ଗୋଟିଏ ରାତିରେ ୩ଟି ମନ୍ଦିରରୁ ଚୋରି

କାମାକ୍ଷାନଗର (ବିଦ୍ୟାଧର ବରାଳ): ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ତିନିଟି ମନ୍ଦିରରେ କଳାକନା ବୁଲାଇ ଦେଇଛନ୍ତି ଚୋର। ଖୋକସା ଗାଁର ନୀଳକଣ୍ଠେଶ୍ୱର ଶିବ ମନ୍ଦିର, କଙ୍ଗେଇଲୋ ଗାଁର ଗଣେଶ ମନ୍ଦିର ଓ ମୋଟା ଗାଁର ତାରିଣୀ ମନ୍ଦିରରୁ ଲୁଟ୍ ହୋଇଛି। ଏହି ସବୁ ମନ୍ଦିରରୁ ସମସ୍ତ ପିତ୍ତଳ ପୂଜା ସାମଗ୍ରୀ ସହ ଦାନହୁଣ୍ଡି ଚୋରି ହୋଇଯାଇଛି। ୩ଟି ଯାକ ମନ୍ଦିରରୁ ପ୍ରାୟ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଲୁଟ୍‌ ହୋଇଥିବା କାମାକ୍ଷାନଗର ଥାନାରେ ଅଭିଯୋଗ […]

Temple

Jitendra Garnayak
  • Published: Monday, 05 July 2021
  • , Updated: 05 July 2021, 11:46 AM IST

କାମାକ୍ଷାନଗର (ବିଦ୍ୟାଧର ବରାଳ): ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ତିନିଟି ମନ୍ଦିରରେ କଳାକନା ବୁଲାଇ ଦେଇଛନ୍ତି ଚୋର।

ଖୋକସା ଗାଁର ନୀଳକଣ୍ଠେଶ୍ୱର ଶିବ ମନ୍ଦିର, କଙ୍ଗେଇଲୋ ଗାଁର ଗଣେଶ ମନ୍ଦିର ଓ ମୋଟା ଗାଁର ତାରିଣୀ ମନ୍ଦିରରୁ ଲୁଟ୍ ହୋଇଛି। ଏହି ସବୁ ମନ୍ଦିରରୁ ସମସ୍ତ ପିତ୍ତଳ ପୂଜା ସାମଗ୍ରୀ ସହ ଦାନହୁଣ୍ଡି ଚୋରି ହୋଇଯାଇଛି।

୩ଟି ଯାକ ମନ୍ଦିରରୁ ପ୍ରାୟ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଲୁଟ୍‌ ହୋଇଥିବା କାମାକ୍ଷାନଗର ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ପାଇବା ପରେ କାମାକ୍ଷାନଗର ପୁଲିସ ତନାଘନା ଜାରି ରଖିଛି । ଏଥିରେ ଏକ ବଡ଼ ଚୋର ଗ୍ୟାଙ୍ଗ ସମ୍ପୃକ୍ତି ଥିବା କୁହାଯାଉଛି।

Related story