ଜିଲ୍ଲା କୃଷି ଉପ ନିର୍ଦ୍ଦେଶକଙ୍କୁ ବିଧାୟକଙ୍କ ନାଲି ଆଖି, କହିଲେ-ମୁର୍ଖଙ୍କ କଥା ଶୁଣିବାକୁ ବସିଛୁ?

ସମ୍ବଲପୁର(ଓଡ଼ିଶା ରିପୋର୍ଟର): ସାର ଯୋଗାଣଜନିତ ସଠିକ୍‌ ତଥ୍ୟକୁ ନେଇ ଜିଲ୍ଲା କୃଷି ଉପ ନିର୍ଦ୍ଦେଶକଙ୍କ ଉପରେ ବର୍ଷିଲେ ବିଧାୟକ। ଏପରିକି ଉତ୍ତରରେ ସନ୍ତୁଷ୍ଟ ନ ହେବାରୁ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବି ଧମକ ଦେଲେ। ଏପରି ଦୃଶ୍ୟ ଗତକାଲି ସମ୍ବଲପୁର ଜିଲ୍ଲା ପରିଷଦ ବୈଠକରେ ଦେଖିବାକୁ ମିଳିଛି। ଗତକାଲି ଆୟୋଜିତ ହୋଇଥିବା ବୈଠକରେ କୁଚିଣ୍ଡା ବିଧାୟକ କିଶୋର ନାୟକଙ୍କ ସମେତ ସମ୍ବଲପୁର ଏମ୍‌ପି, ଜିଲ୍ଲାପାଳ, କୃଷି ବିଭାଗର ବରିଷ୍ଠ ଅଧିକାରୀ ପ୍ରମୁଖ ଯୋଗ […]

smb

  • Published: Friday, 28 October 2022
  • , Updated: 28 October 2022, 09:29 AM IST

ସମ୍ବଲପୁର(ଓଡ଼ିଶା ରିପୋର୍ଟର): ସାର ଯୋଗାଣଜନିତ ସଠିକ୍‌ ତଥ୍ୟକୁ ନେଇ ଜିଲ୍ଲା କୃଷି ଉପ ନିର୍ଦ୍ଦେଶକଙ୍କ ଉପରେ ବର୍ଷିଲେ ବିଧାୟକ। ଏପରିକି ଉତ୍ତରରେ ସନ୍ତୁଷ୍ଟ ନ ହେବାରୁ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବି ଧମକ ଦେଲେ। ଏପରି ଦୃଶ୍ୟ ଗତକାଲି ସମ୍ବଲପୁର ଜିଲ୍ଲା ପରିଷଦ ବୈଠକରେ ଦେଖିବାକୁ ମିଳିଛି।

ଗତକାଲି ଆୟୋଜିତ ହୋଇଥିବା ବୈଠକରେ କୁଚିଣ୍ଡା ବିଧାୟକ କିଶୋର ନାୟକଙ୍କ ସମେତ ସମ୍ବଲପୁର ଏମ୍‌ପି, ଜିଲ୍ଲାପାଳ, କୃଷି ବିଭାଗର ବରିଷ୍ଠ ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ। ଏହି ବୈଠକରେ ସାର ଯୋଗାଣକୁ ନେଇ ଜିଲ୍ଲା କୃଷି ଉପ ନିର୍ଦ୍ଦେଶକଙ୍କଠାରୁ ସବିଶେଷ ତଥ୍ୟ ଜାଣିବାକୁ ଚାହିଁଥିଲେ ବିଧାୟକ । ଏବେ ସବୁ ତଥ୍ୟ ଉପଲବ୍ଧ ନ ଥିବାରୁ ପରେ ଦେବେ ବୋଲି କହିଥିଲେ ଅଧିକାରୀଜଣକ। ଏହାକୁ ନେଇ ଅସନ୍ତୁଷ୍ଟ ବିଧାୟକ ବୈଠକରେ ତାଙ୍କ ପରେ କ୍ଷୁବ୍ଧ ହେବା ସହ ଅସନ୍ତୋଷ ଝାଡ଼ିଥିଲେ।

ବିଧାୟକ କିଶୋର ନାୟକ ତାଙ୍କ ଉପରେ ଗର୍ଜିବା ସହ କାହିଁକି ନାଟକ କରୁଛ ବୋଲି କହିଥିଲ। ଏପରିକି ଜିଲ୍ଲା କୃଷି ଉପ ନିର୍ଦ୍ଦେଶକଙ୍କୁ ମୁର୍ଖ ବୋଲି କହିବା ସହ ସେ ଭୁଲ୍‌ ତଥ୍ୟ ଦେଉଥିବା ଅଭିଯୋଗ କରିଥିଲେ। ଏଥିରେ ରାଗ ତମତମ ହୋଇ ସିଟ୍‌ରୁ ଉଠି ଠିଆ ହେବାକୁ ନିର୍ଦ୍ଦେଶ ଦେବା ସହ ଜିଲ୍ଲା କୃଷି ଉପ ନିର୍ଦ୍ଦେଶକଙ୍କୁ  ଡାଏସ ଉପରକୁ ଯାଇ ଉତ୍ତର ରଖିବାକୁ କହିଥିଲେ । କେବଳ ଏତିକି ନୁହେଁ, ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନିମନ୍ତେ ରିଜୋଲ୍ୟୁସନ୍‌ ହେବ ବୋଲି ବି ଚେତାବନୀ ଦେଇଥିଲେ ।

ଦୀର୍ଘ ସମୟ ଧରି ବିଧାୟକ, ଉପକୃଷି ନିର୍ଦ୍ଦେଶକଙ୍କୁ ଟିଉସନ କରୁଥିବାର ଦେଖାଯାଇଥିଲା । ତେବେ ଉପକୃଷି ନିର୍ଦ୍ଦେଶକ କିନ୍ତୁ ଏହାର କୌଣସି ପ୍ରତିବାଦ କରି ନ ଥିଲେ ।

ବୈଠକ ପରେ ଉପକୃଷି ନିର୍ଦ୍ଦେଶକ ଟଙ୍କଧର ସାହୁ ଅସହାୟତା ପ୍ରକାଶ କରି କହିଥିଲେ ଯେ, ସେମାନେ ବଡ ଲୋକ, ମୁଁ ଆଉ କଣ କହିବି ସେପଟେ ଏନେଇ ବିଧାୟକଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

Related story