ପିସିସି ସଭାପତିଙ୍କ ଗାଡ଼ି ଅଟକାଇ ଆକ୍ରମଣ ଉଦ୍ୟମ

କେନ୍ଦୁଝର(ଓଡ଼ିଶା ରିପୋର୍ଟର): ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ଆକ୍ରମଣ ଉଦ୍ୟମ। କେନ୍ଦୁଝର ଟାଉନ୍ ଥାନା କାଶୀପୁର ନିକଟରେ ଆକ୍ରମଣ ଉଦ୍ୟମ ହୋଇଛି। ନିରଞ୍ଜନଙ୍କ ଗାଡ଼ି ଅଟକାଇ ଆକ୍ରମଣ ଉଦ୍ୟମ କଲେ ୪/୫ ଦୁର୍ବୃତ୍ତ। ସୁରକ୍ଷା ପାଇଁ ଆଗକୁ ଆସିବାରୁ ନିରଞ୍ଜନଙ୍କ ଡ୍ରାଇଭର ଓ ସୁରକ୍ଷାକର୍ମୀଙ୍କୁ ମାଡ଼ ହୋଇଥିବା ଅଭିଯୋଗ ହୋଇଛି। ନିରଞ୍ଜନଙ୍କ ଉପସ୍ଥିତିରେ ଟାଉନ୍ ଥାନାରେ ଏତଲା ଦେଇଛନ୍ତି ସୁରକ୍ଷାକର୍ମୀ। ନିରଞ୍ଜନଙ୍କୁ ଆକ୍ରମଣ ଉଦ୍ୟମ ଘଟଣାର ପ୍ରତିବାଦ କରାଯାଇଛି। କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଯୁବ କଂଗ୍ରେସ […]

niranjan-patnaik

Tapas Behera
  • Published: Sunday, 17 January 2021
  • , Updated: 17 January 2021, 10:23 PM IST

କେନ୍ଦୁଝର(ଓଡ଼ିଶା ରିପୋର୍ଟର): ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ଆକ୍ରମଣ ଉଦ୍ୟମ। କେନ୍ଦୁଝର ଟାଉନ୍ ଥାନା କାଶୀପୁର ନିକଟରେ ଆକ୍ରମଣ ଉଦ୍ୟମ ହୋଇଛି। ନିରଞ୍ଜନଙ୍କ ଗାଡ଼ି ଅଟକାଇ ଆକ୍ରମଣ ଉଦ୍ୟମ କଲେ ୪/୫ ଦୁର୍ବୃତ୍ତ। ସୁରକ୍ଷା ପାଇଁ ଆଗକୁ ଆସିବାରୁ ନିରଞ୍ଜନଙ୍କ ଡ୍ରାଇଭର ଓ ସୁରକ୍ଷାକର୍ମୀଙ୍କୁ ମାଡ଼ ହୋଇଥିବା ଅଭିଯୋଗ ହୋଇଛି। ନିରଞ୍ଜନଙ୍କ ଉପସ୍ଥିତିରେ ଟାଉନ୍ ଥାନାରେ ଏତଲା ଦେଇଛନ୍ତି ସୁରକ୍ଷାକର୍ମୀ।

ନିରଞ୍ଜନଙ୍କୁ ଆକ୍ରମଣ ଉଦ୍ୟମ ଘଟଣାର ପ୍ରତିବାଦ କରାଯାଇଛି। କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଯୁବ କଂଗ୍ରେସ ରାସ୍ତାରୋକ କରିଛି। ଆଇନ ଶୃଙ୍ଖଳା ବିଗିଡ଼ିବା ପ୍ରତିବାଦରେ ଯୁବ କଂଗ୍ରେସର ରାସ୍ତାରୋକ କରାଯାଇଛି।

Related story