ଛାତ୍ରୀଙ୍କୁ ଅସଦାଚରଣ ପରେ ଅପହରଣ ଉଦ୍ୟମ

ପାଟକୁରା (ଓଡ଼ିଶା ରିପୋର୍ଟର): କେନ୍ଦ୍ରାପଡା ଜିଲ୍ଲା ପାଟକୁରାର ଏକ ରାସ୍ତା ଉପରେ ଜଣେ ଛାତ୍ରୀଙ୍କୁ କିଛି ଦୁର୍ବୃତ୍ତ ଅସଦାଚରଣ କରିବା ସହ ଅପହରଣ ଉଦ୍ୟମ କରିଥିଲେ। ଠିକ୍‌ ସମୟରେ ସ୍ଥାନୀୟ ଲୋକେ ପହଞ୍ଚି ଯିବାରୁ ଅଭିଯୁକ୍ତମାନେ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ। ଅଭିଯୋଗ ଅନୁସାରେ ଛାତ୍ରୀ ଜଣଙ୍କ ଯଦୁପୁର ଗଡ଼ାରେ ବସ୍‌ରୁ ଓହ୍ଲାଇ ଯାଉଥିବା ବେଳେ ୩ ଜଣ ଯୁବକ ବାଇକରେ ଆସି ତାଙ୍କୁ ଉଠାଇ ନେବାକୁ ଉଦ୍ୟମ କରିଥିଲେ। ଏପରି ଘଟଣାର ପ୍ରତିବାଦରେ ସ୍ଥାନୀୟ ଲୋକେ […]

patkura

Rakesh Mallick
  • Published: Sunday, 15 October 2017
  • , Updated: 15 October 2017, 07:06 PM IST

ପାଟକୁରା (ଓଡ଼ିଶା ରିପୋର୍ଟର): କେନ୍ଦ୍ରାପଡା ଜିଲ୍ଲା ପାଟକୁରାର ଏକ ରାସ୍ତା ଉପରେ ଜଣେ ଛାତ୍ରୀଙ୍କୁ କିଛି ଦୁର୍ବୃତ୍ତ ଅସଦାଚରଣ କରିବା ସହ ଅପହରଣ ଉଦ୍ୟମ କରିଥିଲେ। ଠିକ୍‌ ସମୟରେ ସ୍ଥାନୀୟ ଲୋକେ ପହଞ୍ଚି ଯିବାରୁ ଅଭିଯୁକ୍ତମାନେ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ।

ଅଭିଯୋଗ ଅନୁସାରେ ଛାତ୍ରୀ ଜଣଙ୍କ ଯଦୁପୁର ଗଡ଼ାରେ ବସ୍‌ରୁ ଓହ୍ଲାଇ ଯାଉଥିବା ବେଳେ ୩ ଜଣ ଯୁବକ ବାଇକରେ ଆସି ତାଙ୍କୁ ଉଠାଇ ନେବାକୁ ଉଦ୍ୟମ କରିଥିଲେ।

ଏପରି ଘଟଣାର ପ୍ରତିବାଦରେ ସ୍ଥାନୀୟ ଲୋକେ ମହାକାଳପଡ଼ା ଯଦୁପୁର ଗଡ଼ା ନିକଟରେ ଜାତୀୟ ରାଜପଥ ଅବରୋଧ କରିଛନ୍ତି। ଅଞ୍ଚଳରେ ଉତ୍ତେଜନା ଲାଗି ରହିଥିବାରୁ ୧ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି।

Related story