ଠାକୁରଙ୍କୁ ବି ଛାଡ଼ିଲେନି: ଦାନ ବାକ୍ସ ଭାଙ୍ଗି ଟଙ୍କା ନେଇଗଲେ

କାମାକ୍ଷାନଗର/ପୁରୀ (ଓଡ଼ିଶା ରିପୋର୍ଟର): ମଙ୍ଗଳବାର ରାତିରେ ଦୁଇଟି ସ୍ଥାନରେ ମନ୍ଦିରରୁ ଚୋରି ହୋଇଛି। ଚୋରମାନେ ମନ୍ଦିରର ଦାନ ବାକ୍ସ ଭାଙ୍ଗି ଟଙ୍କା ନେଇ ଯାଇଛନ୍ତି। ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରର ମାଳପୁରା ସ୍ଥିତ ରାମ ମନ୍ଦିରରୁ ଚୋରି ହୋଇଛି। ଚୋରମାନେ ମନ୍ଦିରର ମୁଖ୍ୟ ଫାଟକର ତାଲା ଭାଙ୍ଗି ଭିତରେ ପଶିଥିଲେ। ସେମାନ ଦାନବାକ୍ସ ଭାଙ୍ଗି ସେଥିରେ ଥିବା ଟଙ୍କା ନେଇ ଯାଇଛନ୍ତି। ମନ୍ଦିରରେ ଲାଗିଥିବା ସିସିଟିଭି କ୍ୟାମେରାର ହାର୍ଡଡିସ୍କ ମଧ୍ୟ ନେଇ ପଳାଇଛନ୍ତି। ସେହିପରି ପୁରୀ ଜିଲ୍ଲା ଶିରୁଳି […]

templecopy

Rakesh Mallick
  • Published: Wednesday, 25 July 2018
  • , Updated: 25 July 2018, 12:01 PM IST

କାମାକ୍ଷାନଗର/ପୁରୀ (ଓଡ଼ିଶା ରିପୋର୍ଟର): ମଙ୍ଗଳବାର ରାତିରେ ଦୁଇଟି ସ୍ଥାନରେ ମନ୍ଦିରରୁ ଚୋରି ହୋଇଛି। ଚୋରମାନେ ମନ୍ଦିରର ଦାନ ବାକ୍ସ ଭାଙ୍ଗି ଟଙ୍କା ନେଇ ଯାଇଛନ୍ତି।

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରର ମାଳପୁରା ସ୍ଥିତ ରାମ ମନ୍ଦିରରୁ ଚୋରି ହୋଇଛି। ଚୋରମାନେ ମନ୍ଦିରର ମୁଖ୍ୟ ଫାଟକର ତାଲା ଭାଙ୍ଗି ଭିତରେ ପଶିଥିଲେ। ସେମାନ ଦାନବାକ୍ସ ଭାଙ୍ଗି ସେଥିରେ ଥିବା ଟଙ୍କା ନେଇ ଯାଇଛନ୍ତି। ମନ୍ଦିରରେ ଲାଗିଥିବା ସିସିଟିଭି କ୍ୟାମେରାର ହାର୍ଡଡିସ୍କ ମଧ୍ୟ ନେଇ ପଳାଇଛନ୍ତି।

ସେହିପରି ପୁରୀ ଜିଲ୍ଲା ଶିରୁଳି ସ୍ଥିତ ମହାବୀର ମନ୍ଦିରରୁ ମଧ୍ୟ ଚୋରି ହୋଇଛି। ଏଠାରେ ବି ଚୋରମାନେ  ଦାନ ବାକ୍ସ ଭାଙ୍ଗି ଟଙ୍କା ନେଇ ଯାଇଛନ୍ତି। ଆଜି ସକାଳେ ଏହା ଜଣାପଡ଼ିବା ପରେ ମନ୍ଦିର ସାମ୍ନାରେ ଲୋକେ ବିକ୍ଷୋଭ କରିଥିଲେ।

Related story