ନବୀନ ଓ ପାଣ୍ଡିଆନ୍‌ଙ୍କୁ ପ୍ରଶଂସା କରି ମୁଁ ଫସିଥିଲି : ସୁର

ଭୁବନେଶ୍ୱର:(ଓଡ଼ିଶା ରିପୋର୍ଟର) କଂଗ୍ରେସର ଏଭର ଗ୍ରୀନ ବିନ୍ଦାସ ନେତା ହେଉଛନ୍ତି ସୁର ରାଉତ ରାୟ। କଥା କଥାକେ ସେ ଯେମିତି ମାଡ଼ି ଚାଲ ଡାଇଲଗ ମାରନ୍ତି ତାଙ୍କ ତୁଣ୍ଡ ବି ସେମିତି ଅମାନିଆ। କେତେବେଳେ ସେ ଭଲ କାମ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କରିଦିଅନ୍ତି ତ ପୁଣି କେତେବେଳେ ଅତି ଶାଣିତ ଓ ବ୍ୟଙ୍ଗତ୍ମାକ ଢଙ୍ଗରେ ସମାଲୋଚନା କରନ୍ତି। ତେବେ ଆଜି ସେମିତି ଏକ ପ୍ରସଙ୍ଗରେ କହୁ କହୁ ସୁର ଏକ ରୋଚକ କଥା କହିଥିଲେ। […]

sura

Tapas Behera
  • Published: Tuesday, 18 August 2020
  • , Updated: 18 August 2020, 05:48 PM IST

ଭୁବନେଶ୍ୱର:(ଓଡ଼ିଶା ରିପୋର୍ଟର) କଂଗ୍ରେସର ଏଭର ଗ୍ରୀନ ବିନ୍ଦାସ ନେତା ହେଉଛନ୍ତି ସୁର ରାଉତ ରାୟ। କଥା କଥାକେ ସେ ଯେମିତି ମାଡ଼ି ଚାଲ ଡାଇଲଗ ମାରନ୍ତି ତାଙ୍କ ତୁଣ୍ଡ ବି ସେମିତି ଅମାନିଆ। କେତେବେଳେ ସେ ଭଲ କାମ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କରିଦିଅନ୍ତି ତ ପୁଣି କେତେବେଳେ ଅତି ଶାଣିତ ଓ ବ୍ୟଙ୍ଗତ୍ମାକ ଢଙ୍ଗରେ ସମାଲୋଚନା କରନ୍ତି। ତେବେ ଆଜି ସେମିତି ଏକ ପ୍ରସଙ୍ଗରେ କହୁ କହୁ ସୁର ଏକ ରୋଚକ କଥା କହିଥିଲେ। କହିଥିଲେ ମୁଁ ଭଲ କାମ ପାଇଁ ମୁଖ୍ୟମନ୍ତ୍ରୀ ଓ ପାଣ୍ଡିଆନଙ୍କୁ ପ୍ରଶଂସା କହି ଦଳ ଭିତରୁ ଘେରାଉର ଶିକାର ହେଲି। ରାଜ୍ୟ ସରକାରଙ୍କ କରୋନା ପରିଚାଳନା ବାବଦରେ କହିବାକୁ ଯାଇ ସୁର କହିଛନ୍ତି ଯେ,  ଦିନକୁ ଦିନ କରୋନା କାୟାବିସ୍ତାର କରିବାରେ ଲାଗିଛି ।  ଆଗକୁ ସବୁ ଜିନିଷର ଦର ଦାମ୍‌ ବଢିବ। ଟ୍ୟାକ୍ସ ମଧ୍ୟ ବଢ଼ିଯିବ ।

https://youtu.be/0uDDBfI6xRk

ନବୀନ ବାବୁ ମୋଦି ଙ୍କୁ ସାହାଯ୍ୟ କରିଆସୁଛନ୍ତି । ସେଥିପାଇଁ ସେ ମୋଦିଙ୍କୁ ସାହାଯ୍ୟ ମାଗିବା ଉଚିତ ବୋଲି ସୁର କହିଛନ୍ତି । କେନ୍ଦ୍ର ଉପରେ ରାଜ୍ୟ ସରକାରଙ୍କର ୨୩,୦୦୦ ହଜାର କୋଟି ଟଙ୍କା ବାକି ପଡ଼ିଥିବା ସେ କହିଛନ୍ତି ।

ଏକ୍ରାମ ବିନ୍ଦୁ ସାଗର ଓ ମୁକ୍ତେଶ୍ୱର ଡେଭ୍‌ଲପ୍‌ମେଣ୍ଟ ପାଇଁ ଘୋଷଣା କରିଦେଲେ ମୁଖ୍ୟମନ୍ତ୍ରୀ କିନ୍ତୁ ଏଥିପାଇଁ ଟଙ୍କା କାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି  ସୁର । ଯାହାବି ହେଉ ମୁଖ୍ୟମନ୍ତ୍ରୀ ବର୍ଷକ ମଧ୍ୟରେ ସାରିବା ପାଇଁ ଘୋଷଣା କରିଛନ୍ତି ମାନେ ଏହାକୁ ସାରିବା ପାଇଁ ସେ ଆହ୍ୱାନ କରିଛନ୍ତି।

ନରାଜ ୱାଟର ସପ୍ଲାଇ ପାଇଁ ଖୋର୍ଦ୍ଧା ଏବଂ ଜଟଣୀରେ ଦିନରାତି ପାଣି ସୁବିଧାରେ ମିଳିଥିଲା । ସେଥିପାଇଁ ମୁଖ୍ୟମନ୍ତ୍ରୀ ଏବଂ ତାଙ୍କ ବ୍ୟକ୍ତିଗତ ସଚିବ ପାଣ୍ଡିଆନଙ୍କୁ ମୁଁ ଧନ୍ୟବାଦ ଦେଇଥିଲି । ଯେଉଁଥି ପାଇଁ ଦଳ ଭିତରୁ ଘେରାଉରୁ  ଶିକାର ହୋଇଥିଲି ବୋଲି ସୁର ପ୍ରକାଶ କରିଛନ୍ତି ।

Related story