ମାଲକାନଗିରି(ଓଡ଼ିଶା ରିପୋର୍ଟର): କରୋନାମୁକ୍ତ ହେଲା ମାଲକାନଗିରି ଜିଲ୍ଲା । ଜିଲ୍ଲାର ସମସ୍ତ ୨୧ କରୋନା ଆକ୍ରାନ୍ତ ସୁସ୍ଥ ହେବା ପରେ ଏହି ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ଏବେ କରୋନା କବଳରୁ ମୁକ୍ତି ପାଇଥିବା ଜଣାଇଛନ୍ତି ଜିଲ୍ଲାପାଳ।
2 more # COVID 19 patients have recovered & have been discharged.
Here is the snapshot
Total positive cases-21
Recovered-21
Total active cases--NilDistrict Administration
Malkangiri— COLLECTOR MALKANGIRI (@dm_malkangiri) June 7, 2020
ପୂର୍ବରୁ କରୋନାରେ ଆକ୍ରାନ୍ତ ୧୯ ଜଣ ସୁସ୍ଥ ହୋଇ ଫେରିଥିବା ବେଳେ ଏବେ ୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।
ଉଲ୍ଲେଖଯୋଗ୍ୟ, ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୯୯୪ରେ ପହଞ୍ଚିଲାଣି। ସେମାନଙ୍କ ମଧ୍ୟରୁ ୧୮୯୪ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧୦୮୯ଜଣ ଚିକିତ୍ସାଧୀନ ଅଛନ୍ତି। ୯ ଜଣଙ୍କ ମୃତ୍ୟୁ ହୋଇଛି।