ଜାତୀୟ ପତାକାକୁ ଅସମ୍ମାନ ! ଭିଡିଓ ଭାଇରାଲ

ଟିଟିଲାଗଡ଼(ମାନସ ରଞ୍ଜନ ମହାନ୍ତି):ଜାତୀୟ ପତାକାକୁ ଅସମ୍ମାନ କଲେ ପ୍ରିନ୍ସପାଲ୍। ଏହି ଅଭିଯୋଗ ଆସିଛି ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ସ୍ଥିତ ପ୍ରଭାବତି ପବ୍ଲିକ୍ ସ୍କୁଲରୁ। ଏହାର ଏକ  ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ଏହାର  ଭିଡିଓ ଭାଇରାଲ ହେବାପରେ ଟିଟିଲାଗଡ଼ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ସୂଚନା ଅନୁଯାୟୀ ସ୍ୱାଧୀନତା ଦିବସ ଉପଲକ୍ଷେ ସ୍କୁଲକୁ ଜାତୀୟପତାକାରେ ସଜାଯାଇଥିଲା। ତେବେ ଜାତୀୟ ପତାକାଟି ସ୍କୁଲର ଥିବା ଷ୍ଟେଜ୍‌କୁ ଲାଗି ପୋତାଯାଇଥିଲା। ଉକ୍ତ ଷ୍ଟେଜ୍‌କୁ ମଧ୍ୟ  ଛୋଟ […]

titilagarh

Jyoshna Pradhan
  • Published: Monday, 19 August 2019
  • , Updated: 19 August 2019, 04:00 PM IST

ଟିଟିଲାଗଡ଼(ମାନସ ରଞ୍ଜନ ମହାନ୍ତି):ଜାତୀୟ ପତାକାକୁ ଅସମ୍ମାନ କଲେ ପ୍ରିନ୍ସପାଲ୍। ଏହି ଅଭିଯୋଗ ଆସିଛି ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ସ୍ଥିତ ପ୍ରଭାବତି ପବ୍ଲିକ୍ ସ୍କୁଲରୁ। ଏହାର ଏକ  ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି।

ଏହାର  ଭିଡିଓ ଭାଇରାଲ ହେବାପରେ ଟିଟିଲାଗଡ଼ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ସୂଚନା ଅନୁଯାୟୀ ସ୍ୱାଧୀନତା ଦିବସ ଉପଲକ୍ଷେ ସ୍କୁଲକୁ ଜାତୀୟପତାକାରେ ସଜାଯାଇଥିଲା। ତେବେ ଜାତୀୟ ପତାକାଟି ସ୍କୁଲର ଥିବା ଷ୍ଟେଜ୍‌କୁ ଲାଗି ପୋତାଯାଇଥିଲା। ଉକ୍ତ ଷ୍ଟେଜ୍‌କୁ ମଧ୍ୟ  ଛୋଟ ଛୋଟ ଜାତୀୟ ପତାକାରେ ସଜା ଯାଇଥିଲା। ତେବେ ପ୍ରିନ୍ସପାଲ ଷ୍ଟେଜ୍ ତଳେ ଛିଡ଼ା ହୋଇ ପତାକା ଉତ୍ତୋଳନ କରିବା ବଦଳରେ ଷ୍ଟେଜ୍‌ ଉପରେ ଛିଡ଼ା ହୋଇ ପତାକା ଉତ୍ତୋଳନ କରିଥିଲେ।  ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

ଏହି ଘଟଣାକୁ ଗୁରୁତର ସହ ନେଇ ତଦନ୍ତ କରି ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି। ଏନେଇ ପୁଲିସ୍‌ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଏନେଇ ଟିଟିଲାଗଡ଼ ଉପଜିଲ୍ଲାପାଳ ସୁଧାକର ନାୟକ କହିଛନ୍ତି,“ ଏହା ଏକ ବିରାଟ ଅପରାଧ। ଏହି ଘଟଣାର ତଦନ୍ତ କରିବାକୁ ପୁଲିସକୁ ନିର୍ଦ୍ଦେଶ ଦିଆଯାଇଛି। ତଦନ୍ତ ରିପୋର୍ଟ ଆସିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।”

ଏହି ଘଟଣା ସମ୍ପର୍କରେ ସ୍କୁଲର ପିଆରଓ ପ୍ରମୋଦ କୁମାର ପାଲ କହିଛନ୍ତି,“ଏହି ଘଟଣା ସମ୍ପର୍କରେ ଆମେ ନିଃସର୍ତ୍ତ କ୍ଷମା ମାଗି ସାରିଛୁ।”

Related story