କଂଗ୍ରେସ ବିଧାୟକଙ୍କ ଫଳକ ଓପାଡ଼ି ନେଲେ ବିଡ଼ିଓ, ତହସିଲଦାର ଓ ପୁଲିସ୍‌!

ବ୍ରହ୍ମପୁର(ଜଗନ୍ନାଥ ସାହୁ): ରାଜ୍ୟରେ ଚାଲିଛି ଅଫିସର ରାଜ୍‌! ସେମାନଙ୍କ ବିନା ନିର୍ଦ୍ଦେଶରେ ଗଛରେ ପତ୍ର ହଲେ ନାହିଁ ବୋଲି ଅନେକ ସମୟରେ ବିରୋଧୀ ଅଭିଯୋଗ କରୁଛନ୍ତି। ମାତ୍ର ଶାସକ ବିଜେଡି ଏହାକୁ ଖଣ୍ଡନ କରୁଥିଲେ ମଧ୍ୟ ଅଫିସର ରାଜ୍‌ର ନଗ୍ନ ଚିତ୍ର ଆଜି ପଦାରେ ପଡ଼ିଛି। ଲୋକାର୍ପଣ ପାଇଁ ଲାଗିଥିବା ବିଧାୟକଙ୍କ ଫଳକକୁ ବିଡ଼ିଓ, ତହସିଲ୍‌ଦାର ଓ ପୁଲିସ୍‌ ଓପାଡ଼ି ନେଇଛନ୍ତି। ଆଜି ଏପରି ଅଭିଯୋଗ ଆସିଛି ଗଞ୍ଜାମ ଜିଲ୍ଲାରୁ। ଅଫିସରଙ୍କ ଏପରି କାର୍ଯ୍ୟକୁ ବିଧାୟକ ରମେଶ […]

Ganjam

Ganjam

Manoranjan Sial
  • Published: Tuesday, 26 October 2021
  • Updated: 26 October 2021, 07:04 PM IST

Sports

Latest News

ବ୍ରହ୍ମପୁର(ଜଗନ୍ନାଥ ସାହୁ): ରାଜ୍ୟରେ ଚାଲିଛି ଅଫିସର ରାଜ୍‌! ସେମାନଙ୍କ ବିନା ନିର୍ଦ୍ଦେଶରେ ଗଛରେ ପତ୍ର ହଲେ ନାହିଁ ବୋଲି ଅନେକ ସମୟରେ ବିରୋଧୀ ଅଭିଯୋଗ କରୁଛନ୍ତି। ମାତ୍ର ଶାସକ ବିଜେଡି ଏହାକୁ ଖଣ୍ଡନ କରୁଥିଲେ ମଧ୍ୟ ଅଫିସର ରାଜ୍‌ର ନଗ୍ନ ଚିତ୍ର ଆଜି ପଦାରେ ପଡ଼ିଛି। ଲୋକାର୍ପଣ ପାଇଁ ଲାଗିଥିବା ବିଧାୟକଙ୍କ ଫଳକକୁ ବିଡ଼ିଓ, ତହସିଲ୍‌ଦାର ଓ ପୁଲିସ୍‌ ଓପାଡ଼ି ନେଇଛନ୍ତି। ଆଜି ଏପରି ଅଭିଯୋଗ ଆସିଛି ଗଞ୍ଜାମ ଜିଲ୍ଲାରୁ। ଅଫିସରଙ୍କ ଏପରି କାର୍ଯ୍ୟକୁ ବିଧାୟକ ରମେଶ ଜେନା ନାପସନ୍ଦ କରିଛନ୍ତି।

ପୂରା ଘଟଣାଟି ଏମିତି। ସାନଖେମୁଣ୍ଡି ବ୍ଲକ ଛଣମେରି ପଞ୍ଚାୟତରେ ‘ବସୁଧା’ ଯୋଜନାରେ ଦେଢ଼ ଲକ୍ଷ ଲିଟର ବିଶିଷ୍ଟ ପାଣି ଟାଙ୍କି ନିର୍ମାଣ ହୋଇଛି। ଦୁଇ କୋଟି ୬୫ ହଜାର ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ପାଣି ଟାଙ୍କିକୁ ମୁଖ୍ୟମନ୍ତ୍ରୀ ଲୋକାର୍ପଣ କରିବାର ଥିଲା। ହେଲେ ଏନେଇ ବିଧାୟକଙ୍କୁ ଜଣାଇ ନଥିଲା ଜିଲ୍ଲା ପ୍ରଶାସନ। ତେଣୁ ବିଧାୟକ ରମେଶ ଜେନା ପ୍ରକଳ୍ପ ଉଦ୍‌ଘାଟନ କରିବାର ଥିଲା। ସେଥିପାଇଁ ପ୍ରକଳ୍ପ ପାଖରେ ଫଳକ ଲଗାଇଥିଲେ।

ବ୍ଲକ ପ୍ରଶାସନ ଏ ସମ୍ପର୍କରେ ଜାଣିବାକୁ ପାଇ କାର୍ଯ୍ୟକ୍ରମ ବାତିଲ କରିବାକୁ ବିଧାୟକଙ୍କୁ ଜଣାଇଥିଲେ। ବିଧାୟକ କିନ୍ତୁ ରାଜି ହୋଇନଥିଲେ। ବିଧାୟକଙ୍କଠାରୁ ନାସ୍ତିବାଣୀ ଶୁଣିବା ପରେ ବ୍ଲକ ପ୍ରଶାସନ ଘଟଣା ସମ୍ପର୍କରେ ଜିଲ୍ଲା ପ୍ରଶାସନକୁ ଜଣାଇଥିଲେ। ଏଥିସହ ସାନଖେମୁଣ୍ଡି ବିଡିଓ ଗାୟତ୍ରୀଦତ୍ତ ନାୟକ, ତହସିଲଦାର ଡ. ଶ୍ରୀନିବାସ ବେହେରା, ଦିଗପହଣ୍ଡି ଥାନା ଆଇଆଇସି ବସନ୍ତ ସେଠୀ ସଦଳବଳେ ଛଣମେରି ଗାଁରେ ପହଞ୍ଚିଥିଲେ। ଆଉ ପ୍ରକଳ୍ପ ସ୍ଥଳରେ ଲାଗିଥିବା ବିଧାୟକଙ୍କ ଫଳକକୁ ଓପାଡ଼ି ଆଣିଥିଲେ।

ତେବେ ବିଧାୟକ ରମେଶ ଜେନା କିନ୍ତୁ ପ୍ରଶାସନିକ ଅଧିକାରୀଙ୍କ ଆରୋପକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି, ପ୍ରକଳ୍ପ ଲୋକାର୍ପଣ ନେଇ କୌଣସି ଅଧିକାରୀ ମୋ ସହିତ ଆଲୋଚନା କରିନାହାନ୍ତି। ଏପରିକି ମୋ ସହିତ ଯୋଗାଯୋଗ କରିନାହାନ୍ତି। ଆଜି ପ୍ରକଳ୍ପ ଲୋକାର୍ପଣ କରିବାକୁ ଗଲାବେଳେ ଫଳକ ନଥିବା ଦେଖିବାକୁ ପାଇଲି। ପ୍ରଶାସନର ଏପରି ନିଷ୍ପତ୍ତିକୁ ମୁଁ ନିନ୍ଦା କରୁଛି ବୋଲି ବିଧାୟକ କହିଛନ୍ତି।

ବିଧାୟକ ରମେଶ ଜେନା କହିଛନ୍ତି-“ସାନଖେମୁଣ୍ଡି ବ୍ଲକର ସମସ୍ତ ସରକାରୀ ଅଫିସର ବିଜେଡି ଦଳ ପାଇଁ କାମ କରୁଛନ୍ତି। ଲୋକଙ୍କ ଆବଶ୍ୟକତା ପୂରଣ କରୁନାହାନ୍ତି। ଆଜି ପାନୀୟ ଜଳ ପ୍ରକଳ୍ପର ଉଦ୍‌ଘାଟନ ହେବାର ଥିଲା। ବିଡିଓ, ତହସିଲଦାର ଓ ପୁଲିସବାଲା ମିଶି ଫଳକ ଭାଙ୍ଗିଛନ୍ତି। ଏହା ଏକ ନିନ୍ଦନୀୟ ଘଟଣା। ସରକାରୀ ଅଫିସର ହୋଇ ଏମାନେ ଏହି ଅଞ୍ଚଳରେ ଗୁଣ୍ଡାଗିରି କରୁଛନ୍ତି। ଅଫିସରମାନେ ମନମୁଖୀ ଶାସନ କରୁଛନ୍ତି। ଫଲ୍‌ସ ବିଲ କରୁଛନ୍ତି। ବିଧାୟକ ପାଣ୍ଠିକୁ ଅଟକାଇ ରଖାଯାଉଛି। କାମ କରିବାକୁ ଦିଆଯାଉ ନାହିଁ।”

ମୁଖ୍ୟମନ୍ତ୍ରୀ ଉଦ୍‌ଘାଟନକୁ ନେଇ ସେ କହିଛନ୍ତି-“ମୁଖ୍ୟମନ୍ତ୍ରୀ ପ୍ରକଳ୍ପ ଉଦ୍‌ଘାଟନ କଲେ, ଆମେ ଖୁସି ମନେ କରିବୁ। କିନ୍ତୁ ମୁଖ୍ୟମନ୍ତ୍ରୀ ତ ଆମକୁ କେବେ କହିନାହାନ୍ତି, ମୋ ବିନା ତୁମେମାନେ ଉଦ୍‌ଘାଟନ କରିପାରିବ ନାହିଁ। ତାହା ହେଲେ ଏମାନେ କିଏ କହିବା ପାଇଁ? ପ୍ରଶାସନ ମୋ ସହିତ ଯୋଗାଯୋଗ କରିନାହାନ୍ତି। ସେମାନେ ମନଇଚ୍ଛା କାମ କରୁଛନ୍ତି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos