ନାବାଳିକାଙ୍କୁ ଗଣଦୁଷ୍କର୍ମ କରି ଭିଡିଓ ଭାଇରାଲ ଘଟଣା: ୭ଜଣଙ୍କୁ ବାନ୍ଧିଲା ପୁଲିସ୍

ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ଥାନା ଅନ୍ତର୍ଗତ ହରପାଲି ବସ୍ତି ନିକଟରେ ଜଣେ ନାବାଳିକାଙ୍କୁ ଗଣଦୁଷ୍କର୍ମ ଓ ଭିଡିଓ ଭାଇରାଲ ଘଟଣାରେ ୭ଜଣ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଛି। ଏହି ଘଟଣାରେ ସଂପୃକ୍ତ ଅନ୍ୟ ତିନିଜଣ ଫେରାର ଅଛନ୍ତି। ପୁଲିସ ସେମାନଙ୍କୁ ଧରିବାକୁ ଉଦ୍ୟମ କରୁଛି। ସୂଚନାଯୋଗ୍ୟ, ଗତ ୮ତାରିଖ ରାତିରେ ନାବାଳିକା ଜଣକ ସମ୍ପକୀୟ ଭାଇ ଓ  ନିଜ ସାନ ଭଉଣୀ ସହ ଏକ ବିବାହ ଭୋଜିରୁ ଫେରୁଥିଲେ। ମାତ୍ର ବାଟରେ ୧୦ ଜଣ […]

=rourkela...

Tapaswini Nayak
  • Published: Wednesday, 24 July 2019
  • , Updated: 24 July 2019, 02:14 PM IST

ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ଥାନା ଅନ୍ତର୍ଗତ ହରପାଲି ବସ୍ତି ନିକଟରେ ଜଣେ ନାବାଳିକାଙ୍କୁ ଗଣଦୁଷ୍କର୍ମ ଓ ଭିଡିଓ ଭାଇରାଲ ଘଟଣାରେ ୭ଜଣ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଛି। ଏହି ଘଟଣାରେ ସଂପୃକ୍ତ ଅନ୍ୟ ତିନିଜଣ ଫେରାର ଅଛନ୍ତି। ପୁଲିସ ସେମାନଙ୍କୁ ଧରିବାକୁ ଉଦ୍ୟମ କରୁଛି।

ସୂଚନାଯୋଗ୍ୟ, ଗତ ୮ତାରିଖ ରାତିରେ ନାବାଳିକା ଜଣକ ସମ୍ପକୀୟ ଭାଇ ଓ  ନିଜ ସାନ ଭଉଣୀ ସହ ଏକ ବିବାହ ଭୋଜିରୁ ଫେରୁଥିଲେ। ମାତ୍ର ବାଟରେ ୧୦ ଜଣ ନାବାଳକ ତାଙ୍କୁ ହରପାଲି ଜଙ୍ଗଲକୁ ଟେକି ନେଇ ବଳାତ୍କାର କରିଥିଲେ। ଏହାର ଅଶ୍ଳୀଳ ଭିଡିଓ ଉତ୍ତୋଳନ କରି ଭାଇରାଲ କରିଥିଲେ। ଏନେଇ ସୋମବାର ରାତିରେ ବୀରମିତ୍ରପୁର ଥାନାରେ ପୀଡ଼ିତାଙ୍କ ପରିବାର ପକ୍ଷରୁ ଏକ ମାମଲା ଦାୟର ହୋଇଥିଲା।  ଏହି ଘଟଣାର ଖୋଳତାଡ଼ କରି ପୁଲିସ ୭ଜଣଙ୍କୁ ଗିରଫ କରି ସାରିଛି।

Related story