ରେଳ ଲାଇନ କଡ଼ରୁ ଗୁରୁତର ନାବାଳିକା ଉଦ୍ଧାର ଘଟଣା: ପରିବାର ଲୋକେ ଆଣିଲେ ଗଣ ଦୁଷ୍କର୍ମ ଅଭିଯୋଗ

କଟକ(ଓଡ଼ିଶା ରିପୋର୍ଟର):ରେଳ ଲାଇନ କଡ଼ରୁ ଗୁରୁତର ନାବାଳିକା ଉଦ୍ଧାର ଘଟଣାରେ ମୋଡ଼ ବଦଳିଲା। ସମ୍ପୃକ୍ତ ନାବାଳିକାଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଆଜି ଅଭିଯୋଗ ହୋଇଛି। ଗଣଦୁଷ୍କର୍ମ ନେଇ କଟକ ସଦର ଥାନାରେ ଅଭିଯୋଗ କଲେ ପରିବାର ଲୋକେ। ଘଟଣା ଦିନ ରାତିରେ ବାହାରକୁ ଶୌଚ ପାଇଁ ଯାଇଥିଲେ ନାବାଳିକା। ସ୍ଥାନୀୟ ଅଞ୍ଚଳର ୨ ଜଣ ଯୁବକ ନାବାଳିକାକୁ ବଳପୂର୍ବକ ଉଠାଇ ଗଣବଳାତ୍କାର ପରେ ରେଳ ଲାଇନ କଡ଼ରେ ପକାଇ ପଳାଇଥିଲେ ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି। ଗୁରୁତର […]

s-9

Tapas Behera
  • Published: Wednesday, 15 May 2019
  • , Updated: 15 May 2019, 10:09 PM IST

କଟକ(ଓଡ଼ିଶା ରିପୋର୍ଟର):ରେଳ ଲାଇନ କଡ଼ରୁ ଗୁରୁତର ନାବାଳିକା ଉଦ୍ଧାର ଘଟଣାରେ ମୋଡ଼ ବଦଳିଲା। ସମ୍ପୃକ୍ତ ନାବାଳିକାଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଆଜି ଅଭିଯୋଗ ହୋଇଛି। ଗଣଦୁଷ୍କର୍ମ ନେଇ କଟକ ସଦର ଥାନାରେ ଅଭିଯୋଗ କଲେ ପରିବାର ଲୋକେ। ଘଟଣା ଦିନ ରାତିରେ ବାହାରକୁ ଶୌଚ ପାଇଁ ଯାଇଥିଲେ ନାବାଳିକା।

ସ୍ଥାନୀୟ ଅଞ୍ଚଳର ୨ ଜଣ ଯୁବକ ନାବାଳିକାକୁ ବଳପୂର୍ବକ ଉଠାଇ ଗଣବଳାତ୍କାର ପରେ ରେଳ ଲାଇନ କଡ଼ରେ ପକାଇ ପଳାଇଥିଲେ ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି। ଗୁରୁତର ନାବାଳିକା ଏବେ କଟକ ବଡ଼ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି। ପୁଲିସ ମାମଲା ରୁଜୁ କରି ତଦନ୍ତ ଚଳାଇଛି।

ଥାନା ଆଇଆଇସିଙ୍କ ନେତୃତ୍ୱରେ ଏକ ତଦନ୍ତକାରୀ ଟିମ୍‌ ଗଠନ କରାଯାଇଛି। ଅଭିଯୁକ୍ତଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ରେଡ୍‌ ଜାରି ରହିଛି। ମିଳିଥିବା ସୂଚନା ଅନୁଯାଇ ପୁଲିସ ଜଣକୁ ଅଟକ ରଖି ପଚରାଉଚୁରା କରୁଛି। ସୂଚନା ଅନୁଯାୟୀ ଗତକାଲି ନାବାଳିକା ଜଣକ ବାଲିକୁଦା ରେଳ ଷ୍ଟେସନ ନିକଟରେ ପଡ଼ିଥିଲେ। ରେଳ କର୍ମଚାରୀମାନେ ତାଙ୍କୁ ଉଦ୍ଧାର କରିଥିଲେ। ପରେ ତାଙ୍କୁ ଏସ୍‌ସିବିରେ ଭର୍ତ୍ତି କରିଥିଲେ।

Related story