ବିଧାୟକଙ୍କ ସ୍ୱାସ୍ଥ୍ୟବୀମା ୧୦ଲକ୍ଷ ଟଙ୍କାକୁ ବୃଦ୍ଧି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟର ବିଧାୟକ ଓ ପୂର୍ବତନ ବିଧାୟକମାନଙ୍କର ବାର୍ଷିକ ସ୍ୱାସ୍ଥ୍ୟବୀମା ପରିମାଣ ୧୦ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି । ୨୦୧୨-୧୩ ଆର୍ଥିକ ବର୍ଷରୁ ରାଷ୍ଟ୍ରୀୟ ବୀମା କମ୍ପାନୀ ମାଧ୍ୟମରେ ବିଧାୟକ ଓ ପୂର୍ବତନ ବିଧାୟକ ଓ ସେମାନଙ୍କର ପତ୍ନୀଙ୍କ ନିମନ୍ତେ ବାର୍ଷିକ ୫ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟବୀମାର ସୁବିଧା ଯୋଗାଇ ଦିଆଯାଉଛି । ସୂଚନା ଅନୁସାରେ, ସ୍ୱାସ୍ଥ୍ୟସେବାର ବ୍ୟୟବୃଦ୍ଧି ଦୃଷ୍ଟିରୁ ବିଧାୟକ ଓ ପୂର୍ବତନ ବିଧାୟକମାନେ ଏହି ସ୍ୱାସ୍ଥ୍ୟବୀମା ରାଶିର ପରିମାଣକୁ ବୃଦ୍ଧି କରିବା ନିମନ୍ତେ ବାରମ୍ବାର […]

loka

loka

Ordigital Desk
  • Published: Wednesday, 07 September 2022
  • Updated: 07 September 2022, 07:25 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟର ବିଧାୟକ ଓ ପୂର୍ବତନ ବିଧାୟକମାନଙ୍କର ବାର୍ଷିକ ସ୍ୱାସ୍ଥ୍ୟବୀମା ପରିମାଣ ୧୦ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି । ୨୦୧୨-୧୩ ଆର୍ଥିକ ବର୍ଷରୁ ରାଷ୍ଟ୍ରୀୟ ବୀମା କମ୍ପାନୀ ମାଧ୍ୟମରେ ବିଧାୟକ ଓ ପୂର୍ବତନ ବିଧାୟକ ଓ ସେମାନଙ୍କର ପତ୍ନୀଙ୍କ ନିମନ୍ତେ ବାର୍ଷିକ ୫ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟବୀମାର ସୁବିଧା ଯୋଗାଇ ଦିଆଯାଉଛି ।

ସୂଚନା ଅନୁସାରେ, ସ୍ୱାସ୍ଥ୍ୟସେବାର ବ୍ୟୟବୃଦ୍ଧି ଦୃଷ୍ଟିରୁ ବିଧାୟକ ଓ ପୂର୍ବତନ ବିଧାୟକମାନେ ଏହି ସ୍ୱାସ୍ଥ୍ୟବୀମା ରାଶିର ପରିମାଣକୁ ବୃଦ୍ଧି କରିବା ନିମନ୍ତେ ବାରମ୍ବାର ଦାବି କରି ଆସୁଥିଲେ । ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କ ନିର୍ଦ୍ଦେଶରେ ଉକ୍ତ ସ୍ୱାସ୍ଥ୍ୟବୀମା ରାଶିକୁ ୫ଲକ୍ଷରୁ ୧୦ଲକ୍ଷ ଟଙ୍କାକୁ ବୃଦ୍ଧି କରିବା ନିମନ୍ତେ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଥିଲା । ଅର୍ଥ ବିଭାଗ ଏହି ପ୍ରସ୍ତାବ ଉପରେ ସହମତି ଜଣାଇବା ପରେ ପ୍ରତ୍ୟେକ ବିଧାୟକ,ପୂର୍ବତନ ବିଧାୟକ ଓ ସେମାନଙ୍କ ପତ୍ନୀଙ୍କ ନିମନ୍ତେ ଏକବର୍ଷ ଅବଧି ପାଇଁ ୧୦ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟବୀମା ନବୀକରଣ ପ୍ରସ୍ତାବକୁ ବାଚସ୍ପତି ଶ୍ରୀ ଆରୁଖ ଅନୁମୋଦନ କରିଛନ୍ତି ।

ଉଲ୍ଲେଖଯୋଗ୍ୟ, ମନ୍ତ୍ରିମଣ୍ଡଳ ସଦସ୍ୟଙ୍କୁ ବାଦ୍ ଦେଇ ୧୨୪ଜଣ ବିଧାୟକ-ବିଧାୟିକା ଓ ତାଙ୍କର ୮୮ଜଣ ପତି-ପତ୍ନୀଙ୍କୁ ଏହି ବର୍ଦ୍ଧିତ ସ୍ୱାସ୍ଥ୍ୟବୀମାର ସୁବିଧା ମିଳିବ । ସେହିପରି ଓଡ଼ିଶା ବିଧାନସଭାର ୩୧୭ଜଣ ପୂର୍ବତନ ବିଧାୟକ-ବିଧାୟିକା ଓ ସେମାନଙ୍କର ୨୪୫ଜଣ ପତି-ପତ୍ନୀଙ୍କୁ ମିଶାଇ ମୋଟ ୫୬୨ଜଣଙ୍କୁ ଏହି ବର୍ଦ୍ଧିତ ସ୍ୱାସ୍ଥ୍ୟବୀମା ସୁବିଧା ବିଧାନସଭା ପକ୍ଷରୁ ଯୋଗାଇ ଦିଆଯିବ ବୋଲି ଜଣାପଡ଼ିଛି ।

ସୂଚନାଯୋଗ୍ୟ, ଗତ ବିଧାନସଭା ଅଧିବେଶନ ସମୟରେ ପୂର୍ବତନ ବିଧାୟକଙ୍କ ଏକ ପ୍ରତିନିଧି ଦଳ ବିଧାନସଭା ପରିସରରେ ମୁଖ୍ୟମନ୍ତ୍ରୀ ଓ ବାଚସ୍ପତିଙ୍କୁ ଭେଟି ସେମାନଙ୍କର ସ୍ୱାସ୍ଥ୍ୟବୀମା ପରିମାଣ ବୃଦ୍ଧି ନିମନ୍ତେ ଦାବିପତ୍ର ଦେଇଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story