ସିକ୍ୟୁରିଟି ଗାର୍ଡଙ୍କୁ ତଣ୍ଟି କାଟି ହତ୍ୟା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱରର ପାହାଳରେ ଜଣେ ସିକ୍ୟୁରିଟି ଗାର୍ଡଙ୍କୁ ତଣ୍ଟି କାଟି ହତ୍ୟା କରାଯାଇଛି। ତାଙ୍କ ନାଁ ଗଦାଧର ସ୍ୱାଇଁ। ସେ ଏକ ମାର୍ବଲ ଦୋକାନରେ କାମ କରୁଥିଲେ। ଆଜି ସକାଳେ ଦୋକାନକୁ ଲାଗି ଥିବା ଏକ ଘରେ ତାଙ୍କ ମୃତଦେହକୁ ଠାବ କରାଯାଇଥିଲା। ଏହା ପରେ ପୁଲିସ୍‌କୁ ସୂଚନା ଦିଆଯାଇଥିଲା। ଏ ଘଟଣାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଛି। ଦୋକାନର ମାଲିକ ନ ଆସିବା ପର୍ଯ୍ୟନ୍ତ ମୃତଦେହକୁ ଛଡ଼ା ଯିବନି ବୋଲି ଲୋକେ ଜିଦ୍ […]

murder1

Jitendra Garnayak
  • Published: Thursday, 28 March 2019
  • , Updated: 28 March 2019, 01:26 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱରର ପାହାଳରେ ଜଣେ ସିକ୍ୟୁରିଟି ଗାର୍ଡଙ୍କୁ ତଣ୍ଟି କାଟି ହତ୍ୟା କରାଯାଇଛି। ତାଙ୍କ ନାଁ ଗଦାଧର ସ୍ୱାଇଁ। ସେ ଏକ ମାର୍ବଲ ଦୋକାନରେ କାମ କରୁଥିଲେ।

ଆଜି ସକାଳେ ଦୋକାନକୁ ଲାଗି ଥିବା ଏକ ଘରେ ତାଙ୍କ ମୃତଦେହକୁ ଠାବ କରାଯାଇଥିଲା। ଏହା ପରେ ପୁଲିସ୍‌କୁ ସୂଚନା ଦିଆଯାଇଥିଲା।

ଏ ଘଟଣାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଛି। ଦୋକାନର ମାଲିକ ନ ଆସିବା ପର୍ଯ୍ୟନ୍ତ ମୃତଦେହକୁ ଛଡ଼ା ଯିବନି ବୋଲି ଲୋକେ ଜିଦ୍ ଧରିଛନ୍ତି।

ଅଭିଯୁକ୍ତଙ୍କୁ ଧରିବା ଦାବିରେ ଲୋକେ ରାସ୍ତାରୋକ ମଧ୍ୟ କରିଥିଲେ। ତେଣୁ କଟକ-ଭୁବନେଶ୍ୱରକୁ ସଂଯୋଗ କରୁଥିବା ଏନ୍‌ଏଚ୍‌-୫ କିଛି ସମୟ ପାଇଁ ଜାମ୍ ହୋଇଯାଇଥିଲା। ପୁଲିସ୍ ପହଞ୍ଚି ବୁଝାସୁଝା କରିବା ପରେ ରାସ୍ତାରୋକ ହଟିଥିଲା।

ପୁଲିସ୍ ଘଟଣାସ୍ଥଳରେ ତନାଘନା ଆରମ୍ଭ କରିଛି। ସେଠାରୁ ଏକ ରକ୍ତଭିଜା ଛୁରୀ ଜବତ କରାଯାଇଛି। ହତ୍ୟାର କାରଣ ସଂପର୍କରେ କିଛି ଜଣାପଡ଼ି ନାହିଁ। କୌଣସି ଗଣ୍ଡଗୋଳରୁ ଏହି ହତ୍ୟାକାଣ୍ଡ ହୋଇଥାଇପାରେ ବୋଲି ସନ୍ଦେହ କରାଯାଉଛି।

Related story