେ ନେହୁରା ହୋଇଥିଲେ ମଧ୍ୟ ଯୌନ ରାକ୍ଷସ କାନରେ ପଡ଼ିନଥିଲା କୁନି ଝିଅ କାନ୍ଦ। ଶେଷରେ ରକ୍ତାକ୍ତ କରି ଘର ଭିତରେ ଛାଡ଼ି ପଳାଇ ଯାଇଥିଲା ଅଭିଯୁକ୍ତ। ଏପରି ହୃଦୟବିଦାରକ ଘଟଣା କଟକ ଟାଙ୍ଗୀ ଅଞ୍ଚଳରେ ଘଟିଛି।

ବାପା ଓ ମାଆ କାମକୁ ଯାଇଥିବାରୁ ମଙ୍ଗଳବାର ଅପରାହ୍ନ ୪ଟାରୁ ସାଢ଼େ ୪ଟା ବେଳେ ଘର ବାହାରେ ଖେଳୁଥିଲା ୧୦ ବର୍ଷିୟ ନାବାଳିକା। ଏହି ସମୟରେ ନାବାଳିକାଙ୍କ ବାପାଙ୍କ ସାଙ୍ଗ ଘରକୁ ଆସିଥିଲେ। ମଦ ପିଇ ନିଶାରେ ଟଳମଳ ହେଉଥିଲେ। ପାଣି ପିଇବା ପାଇଁ ମାଗିଥିଲା। ଝିଅଟି ପାଣି ଆଣିବା ପାଇଁ ଘର ଭିତରକୁ ଯାଇଥିଲେ। ଅଭିଯୁକ୍ତ ମଦ୍ୟପ ବ୍ୟକ୍ତି ଜଣକ ତାଙ୍କ ପଛେ ପଛେ ଘର ଭିତରକୁ ଯାଇ ନାବାଳିକାକୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଫଳରେ ନାବାଳିକା ଜଣକ ସଂଜ୍ଞା ହରାଇଥିଲା।

ଝିଅଟି ମରିଯାଇଥିବା ଭାବି ଅଭିଯୁକ୍ତ ସେଠାରୁ ଚମ୍ପଟ ମାରିଥିଲା। ସନ୍ଧ୍ୟା ବେଳେ ନାବାଳିକାଙ୍କ ମାଆ ଘରକୁ ଫେରିଥିଲେ। ଠିକ୍‌ ସେତେବେଳେ ଝିଅ ଘର ଚଟାଣରେ ରକ୍ତାକ୍ତ ହୋଇ ପଡ଼ିଥିଲେ। ଝିଅର ଏପରି ଅବସ୍ଥା ଦେଖି ବିଚଳିତ ହୋଇ ପଡ଼ିଥିଲେ ମାଆ। ସଙ୍ଗେ ସଙ୍ଗେ ଗୁରୁତର ଅବସ୍ଥାରେ ଉଦ୍ଧାର କରି ତାକୁ ଟାଙ୍ଗୀ ମେଡ଼ିକାଲ୍‌ରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିବାରୁ କଟକ ବଡ଼ ମେଡ଼ିକାଲ୍‌କୁ ସ୍ଥାନାନ୍ତରିତ କରାଯାଇଲା।

ଆଜି ନାବାଳିକାଙ୍କ ବାପା-ମାଆ ଏନେଇ ଟାଙ୍ଗୀ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଏପର୍ଯ୍ୟନ୍ତ ଅଭିଯୁକ୍ତର ପତ୍ତା ପାଇନି ପୁଲିସ। ଅଭିଯୁକ୍ତକୁ ଧରିବା ପାଇଁ ପୁଲିସ୍‌ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos