ଯବାନଙ୍କ ମୃତଦେହକୁ କାନ୍ଧ ଦେଲେ ବିଧାୟକ

ଉମରକୋଟ (କାର୍ତ୍ତିକ ମଲ୍ଲିକ): ଏସ୍‌ଓଜି ଯବାନଙ୍କ ମୃତଦେହକୁ କାନ୍ଧ ଦେଲେ ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ। ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ୍ ଛେଳିଡ଼ଙ୍ଗରି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ପଣ୍ଡରିପଖନା ଗ୍ରାମରେ ଜଣେ ଯବାନଙ୍କ କୋକେଇ ବୋହି ଚର୍ଚ୍ଚାକୁ ଆସିଛନ୍ତି ବିଧାୟକ। ଉକ୍ତ ଗ୍ରାମର ଏସଓଜି ଯବାନ ଶତୃଘ୍ନ ଗଣ୍ଡଙ୍କ ମରଶରୀର ଗ୍ରାମରେ ପହଞ୍ଚିବା ପରେ ବହୁ ବିଶିଷ୍ଟ ଲୋକଙ୍କ ସମାଗମ ଦେଖିବାକୁ ମିଳିଥିଲା । ଏହି ଅବସରରେ ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ ପହଞ୍ଚି ମୃତ ଶତୃଘ୍ନଙ୍କ ମରଶରୀରକୁ […]

j-90

Tapas Behera
  • Published: Wednesday, 28 August 2019
  • , Updated: 28 August 2019, 04:22 PM IST

ଉମରକୋଟ (କାର୍ତ୍ତିକ ମଲ୍ଲିକ): ଏସ୍‌ଓଜି ଯବାନଙ୍କ ମୃତଦେହକୁ କାନ୍ଧ ଦେଲେ ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ। ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ୍ ଛେଳିଡ଼ଙ୍ଗରି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ପଣ୍ଡରିପଖନା ଗ୍ରାମରେ ଜଣେ ଯବାନଙ୍କ କୋକେଇ ବୋହି ଚର୍ଚ୍ଚାକୁ ଆସିଛନ୍ତି ବିଧାୟକ। ଉକ୍ତ ଗ୍ରାମର ଏସଓଜି ଯବାନ ଶତୃଘ୍ନ ଗଣ୍ଡଙ୍କ ମରଶରୀର ଗ୍ରାମରେ ପହଞ୍ଚିବା ପରେ ବହୁ ବିଶିଷ୍ଟ ଲୋକଙ୍କ ସମାଗମ ଦେଖିବାକୁ ମିଳିଥିଲା । ଏହି ଅବସରରେ ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ ପହଞ୍ଚି ମୃତ ଶତୃଘ୍ନଙ୍କ ମରଶରୀରକୁ କାନ୍ଧରେ ଧରି ଶ୍ମଶାନ ପର୍ଯ୍ୟନ୍ତ ନେଇଥିବା ଦେଖିବାକୁ ମିଳିଥିଲା।

ସୂଚନା ଥାଉକି, ପଣ୍ଡରିପଖନା ଗ୍ରାମର ଶତୃଘ୍ନ ଗତ ୨୦୧୨ ମସିହାରେ ଓଏସଏପି ଭାବେ ମାଲକାନଗିରି ଜିଲ୍ଲାରେ ନିଯୁକ୍ତି ପାଇଥିଲେ। ପରେ ସେ ଏସଓଜି ପ୍ରଶିକ୍ଷଣ ପାଇଁ ଚଳିତ ବର୍ଷ ଜୁନ୍ ମାସ ୧ ତାରିଖରୁ ଭୁବନେଶ୍ୱରରେ ପ୍ରଶିକ୍ଷଣ ନେଉଥିଲେ। କିନ୍ତୁ ଗତ ରବିବାର ଦିନ କୌଣସି କାମ ପାଇଁ ନିଜର ଜଣେ ସହଯୋଗୀଙ୍କ ସହ ଭୁବନେଶ୍ୱର ଯାଇଥିଲେ। ସେଠାରେ ଏକ ସଡ଼କ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ଘଟିଥିଲା । ଗତକାଲି ଶତୃଘ୍ନ ଙ୍କ ମରଶରୀର ପଣ୍ଡରିପଖନାକୁ ଆସିଥିଲା। ଏହି ଖବର ପାଇ ଉମରକୋଟ ଏସଡିପିଓ ହେମନ୍ତ କୁମାର ପାଢ଼ି, ରାଇଘର ଆଇଆଇସି ସରିତା ମହାପାତ୍ରଙ୍କ ସମେତ ବହୁ ପୋଲିସ କର୍ମଚାରୀ ଓ ଲୋକ ପ୍ରତିନିଧି ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଥିଲେ।

Related story