ବିଜେଡି ବିଧାୟକଙ୍କ ନାଁରେ ଏତଲା ଦେଲେ ଜିଲ୍ଲା ପରିଷଦ ସଭ୍ୟା

ଆନନ୍ଦପୁର (ମୁନା ସିଂହ): ବିଜେଡିର ଆନନ୍ଦପୁର ବିଧାୟକ ଭାଗୀରଥୀ ସେଠୀଙ୍କ ନାଁରେ ଥାନାରେ ଏତଲା। ପଞ୍ଚାୟତ ସମିତି ବୈଠକରେ ବିଧାୟକ ଦୁର୍ବ୍ୟବହାର କରିଥିବା ନେଇ ବିଜେପି ଜିଲ୍ଲା ପରିଷଦ ସଦସ୍ୟା ଅସୀମା ମିଶ୍ର ଏତଲା ଦେଇଛନ୍ତି। ଆଜି ଆନନ୍ଦପୁର ବ୍ଲକରେ ଚତୁର୍ଥ ପର୍ଯ୍ୟାୟ ପଞ୍ଚାୟତ ସମିତି ବୈଠକ ବସିଥିଲା। ଏହି ସମୟରେ ବିଧାୟକ ଓ ୩ ନମ୍ବର ଜୋନର ଜିଲ୍ଲା ପରିଷଦ ସଦସ୍ୟା ଅସୀମା ମିଶ୍ର ମୁହାଁମୁହିଁ ହୋଇଥିଲେ। ବୈଠକ ଆରମ୍ଭ ହେବା ମାତ୍ରେ ପୂର୍ବ ବୈଠକରେ […]

complain

  • Published: Tuesday, 30 August 2022
  • , Updated: 30 August 2022, 09:17 PM IST

ଆନନ୍ଦପୁର (ମୁନା ସିଂହ): ବିଜେଡିର ଆନନ୍ଦପୁର ବିଧାୟକ ଭାଗୀରଥୀ ସେଠୀଙ୍କ ନାଁରେ ଥାନାରେ ଏତଲା। ପଞ୍ଚାୟତ ସମିତି ବୈଠକରେ ବିଧାୟକ ଦୁର୍ବ୍ୟବହାର କରିଥିବା ନେଇ ବିଜେପି ଜିଲ୍ଲା ପରିଷଦ ସଦସ୍ୟା ଅସୀମା ମିଶ୍ର ଏତଲା ଦେଇଛନ୍ତି।

ଆଜି ଆନନ୍ଦପୁର ବ୍ଲକରେ ଚତୁର୍ଥ ପର୍ଯ୍ୟାୟ ପଞ୍ଚାୟତ ସମିତି ବୈଠକ ବସିଥିଲା। ଏହି ସମୟରେ ବିଧାୟକ ଓ ୩ ନମ୍ବର ଜୋନର ଜିଲ୍ଲା ପରିଷଦ ସଦସ୍ୟା ଅସୀମା ମିଶ୍ର ମୁହାଁମୁହିଁ ହୋଇଥିଲେ। ବୈଠକ ଆରମ୍ଭ ହେବା ମାତ୍ରେ ପୂର୍ବ ବୈଠକରେ ଦିଆଯାଇଥିବା ପ୍ରତିଶ୍ରୁତି କେତେ ପାଳନ ହୋଇଛି, ତାକୁ ନେଇ ପ୍ରଶ୍ନ କରିଥିଲେ ଜିଲ୍ଲା ପରିଷଦ ସଦସ୍ୟା ଅସୀମା ମିଶ୍ର। ଆଲୋଚନା ପରେ ସମସ୍ତ ତଥ୍ୟ ମିଳିଯିବ ବୋଲି ବିଧାୟକ କହିବା ପରେ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା।

ଜିଲ୍ଲା ପରିଷଦ ସଦସ୍ୟ ଅସୀମା ମିଶ୍ର କହିଛନ୍ତି, ବୈଠକରେ ମୁଁ କହିଲି ଯେ ପୂର୍ବ ବୈଠକରେ ଯେଉଁ ସବୁ ଅଭିଯୋଗ ହୋଇଥିଲା, ସେଥିରୁ କେତୋଟିର ସମାଧାନ କରାଯାଇଛି ପ୍ରଥମେ ତା’ଉପରେ ଆଲୋଚନା ହେଉ। ନ ହେଲେ ଏହି ବୈଠକ କେବଳ ପ୍ରହସନ ମାତ୍ର ହୋଇ ରହିଯିବ। ମୁଁ ଏହା କହିବା ପରେ ସେ (ବିଧାୟକ) ଗର୍ଜନ କଲେ। କହିଲେ- ତୁ କିଏ ଏମିତି କହିବା ପାଇଁ? ତୁ ପ୍ରହସନ କାହିଁକି କହିଲୁ?

ବିଧାୟକଙ୍କ ଉଦ୍ଦେଶ୍ୟରେ ଅସୀମା ମିଶ୍ର ଆହୁରି କହିଛନ୍ତି, ଏମାନେ କାଳେ ମା’କୁ ସମ୍ମାନର କଥା କହୁଛନ୍ତି। ୟାଙ୍କ ଦଳ କାଳେ ମହିଳାଙ୍କୁ ଅଗ୍ରାଧିକାର ଦେଉଛି ଓ ଅଧିକ ସମ୍ମାନ ଦେଉଛି। ଏ ପ୍ରକାର ବ୍ୟବହାର କରାଯାଏ କାହାକୁ? ମୋତେ କହୁଛନ୍ତି କେଉଁ ଦଳରୁ ଆସିଛୁ? ତୁମର ତ ୪ଟା ଲୋକ ନାହାନ୍ତି ଦଳରେ। ଏମିତି କଥାବାର୍ତ୍ତା କରୁଥିବା ବ୍ୟକ୍ତିର ବିଧାୟକ ହେବାର ଯୋଗ୍ୟତା ନାହିଁ।

ଜିଲ୍ଲା ପରିଷଦ ସଦସ୍ୟା ଅସୀମା ମିଶ୍ର ଆଣିଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି ବିଧାୟକ ଭାଗୀରଥୀ ସେଠୀ। ସେ କହିଛନ୍ତି, ତାଙ୍କୁ (ଅସୀମା ମିଶ୍ର) କୌଣସି ପ୍ରକାର ଦୁର୍ବ୍ୟବହାର କରାଯାଇନି। ଓଲଟି ସେ କହିଲେ ଯେ ଏଠି କି ପ୍ରହସନ ଚାଲିଛି। ସେ ପ୍ରହସନ କଲେ ବୋଲି ମୁଁ ପାଟି କରିଥିଲି। ମୁଁ କହିଥିଲି, ଏହା ପ୍ରହସନ ଜାଗା ନୁହେଁ, ଏଠି ବୈଠକ ଚାଲିଛି। ତୁମେ ଏମିତି କାହିଁକି ବ୍ୟବହାର କରୁଛ? ତା’ପରେ କଥା କଟାକଟି ହେଲା ଓ ସେ ଉଠି ଚାଲି ଯାଇଥିଲେ।

ଜିଲ୍ଲା ପରିଷଦ ସଦସ୍ୟା ଅସୀମା ମିଶ୍ର ବିଧାୟକଙ୍କ ନାଁରେ ଏତଲା ଦେବା ପରେ ତାଙ୍କ ନାଁରେ ପାଲଟା ଏତଲା ଦେଇଛନ୍ତି ଧକୋଠା ସମିତି ସଭ୍ୟା। ଜାତିଆଣ ଆକ୍ଷେପ ଓ ଦୁର୍ବ୍ୟବହାର ନେଇ ସେ ଜିଲ୍ଲା ପରିଷଦ ସଦସ୍ୟାଙ୍କ ବିରୋଧରେ ଏତଲା ଦେଇଛନ୍ତି।

Related story