ନାବାଳିକାକୁ କାଜୁ ଜଙ୍ଗଲକୁ ଟେକି ନେଇ…

Ordigital Desk
  • Published: Wednesday, 21 March 2018
  • , Updated: 21 March 2018, 10:28 AM IST
<p>ଜଗତସିଂହପୁର( ଓଡ଼ିଶା ରିପୋର୍ଟର): ଜଗତସିଂହପୁର ଜିଲ୍ଲା ଏରସମାରେ ଘଟିଛି ଏକ ଚାଞ୍ଚଲ୍ୟକର ଘଟଣା। ଜଣେ ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଛି। ଏରସମାର ଗଡ଼ ହରିଶପୁର ଗାଁ ନିକଟ କାଜୁ ଜଙ୍ଗଲରୁ ନାବାଳିକାର ମୃତଦେହ ଉଦ୍ଧାର କରିଛି ପୋଲିସ।</p> <p>ସୂଚନା ଅନୁସାରେ ଗତ ରାତିରେ ନାବାଳିକା ଜଣକ ଶୌଚ ପାଇଁ କାଜୁ ଜଙ୍ଗଲକୁ ଯାଇଥିଲେ। ଏହି ସମୟରେ କେହି ଦୁର୍ବୃତ୍ତ ତାଙ୍କୁ ଟେକି ନେଇଯାଇଥିଲା। ତା&rsquo; ପରେ ତାଙ୍କୁ ଦୁଷ୍କର୍ମ କରି ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ପୋଲିସ ଘଟଣାର ତଦନ୍ତ କରୁଛି।</p>

Related story