ଘରେ ପଶି ୧୦ ବର୍ଷର ନାବାଳିକାକୁ...

ବାଲେଶ୍ୱର (ରଶ୍ମୀରଞ୍ଜନ ଦାସ): ବଦଳୁନି ରୁଗ୍‌ଣ ମାନସିକତା। ପୁଣି ଜଣେ ୧୦ ବର୍ଷର ମାନସିକ ଅନଗ୍ରସର ଝିଅ ହୋଇଛି ଦୁଷ୍କର୍ମ। ଏଥର ଏପରି ଅଭିଯୋଗ ଆସିଛି ବାଲେଶ୍ୱର ଜିଲ୍ଲା ବାଲିଆପାଳ ଥାନା ଅଞ୍ଚଳରୁ। ଘରେ ପଶି ନାବାଳିକାଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଗତକାଲି ନାବାଳିକାଙ୍କ ବାପା ଛୋଟ ପିଲାମାନଙ୍କୁ ପୋଲିଓ ବୁନ୍ଦା ଖୁଆଇବାକୁ ନେଇଥିଲେ। ଘରେ ଥିଲେ ୧୦ ବର୍ଷର ନାବାଳିକା ଝିଅ ଓ ଜେଜେମାଆ। ଏହାର ସୁଯୋଗ ନେଇ ଜଣେ ପଡୋଶୀ ଘରେ ପଶି […]

miner girl raped in balasore

Rakesh Mallick
  • Published: Thursday, 17 May 2018
  • , Updated: 17 May 2018, 04:58 PM IST

ବାଲେଶ୍ୱର (ରଶ୍ମୀରଞ୍ଜନ ଦାସ): ବଦଳୁନି ରୁଗ୍‌ଣ ମାନସିକତା। ପୁଣି ଜଣେ ୧୦ ବର୍ଷର ମାନସିକ ଅନଗ୍ରସର ଝିଅ ହୋଇଛି ଦୁଷ୍କର୍ମ। ଏଥର ଏପରି ଅଭିଯୋଗ ଆସିଛି ବାଲେଶ୍ୱର ଜିଲ୍ଲା ବାଲିଆପାଳ ଥାନା ଅଞ୍ଚଳରୁ। ଘରେ ପଶି ନାବାଳିକାଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି।

ଗତକାଲି ନାବାଳିକାଙ୍କ ବାପା ଛୋଟ ପିଲାମାନଙ୍କୁ ପୋଲିଓ ବୁନ୍ଦା ଖୁଆଇବାକୁ ନେଇଥିଲେ। ଘରେ ଥିଲେ ୧୦ ବର୍ଷର ନାବାଳିକା ଝିଅ ଓ ଜେଜେମାଆ। ଏହାର ସୁଯୋଗ ନେଇ ଜଣେ ପଡୋଶୀ ଘରେ ପଶି ନାବାଳିକାଙ୍କୁ ଦୁଷ୍କର୍ମ କରିଥିଲେ। ଏହି ସମୟରେ ଜେଜେମାଆ ଚାଲିଆସିବାରୁ ଅଭିଯୁକ୍ତ ସେଠାରୁ ପଳାଇ ଯାଇଥିଲା। ଏନେଇ ନାବାଳିକାଙ୍କ ବାପା ଆଜି ବାଲିଆପାଳ ଥାନାରେ ଅଭିଯୋଗ କରିବା ପରେ ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ହେଲେ ଏପର୍ଯ୍ୟନ୍ତ ଅଭିଯୁକ୍ତ ଗିରଫ ହୋଇନାହିଁ।

Related story