ଦେବଗଡ଼(ଓଡ଼ିଶା ରିପୋର୍ଟର ): ଦେବଗଡ଼ ଜିଲ୍ଲା ରିଆମାଳ ଅଞ୍ଚଳରେ ଜଣେ ନାବାଳିକା ଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ ହୋଇଛି । ଜଣେ ୪ ବର୍ଷର ନାବାଳିକାକୁ ଦୁଇ ଜଣ ନାବାଳକ ଦୁଷ୍କର୍ମ କରିଥିବାର ଅଭିଯୋଗ ହୋଇଛି । ଖେଳିବାକୁ ଡାକି ନେଇ ସେମାନେ ଏହି କାଣ୍ଡ କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି ।
ରିଆମାଳ ପୁଲିସ୍ ଏକ ମାମଲା ରୁଜୁ କରିବା ସହିତ ଦୁଇ ଅଭିଯୁକ୍ତଙ୍କୁ ଥାନାରେ ଅଟକ ରଖି ପଚରା ଉଚରା କରୁଛି । ନାବାଳିକାକୁ ଡାକ୍ତରୀ ମାଇନା ପାଇଁ ରାତିରେ ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା । ପୁଲିସ୍ ଘଟଣାର ତଦନ୍ତ କରୁଛି ।