ରାସ୍ତାରୁ ଟେକି ନେଲା ସମ୍ପର୍କୀୟ ଭିଣୋଇ...

ପଟ୍ଟାମୁଣ୍ଡାଇ(ପ୍ରବୀର ନାୟକ): ପୁଣି ଜଣେ ନାବାଳିକାକୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ଆସିଛି। କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଅନ୍ତର୍ଗତ ବୀରଭଞ୍ଜପୁର ସ୍ଥିତ ଚିଙ୍ଗୁଡ଼ି ଘେରିକୁ ଉଠାଇ ନେଇ ସଂପୃକ୍ତ ନାବାଳିକାଙ୍କୁ ଦୁର୍ଷ୍କମ କରାଯାଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ଅନୁସାରେ, ନାବାଳିକା ଜଣଙ୍କ ରାସ୍ତା ଯାଉଥିବା ବେଳେ ଅଭିଯୁକ୍ତ ମୁହଁରେ ଓଢ଼ଣୀ ବାନ୍ଧି ତାଙ୍କୁ ଟେକି ନେଇ ଦୁଷ୍କର୍ମ କରିଥିଲା। ଅଭିଯୁକ୍ତ ଜଣକ ସଂପୃକ୍ତ ନାବାଳିକାଙ୍କ ସମ୍ପର୍କୀୟ ଭିଣୋଇ ବୋଲି ସୂଚନା ମିଳିଛି। ଏନେଇ ନାବାଳିକାଙ୍କ ବାପା ଥାନା ଅଭିଯୋଗ […]

grf

Rakesh Mallick
  • Published: Tuesday, 01 May 2018
  • , Updated: 01 May 2018, 11:10 AM IST

ପଟ୍ଟାମୁଣ୍ଡାଇ(ପ୍ରବୀର ନାୟକ): ପୁଣି ଜଣେ ନାବାଳିକାକୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ଆସିଛି। କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଅନ୍ତର୍ଗତ ବୀରଭଞ୍ଜପୁର ସ୍ଥିତ ଚିଙ୍ଗୁଡ଼ି ଘେରିକୁ ଉଠାଇ ନେଇ ସଂପୃକ୍ତ ନାବାଳିକାଙ୍କୁ ଦୁର୍ଷ୍କମ କରାଯାଇଥିବା ଅଭିଯୋଗ ହୋଇଛି।

ଅଭିଯୋଗ ଅନୁସାରେ, ନାବାଳିକା ଜଣଙ୍କ ରାସ୍ତା ଯାଉଥିବା ବେଳେ ଅଭିଯୁକ୍ତ ମୁହଁରେ ଓଢ଼ଣୀ ବାନ୍ଧି ତାଙ୍କୁ ଟେକି ନେଇ ଦୁଷ୍କର୍ମ କରିଥିଲା। ଅଭିଯୁକ୍ତ ଜଣକ ସଂପୃକ୍ତ ନାବାଳିକାଙ୍କ ସମ୍ପର୍କୀୟ ଭିଣୋଇ ବୋଲି ସୂଚନା ମିଳିଛି। ଏନେଇ ନାବାଳିକାଙ୍କ ବାପା ଥାନା ଅଭିଯୋଗ କରିଥିଲେ। ତାଳଚୁଆ ମେରାଇନ୍ ଥାନା ପୋଲିସ ଅଭିଯୁକ୍ତକୁ ଅଟକ ରଖି ଘଟଣାର ତଦନ୍ତ କରୁଛି।

 

Related story