ପଥର ସନ୍ଧିରେ ଲାଗିଥିଲେ ନାବାଳିକା, ଆଜି ମିଳିଲା ମୃତଦେହ

ସମ୍ୱଲପୁର (ସଞ୍ଜୟ ଜେନା): ପ୍ରାୟ ୫୦ ଫୁଟ୍‌ ଗଭୀରରେ ପଥର ସନ୍ଧିରୁ ଉଦ୍ଧାର ହେଲା ଗତକାଲି ମହାନଦୀରେ ନିଖୋଜ ହୋଇଯାଇଥିବା ନାବାଳିକାଙ୍କ ମୃତଦେହ। ଗତକାଲି ତାଙ୍କ ବାପା ଓ ଭାଇଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ଆଜି ସକାଳେ ତାଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ସମ୍ୱଲପୁରର ଦଳେଇପଡ଼ା ଘାଟରେ ଏହି ଅଘଟଣ ଘଟିଥିବା ବେଳେ ଏହାକୁ ନେଇ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି। ପେନ୍‌ସନ୍‌ ପଡ଼ା ନିବାସୀ ଅଫ୍‌ତାବ ତାଙ୍କର ୧୫ ବର୍ଷୀୟ ପୁଅ […]

rescue operation

Niharika Rout
  • Published: Tuesday, 05 October 2021
  • , Updated: 05 October 2021, 03:36 PM IST

ସମ୍ୱଲପୁର (ସଞ୍ଜୟ ଜେନା): ପ୍ରାୟ ୫୦ ଫୁଟ୍‌ ଗଭୀରରେ ପଥର ସନ୍ଧିରୁ ଉଦ୍ଧାର ହେଲା ଗତକାଲି ମହାନଦୀରେ ନିଖୋଜ ହୋଇଯାଇଥିବା ନାବାଳିକାଙ୍କ ମୃତଦେହ। ଗତକାଲି ତାଙ୍କ ବାପା ଓ ଭାଇଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ଆଜି ସକାଳେ ତାଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ସମ୍ୱଲପୁରର ଦଳେଇପଡ଼ା ଘାଟରେ ଏହି ଅଘଟଣ ଘଟିଥିବା ବେଳେ ଏହାକୁ ନେଇ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।

ପେନ୍‌ସନ୍‌ ପଡ଼ା ନିବାସୀ ଅଫ୍‌ତାବ ତାଙ୍କର ୧୫ ବର୍ଷୀୟ ପୁଅ ମହମ୍ମଦ ଅଫ୍‌ତାବ ଓ ୧୨ ବର୍ଷର ଝିଅ ରୁକସାନା ବେଗମଙ୍କ ସହିତ ଗତକାଲି ମହାନଦୀର ଦଲେଇପଡ଼ା ଘାଟକୁ ଗାଧୋଇବାକୁ ଯାଇଥିଲେ। ହେଲେ ଅସାବଧାନତା ଯୋଗୁ ତିନି ଜଣକ ଯାକ ଭାସି ଯାଇଥିଲେ। ଚିତ୍କାର ଶୁଣି ସ୍ଥାନୀୟ ଲୋକେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ପରେ ଖବର ପାଇ ଅଗ୍ନିଶମ ବିଭାଗ କର୍ମଚାରୀ ସେଠାରେ ପହଞ୍ଚିଥିଲେ। ଗତକାଲି ରାତିରେ  ଅଫତାବ୍‌ ଓ ତାଙ୍କ ପୁଅଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ  ମେଡିକାଲ୍‌ରେ ଭର୍ତ୍ତି କରାଯାଇଥିଲା। ମାତ୍ର ସେଠାରେ ଉଭୟଙ୍କୁ ମୃତ ଘୋଷଣା କରାଯାଇଥିଲା।

ଗତକାଲି ରୁକ୍‌ସାନାଙ୍କ ପତ୍ତା ମିଳି ପାରି ନ ଥିବା ବେଳେ ଆଜି ସକାଳୁ ପୁଣି ମହାନଦୀରେ ଆରମ୍ଭ ହୋଇଥିଲା ଉଦ୍ଧାର କାର୍ଯ୍ୟ। ଓଡ୍ରାଫ ଟିମ୍‌ ଓ ମତ୍ସ୍ୟଜୀବୀଙ୍କ ସମେତ ସ୍କୁବା ଡାଇଭର ବି ଏଥିରେ ନିୟୋଜିତ ହୋଇଥିଲେ। ଶେଷରେ ନଦୀରେ ପ୍ରାୟ ୫୦ ଫୁଟ ତଳୁ ଏକ ପଥର ସନ୍ଧିରୁ ରୁକସାନାଙ୍କୁ ଉଦ୍ଧାର କରାଯାଇଥିଲା। ଡାକ୍ତରଖାନାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା।

ଏହି ଘଟଣା ନେଇ ସମ୍ବଲପୁର ଫାୟାର ଷ୍ଟେଶନର ସ୍କୁବା ଡାଇଭର କହିଛନ୍ତି, ଗତକାଲି ଆମେ ଖୋଜାଖୋଜି କରିଥିବା ବେଳେ ୨ଟି ମୃତଦେହ ମିଳିଥିଲା । ଆଜି ସକାଳୁ ପୁଣି ଖୋଜାଖୋଜି ଆରମ୍ଭ କରିଥିଲୁ।   ପ୍ରାୟ ୫୦ ଫୁଟ ଗଭୀରରେ ଗଛ ଓ ପଥର ସନ୍ଧିରେ ଝିଅଟି ଲାଗି ରହିଥିଲା। ଘଟଣା ସ୍ଥଳଠୁ ସେ ପ୍ରାୟ ୫ଶହ ମିଟର ଦୂରରେ ଥିଲେ ମଧ୍ୟ ଭଉଁରୀ ଥିବାରୁ କିଛି ଜଣାପଡ଼ୁ ନ ଥିଲା।

ସମ୍ବଲପୁର ଫାୟାର ଷ୍ଟେଶନର ଆସିଷ୍ଟାଣ୍ଡ ଫାୟାର ଅଫିସର ଜିତେନ୍ଦ୍ର ବିଶ୍ୱାଳ କହିଛନ୍ତି, ପାଣିର ସ୍ରୋତ ପ୍ରଖର ଥିବାରୁ ଉଦ୍ଧାର କାର୍ଯ୍ୟ ଖୁବ୍‌ ଚ୍ୟାଲେଞ୍ଜିଂ ଥିଲା । ପଥର ସନ୍ଧି ଭିତରେ ଝିଅଟି ଲାଗିଯାଇଥିବା ବେଳେ ସ୍କୁବା ଡାଇଭର ତାଙ୍କୁ ସେଠୁ ଉଦ୍ଧାର କରିଥିଲେ।

Related story