ଦୁଇ କାନ୍ଥ ସନ୍ଧିରେ ପଡ଼ିଗଲା ଅଢ଼େଇ ବର୍ଷର ଶିଶୁ

ଚୌଦ୍ୱାର(ପ୍ରକାଶ ନାୟକ): ଛାତ ଉପରେ ଖେଳୁଥିବା ବେଳେ ଦୁଇ କାନ୍ଥ ସନ୍ଧିରେ ଖସିପଡ଼ିଲା ଶିଶୁ କନ୍ୟା। କାନ୍ଥ କାଟି ଶିଶୁକୁ ଉଦ୍ଧାର କରାଯାଇଛି। ଆଜି ଏପରି ଘଟଣା ଚୌଦ୍ୱାର ପୌରାଞ୍ଚଳ ତଳ ବଜାର ଅଞ୍ଚଳରେ ଘଟିଛି। ଉଦ୍ଧାର ପରେ ଶିଶୁର ସ୍ୱାସ୍ଥ୍ୟ ଅବସ୍ଥା ଠିକ୍‌ ଥିବା ଜଣାପଡ଼ିଛି। ଚୌଦ୍ୱାର ପୌରାଞ୍ଚଳ ତଳ ବଜାରରେ ବାସ କରୁଥିବା ଅମରେଶ ସାହୁଙ୍କ ଅଢ଼େଇ ବର୍ଷର ଝିଅ ସାଇପ୍ରିୟା ଆଜି ଅପରାହ୍ନ ପ୍ରାୟ ୪ଟା ବେଳେ ଛାତ ଉପରେ ଖେଳୁଥିଲା। ଖେଳୁଥିବା […]

Choudwar

Manoranjan Sial
  • Published: Saturday, 30 October 2021
  • , Updated: 30 October 2021, 07:28 PM IST

ଚୌଦ୍ୱାର(ପ୍ରକାଶ ନାୟକ): ଛାତ ଉପରେ ଖେଳୁଥିବା ବେଳେ ଦୁଇ କାନ୍ଥ ସନ୍ଧିରେ ଖସିପଡ଼ିଲା ଶିଶୁ କନ୍ୟା। କାନ୍ଥ କାଟି ଶିଶୁକୁ ଉଦ୍ଧାର କରାଯାଇଛି। ଆଜି ଏପରି ଘଟଣା ଚୌଦ୍ୱାର ପୌରାଞ୍ଚଳ ତଳ ବଜାର ଅଞ୍ଚଳରେ ଘଟିଛି। ଉଦ୍ଧାର ପରେ ଶିଶୁର ସ୍ୱାସ୍ଥ୍ୟ ଅବସ୍ଥା ଠିକ୍‌ ଥିବା ଜଣାପଡ଼ିଛି।

ଚୌଦ୍ୱାର ପୌରାଞ୍ଚଳ ତଳ ବଜାରରେ ବାସ କରୁଥିବା ଅମରେଶ ସାହୁଙ୍କ ଅଢ଼େଇ ବର୍ଷର ଝିଅ ସାଇପ୍ରିୟା ଆଜି ଅପରାହ୍ନ ପ୍ରାୟ ୪ଟା ବେଳେ ଛାତ ଉପରେ ଖେଳୁଥିଲା। ଖେଳୁଥିବା ବେଳେ ହଠାତ୍‌ ଦୁଇ ଘର କାନ୍ଥ ସନ୍ଧି(୬ ଇଞ୍ଚ ଫାଙ୍କ)ରେ ଫସି ଯାଇଥିଲା। ଦୁଇ କାନ୍ଥର ମଝିରେ ପାଖାପାଖି ୧୫ ଫୁଟ୍‌ ତଳେ ଫସି ଯାଇଥିଲା। ଝିଅର ଚିତ୍କାର ଶୁଣି ଧାଇଁ ଆସିଥିଲେ ତାଙ୍କ ମାଆ। ସଙ୍ଗେ ସଙ୍ଗେ ବଡ଼ ପାଟିରେ ଆଖପାଖ ଲୋକଙ୍କୁ ଡାକି ପକାଇଥିଲେ। ଏହା ପରେ ସ୍ଥାନୀୟ ଲୋକେ ଉଦ୍ଧାର କାର୍ଯ୍ୟରେ ଲାଗି ପଡ଼ିଥିଲେ।

ଖବର ପାଇ ଚୌଦ୍ୱାର ଅଗ୍ନିଶମ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲା। ଡ୍ରିଲିଂ ମେସିନରେ କାନ୍ଥ ଭାଙ୍ଗି ଛୁଆକୁ ଉଦ୍ଧାର କରିଥିଲେ। ପରେ ଶିଶୁକୁ ଚୌଦ୍ୱାରରେ ଏକ ଘରୋଇ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ଶିଶୁର ସ୍ୱାସ୍ଥ୍ୟ ଅବସ୍ଥା ଠିକ୍ ଥିବା ଜଣାପଡ଼ିଛି।

Related story