ପୁଅକୁ ପାଇଲେନି, ବାପାଙ୍କୁ ଟେକି ନେଲେ ଦୁର୍ବୃତ୍ତ

ବଲାଙ୍ଗିର (ମନୋରଞ୍ଜନ ଯୋଶୀ): ପୁଅ ସହ ଥିଲା ଶତ୍ରୁତା। ହେଲେ ବାପା ଉପରେ ରାଗ ଶୁଝାଇଲେ। ପୁଅକୁ ଅପହରଣ କରିବାକୁ ଆସି ଘରେ ପଶିଲେ। ଫିଲ୍ମ ଷ୍ଟାଇଲରେ ଗୁଣ୍ଡାରାଜ ଚଳାଇଲେ ।  ମାରପିଟ ଏବଂ ଭଂଗାରୁଜା କଲେ। ଶେଷରେ ପୁଅକୁ ନ ପାଇ ବାପାକୁ ଅପହରଣ କରି ନେଇଗଲେ। ଏପରି ସାଂଘାତିକ ଘଟଣା ଗତକାଲି ରାତିରେ ବଲାଙ୍ଗିର ସହର ଗୋପବନ୍ଧୁପଡ଼ାରେ ଘଟିଛି। ବିମଳ ବେହେରାଙ୍କୁ ଅପହରଣ ଟାର୍ଗେଟ କରିଥିବା ଦୁର୍ବୃତ୍ତ ତାଙ୍କ ବାପା ଶିବପ୍ରସାଦ ବେହେରାଙ୍କୁ ଅପହରଣ […]

attack

Niharika Rout
  • Published: Wednesday, 10 November 2021
  • , Updated: 10 November 2021, 11:27 AM IST

ବଲାଙ୍ଗିର (ମନୋରଞ୍ଜନ ଯୋଶୀ): ପୁଅ ସହ ଥିଲା ଶତ୍ରୁତା। ହେଲେ ବାପା ଉପରେ ରାଗ ଶୁଝାଇଲେ। ପୁଅକୁ ଅପହରଣ କରିବାକୁ ଆସି ଘରେ ପଶିଲେ। ଫିଲ୍ମ ଷ୍ଟାଇଲରେ ଗୁଣ୍ଡାରାଜ ଚଳାଇଲେ ।  ମାରପିଟ ଏବଂ ଭଂଗାରୁଜା କଲେ। ଶେଷରେ ପୁଅକୁ ନ ପାଇ ବାପାକୁ ଅପହରଣ କରି ନେଇଗଲେ। ଏପରି ସାଂଘାତିକ ଘଟଣା ଗତକାଲି ରାତିରେ ବଲାଙ୍ଗିର ସହର ଗୋପବନ୍ଧୁପଡ଼ାରେ ଘଟିଛି। ବିମଳ ବେହେରାଙ୍କୁ ଅପହରଣ ଟାର୍ଗେଟ କରିଥିବା ଦୁର୍ବୃତ୍ତ ତାଙ୍କ ବାପା ଶିବପ୍ରସାଦ ବେହେରାଙ୍କୁ ଅପହରଣ କରି ନେଇଥିଲେ ।

[caption id="attachment_690531" align="aligncenter" width="650"] ଦୁର୍ବୃତ୍ତମାନେ ଗାଡ଼ି ଭଙ୍ଗାରୁଜା କରିଛନ୍ତି।[/caption]

ସୂଚନା ଅନୁଯାୟୀ, ୩ ଦିନ ତଳେ କୌଣସି କାରଣକୁ ନେଇ ବିମଳ ବେହେରାଙ୍କର ନିଜ ସାଙ୍ଗମାନଙ୍କ ସହିତ ଝଗଡ଼ା ହୋଇଥିଲା । ଗତକାଲି ହଠାତ ୧୫ ରୁ ୨୦ ଜଣ ଯୁବକ ଅସ୍ତ୍ରଶସ୍ତ୍ର ଧରି ବିମଳଙ୍କ ଘରେ ପହଞ୍ଚିଥିଲେ । ବିମଳ ଘରେ ନ ଥିବାରୁ ଘରେ ପଶି ଆତଙ୍କ ସୃଷ୍ଟି କରିଥିଲେ । ବ୍ୟାପକ ଭଙ୍ଗାରୁଜା କରିବା ସହିତ ବିମଳଙ୍କ ବାପା ଶିବପ୍ରସାଦ ବେହେରାଙ୍କୁ ଅପହରଣ କରି ନେଇଥିଲେ।

ଶିବପ୍ରସାଦ ବେହେରାଙ୍କ ପରିବାର ଲୋକେ ଟାଉନ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୁଲିସ୍‌ ଘଟଣା ସ୍ଥଳକୁ ଯାଇ ତଦନ୍ତ କରିଥିଲା । ଅନ୍ୟପକ୍ଷରେ ଦୁର୍ବୃତ୍ତମାନେ ଶିବପ୍ରସାଦଙ୍କୁ ଅଧବାଟରେ ଛାଡ଼ି ପଳାଇଥିଲେ।

ଅପହରଣ କରିଥିବା ଯୁବକ ମାନଙ୍କ ମଧ୍ୟରୁ କେତେଜଣ କଦମ୍ୱପଡ଼ାର ବୋଲି ଜଣାପଡ଼ିଛି।  ଏଭଳି ଘଟଣାକୁ ନେଇ ଗୋପବନ୍ଧୁପଡ଼ାର ଭୟର ମାହୋଲ ଦେଖାଦେଇଛି ।

Related story