କାଟି ନେଉଛନ୍ତି ଅରଟେଲ୍‌ କମ୍ୟୁନିକେସନସର କେବୁଲ ତାର

କଟକ(ଓଡ଼ିଶା ରିପୋର୍ଟର): କଟକ ଜିଲ୍ଲା ବାଙ୍କି ଅଞ୍ଚଳରେ ଅରଟେଲ୍‌ କମ୍ୟୁନିକେସନସର କେବୁଲ ତାର କାଟି ଦିଆଯାଉଥିବା ଅଭିଯୋଗ ହୋଇଛି। ଫଳରେ ୫୦ ହଜାର ଟଙ୍କାର କ୍ଷତି ସହିବାକୁ ପଡୁଥିବା ଅରଟେଲ୍‌ କର୍ତ୍ତୃପକ୍ଷ କହିଛନ୍ତି। ଏହାସହ ବାଙ୍କି ଥାନାରେ ଏନେଇ ଅଭିଯୋଗ କରାଯାଇଛି। ବାଙ୍କି ଅଞ୍ଚଳରେ ଦୀର୍ଘଦିନ ଧରି ଗ୍ରାହକଙ୍କୁ ସେବା ଯୋଗାଇ ଆସୁଛି ଅରଟେଲ୍‌ କମ୍ୟୁନିକେସନସ୍‌। ତେବେ କିଛିଦିନ ହେଲା ବାଙ୍କିରେ ଅନ୍ୟ ଏକ ଘରୋଇ କେବୁଲ ଅପରେଟର ସଂସ୍ଥାର କିଛି ଅସାଧୁ କର୍ମଚାରୀ ଅରଟେଲର କେବୁଲକୁ […]

tyyy999

Tapaswini Nayak
  • Published: Friday, 25 January 2019
  • , Updated: 25 January 2019, 11:04 AM IST

କଟକ(ଓଡ଼ିଶା ରିପୋର୍ଟର): କଟକ ଜିଲ୍ଲା ବାଙ୍କି ଅଞ୍ଚଳରେ ଅରଟେଲ୍‌ କମ୍ୟୁନିକେସନସର କେବୁଲ ତାର କାଟି ଦିଆଯାଉଥିବା ଅଭିଯୋଗ ହୋଇଛି। ଫଳରେ ୫୦ ହଜାର ଟଙ୍କାର କ୍ଷତି ସହିବାକୁ ପଡୁଥିବା ଅରଟେଲ୍‌ କର୍ତ୍ତୃପକ୍ଷ କହିଛନ୍ତି। ଏହାସହ ବାଙ୍କି ଥାନାରେ ଏନେଇ ଅଭିଯୋଗ କରାଯାଇଛି।

ବାଙ୍କି ଅଞ୍ଚଳରେ ଦୀର୍ଘଦିନ ଧରି ଗ୍ରାହକଙ୍କୁ ସେବା ଯୋଗାଇ ଆସୁଛି ଅରଟେଲ୍‌ କମ୍ୟୁନିକେସନସ୍‌। ତେବେ କିଛିଦିନ ହେଲା ବାଙ୍କିରେ ଅନ୍ୟ ଏକ ଘରୋଇ କେବୁଲ ଅପରେଟର ସଂସ୍ଥାର କିଛି ଅସାଧୁ କର୍ମଚାରୀ ଅରଟେଲର କେବୁଲକୁ ବାରମ୍ବାର କାଟୁଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ବୁଧବାର ବିଳମ୍ବିତ ରାତିରେ ଶହେଟି ସ୍ଥାନରେ ଅରଟେଲର କେବୁଲ କଟାଯାଇଥିବାରୁ ସଂସ୍ଥାର ୫୦ହଜାର ଟଙ୍କାର କ୍ଷତି ହୋଇଥିବା ଅରଟେଲ ପକ୍ଷରୁ କୁହାଯାଇଛି।

ତେବେ ଘଟଣାକୁ ନେଇ ବାଙ୍କି ଥାନା ଅଧିକାରୀ କ୍ୟାମେରା ‌ଆଗରେ ପ୍ରତିକ୍ରିୟା ଦେବାକୁ ମନା କରିଛନ୍ତି।

Related story