ବିସ୍କୁଟ ଆଣିବାକୁ ଯାଇଥିଲେ ନାବାଳିକା, ଡାକି ନେଲେ ଯୁବକ

ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ବିସ୍କୁଟ ଆଣିବା ପାଇଁ ଦୋକାନକୁ ଯାଇଥିବା ଜଣେ ୧୨ ବର୍ଷୀୟା ନାବାଳିକା ଦୁର୍ଷ୍କର ଶିକାର ହୋଇଥିବା ଅଭିଯୋଗ ହୋଇଛି। ଏପରି ଲଜ୍ଜାଜନକ ଘଟଣା ଷ୍ଟିଲ ସିଟି ରାଉରକେଲାର ବନ୍ଧମୁଣ୍ଡା ଥାନା ଅଞ୍ଚଳରେ ଏକ ବସ୍ତିରେ ଘଟିଛି। ଗତ ୪ ଦିନ ପୂର୍ବରୁ ବସ୍ତିରେ ଜଣେ ନାବାଳିକା ବିସ୍କୁଟ କିଣିବା ପାଇଁ ଘର ନିକଟ ଦୋକାନକୁ ଯାଇଥିଲେ। ନାବାଳିକା ଏକୁଟିଆ ଯାଉଥିବା ଦେଖି  ସେହି ବସ୍ତିରେ ରହୁଥିବା କରନ ଲାକ୍ରା ନାମକ ଯୁବକ ତାଙ୍କୁ ଘରକୁ […]

Minor Girl

Niharika Rout
  • Published: Wednesday, 14 April 2021
  • , Updated: 14 April 2021, 09:50 AM IST

ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ବିସ୍କୁଟ ଆଣିବା ପାଇଁ ଦୋକାନକୁ ଯାଇଥିବା ଜଣେ ୧୨ ବର୍ଷୀୟା ନାବାଳିକା ଦୁର୍ଷ୍କର ଶିକାର ହୋଇଥିବା ଅଭିଯୋଗ ହୋଇଛି। ଏପରି ଲଜ୍ଜାଜନକ ଘଟଣା ଷ୍ଟିଲ ସିଟି ରାଉରକେଲାର ବନ୍ଧମୁଣ୍ଡା ଥାନା ଅଞ୍ଚଳରେ ଏକ ବସ୍ତିରେ ଘଟିଛି।

ଗତ ୪ ଦିନ ପୂର୍ବରୁ ବସ୍ତିରେ ଜଣେ ନାବାଳିକା ବିସ୍କୁଟ କିଣିବା ପାଇଁ ଘର ନିକଟ ଦୋକାନକୁ ଯାଇଥିଲେ। ନାବାଳିକା ଏକୁଟିଆ ଯାଉଥିବା ଦେଖି  ସେହି ବସ୍ତିରେ ରହୁଥିବା କରନ ଲାକ୍ରା ନାମକ ଯୁବକ ତାଙ୍କୁ ଘରକୁ ଡାକି ନେଇ ଦୁଷ୍କର୍ମ କରିଥିଲା। ଘଟଣାକୁ କାହାକୁ ନ କହିବା ପାଇଁ ନାବାଳିକାକୁ ଧମକ ଦେଇଥିଲା।

ଭୟରେ ନାବାଳିକାଜଣଙ୍କ ଘଟଣା ବିଷୟରେ ଘରେ ଜଣାଇ ନଥିଲା। ଦେହ ଅସୁସ୍ଥ ହେବାରୁ ଘର ଲୋକଙ୍କୁ ସନ୍ଦେହ ହୋଇଥିଲା। ପରେ ପଚାରିବାରୁ ନାବାଳିକାଜଣଙ୍କ ସତ ସବୁ କଥା କହିଥିଲେ। ବନ୍ଧମୁଣ୍ଡା ପୁଲିସ୍‌ ଅଭିଯୋଗ କୁ ଆଧାର କରି ଅଭିଯୁକ୍ତ ଯୁବକ କରନ ଲାକ୍ରାକୁ ଗିରଫ କରିଛି।

Related story