ଜଙ୍ଗଲ ବାଟେ ନେଇଗଲେ, ସବୁ ସାରିଦେଲେ

ଫୁଲବାଣୀ (ତ୍ରିନାଥ ସାହୁ): ହାଟକୁ ସଉଦା କିଣିବାକୁ ଯାଇଥିଲେ। ଭାବିଥିଲେ ରାତିରେ ଘରକୁ ଫେରି ବାପା-ମାଆଙ୍କ ସହିତ ହସ ଖୁସି ହେବ। ହେଲେ ସବୁକିଛି କ୍ଷଣକ ଭିତରେ ଓଲଟ ପାଲଟ ହୋଇଗଲା। ଅଧା ରାସ୍ତାରେ ଇଜ୍ଜତ ଲୁଟିନେଲେ ଯୌନ ରାକ୍ଷସ। ଚିତ୍କାର କଲେ। ହେଲେ କେହି ଶୁଣିଲେନି। ଜଣେ ପରେ ଜଣେ ପାଳିପାଳି କରି ସବୁ ସାରିଦେଲେ। ଗତକାଲି ଏପରି ହୃଦୟବିଦାରକ ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ଅନ୍ତର୍ଗତ ଖଜୁରୀପଡ଼ା ଥାନା ଅଞ୍ଚଳରେ। ଜଣେ ନାବାଳିକା ହାଟ […]

gh

Rakesh Mallick
  • Published: Monday, 04 June 2018
  • , Updated: 04 June 2018, 07:31 PM IST

ଫୁଲବାଣୀ (ତ୍ରିନାଥ ସାହୁ): ହାଟକୁ ସଉଦା କିଣିବାକୁ ଯାଇଥିଲେ। ଭାବିଥିଲେ ରାତିରେ ଘରକୁ ଫେରି ବାପା-ମାଆଙ୍କ ସହିତ ହସ ଖୁସି ହେବ। ହେଲେ ସବୁକିଛି କ୍ଷଣକ ଭିତରେ ଓଲଟ ପାଲଟ ହୋଇଗଲା। ଅଧା ରାସ୍ତାରେ ଇଜ୍ଜତ ଲୁଟିନେଲେ ଯୌନ ରାକ୍ଷସ। ଚିତ୍କାର କଲେ। ହେଲେ କେହି ଶୁଣିଲେନି। ଜଣେ ପରେ ଜଣେ ପାଳିପାଳି କରି ସବୁ ସାରିଦେଲେ।

ଗତକାଲି ଏପରି ହୃଦୟବିଦାରକ ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ଅନ୍ତର୍ଗତ ଖଜୁରୀପଡ଼ା ଥାନା ଅଞ୍ଚଳରେ। ଜଣେ ନାବାଳିକା ହାଟ ସାରି ଘରକୁ ଫେରୁଥିବା ବେଳେ ଏମିତି ଦୁଷ୍ମର୍ମର ଶିକାର ହୋଇଛନ୍ତି। ପୀଡିତାଙ୍କ ବାପା ଆଜି ଏ ନେଇ ଥାନାରେ ଅଭିଯୋଗ କରିବା ପରେ ପୋଲିସ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି।

ପୂରା ଘଟଣା ହେଉଛି ଏମିତି। ଖଜୁରୀପଡ଼ା ଥାନା ଅଞ୍ଚଳର ଏହି ନାବାଳିକା ଗତକାଲି ହାଟ କରିବାକୁ ଯାଇଥିଲେ। ଫେରିବା ବେଳେ ଗାଁ ଲୋକଙ୍କ ସହିତ ଏକ ଅଟୋରେ ଫେରୁଥିଲେ। ଅଟୋ ଚାଳକ ପେଟୁ ସେଠୀ ଓ ତାଙ୍କ ସହଯୋଗୀ ଫୁଟେ ସମସ୍ତଙ୍କୁ ଛାଡ଼ି ଗାଁ ମୁଣ୍ଡରେ ଥିବା ଘରେ ନାବାଳିକାଙ୍କୁ ଛାଡ଼ିବାକୁ ଯାଇଥିଲେ। ତେବେ ସେମାନେ ନାବାଳିକାଙ୍କୁ ତାଙ୍କ ଘରକୁ ନେବା ପରିବର୍ତ୍ତେ ନିକଟସ୍ଥ ଜଙ୍ଗଲକୁ ନେଇ ଯାଇଥିଲେ। ସେଠାରେ ଜଣେ ପରେ ଜଣେ ତାଙ୍କୁ ଦୁଷ୍କର୍ମ କରିଥିଲେ। ପରେ ଘରେ ନାବାଳିକାଙ୍କୁ ଛାଡ଼ିଥିଲେ। ନାବାଳିକା ଜଣକ ଏନେଇ ତା’ଙ୍କ ବାପାଙ୍କୁ କହିଥିଲେ। ପୋଲିସ ମାମଲା ରୁଜୁ କରି ଅଭିଯୁକ୍ତ ପେଟୁ ସେଠୀ ଓ ତାଙ୍କ ସହଯୋଗୀ ପୁଟେଙ୍କୁ ଗିରଫ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

Related story