‘ମୋତେ ମୋ’ ଝିଅ ଫେରାଇ ଦିଅ, ମାସେ ହେଲା ତା’ ପତ୍ତା ପାଉନି’

ପିପିଲି(ଓଡ଼ିଶା ରିପୋର୍ଟର): ‘ମାସେ ହେଲା ମୋ’ ୧୩ ବର୍ଷ ଝିଅର ପତ୍ତା ପାଉନି। କେଉଁଠି ଅଛି, କିପରି ଅଛି କିଛି ଜାଣିନି। ମୋ ଝିଅ ପାଇଁ ବାରଦୁଆର ହେଉଛି। ହେଲେ କେହି ଶୁଣୁ ନାହାନ୍ତି । ପୁଲିସ୍‌ କହୁଛି ଖୋଜି ଆଣିବ, ହେଲେ ହାତ ଉପରେ ହାତ ପକାଇ ବସୁଛି । ମୋତେ ମୋ’ ଝିଅକୁ ଖୋଜି ଆଣି ଦିଅ । ’ ଏପରି କହିଛନ୍ତି ନିଜ ଝିଅକୁ ଖୋଜୁଥିବା ସଶ୍ରୀମା ବେଗମ୍ ନାମ୍ନୀ ମହିଳା । […]

ppp

  • Published: Friday, 05 August 2022
  • , Updated: 05 August 2022, 10:19 AM IST

ପିପିଲି(ଓଡ଼ିଶା ରିପୋର୍ଟର): ‘ମାସେ ହେଲା ମୋ’ ୧୩ ବର୍ଷ ଝିଅର ପତ୍ତା ପାଉନି। କେଉଁଠି ଅଛି, କିପରି ଅଛି କିଛି ଜାଣିନି। ମୋ ଝିଅ ପାଇଁ ବାରଦୁଆର ହେଉଛି। ହେଲେ କେହି ଶୁଣୁ ନାହାନ୍ତି । ପୁଲିସ୍‌ କହୁଛି ଖୋଜି ଆଣିବ, ହେଲେ ହାତ ଉପରେ ହାତ ପକାଇ ବସୁଛି । ମୋତେ ମୋ’ ଝିଅକୁ ଖୋଜି ଆଣି ଦିଅ । ’ ଏପରି କହିଛନ୍ତି ନିଜ ଝିଅକୁ ଖୋଜୁଥିବା ସଶ୍ରୀମା ବେଗମ୍ ନାମ୍ନୀ ମହିଳା । ଝିଅକୁ ଫେରି ପାଇବାକୁ ସେ କମିଶନରେଟ୍ ପୁଲିସ ଏବଂ ଶିଶୁ ଅଧିକାର ସୁରକ୍ଷା ଆୟୋଗଙ୍କ ଦ୍ୱାରସ୍ଥ ମଧ୍ୟ ହୋଇଛନ୍ତି ।

ସଶ୍ରୀମାଙ୍କ ଅଭିଯୋଗ ଅନୁଯାୟୀ , ପିପିଲି ଥାନା ଅନ୍ତର୍ଗତ ନରସିଂହପୁର ଗାଁର ଅବଦୁଲ ରହିମ ଖାଁ ଓ ତାଙ୍କ ସମ୍ପର୍କୀୟଙ୍କ ମଧ୍ୟରେ ଜମିଜମାକୁ ନେଇ ଝଗଡା ଲାଗିଥିଲା । ଏହି ରାଗ ରଖି ତାଙ୍କ ଝିଅକୁ ଅପହରଣ କରାଯାଇଥିବା ସେ ଅଭିଯୋଗ କରିଛନ୍ତି ।

ଏନେଇ  ପିପିଲି ଥାନାରେ ମାସେ ତଳେ ଲିଖିତ ଅଭିଯୋଗ କରିଥିଲେ। ମାତ୍ର ଆଜି ଖୋଜି ବାହାର କରିବୁ, କାଲି କରିବୁ କହି ଦିନ ଗଡ଼ାଇ ଚାଲିଛି ପୁଲିସ୍‌। ହେଲେ ଫଳ ଶୂନ । ପୁଲିସ୍‌ଠାରୁ ନିରାଶ ହେବା ପରେ ଶିଶୁ ଆୟୋଗ କମିଶନରଙ୍କ ଫେରାଦ ହୋଇଛନ୍ତି ମା’ ସଶ୍ରୀମା  ।

ନାବାଳିକାଙ୍କୁ କିପରି ସୁରକ୍ଷିତ ଉଦ୍ଧାର କରାଯିବ, ତାହା ଆମ ମୂଳ ଲକ୍ଷ୍ୟ ବୋଲି କହିଛନ୍ତି ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧ୍ୟକ୍ଷା । ତେବେ ଏନେଇ ପୁଲିସ୍‌ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି।

Related story