କମିଲା ‘ମୋ ବସ୍’ ଭଡ଼ା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ‘ମୋ ବସ୍‌’ର ଭଡ଼ା ହ୍ରାସ କରାଯାଇଛି। ତେବେ କେବଳ ଶୀତତାପ ନିୟନ୍ତ୍ରିତ ‘ମୋ ବସ୍‌’ର ଭଡ଼ା ହ୍ରାସ କରାଯାଇଛି। ଶୀତକୁ ଦୃଷ୍ଟିରେ ରଖି କ୍ୟାପିଟାଲ ରିଜିଅନ୍‌ ଅର୍ବାନ ଟ୍ରାନ୍ସପୋର୍ଟ (CRUT) ଏହି ନିଷ୍ପତ୍ତି ନେଇଛି। ଏହି ନିଷ୍ପତ୍ତି ପ୍ରକାରେ ଶୀତତାପ ନିୟନ୍ତ୍ରିତ ବସ୍‌ର ଭଡ଼ା ୩୮ ପ୍ରତିଶତ କମ୍ କରାଯାଇଛି। ସର୍ବନିମ୍ନ ୨ କିମି ପାଇଁ ବସ୍ ଭଡ଼ା ୮ ଟଙ୍କା ବଦଳରେ ୫ ଟଙ୍କାକୁ ହ୍ରାସ କରାଯାଇଛି। ସେହିଭଳି ସର୍ବାଧିକ ଭଡ଼ାକୁ […]

bus2

Jitendra Garnayak
  • Published: Friday, 29 November 2019
  • , Updated: 29 November 2019, 06:37 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ‘ମୋ ବସ୍‌’ର ଭଡ଼ା ହ୍ରାସ କରାଯାଇଛି। ତେବେ କେବଳ ଶୀତତାପ ନିୟନ୍ତ୍ରିତ ‘ମୋ ବସ୍‌’ର ଭଡ଼ା ହ୍ରାସ କରାଯାଇଛି। ଶୀତକୁ ଦୃଷ୍ଟିରେ ରଖି କ୍ୟାପିଟାଲ ରିଜିଅନ୍‌ ଅର୍ବାନ ଟ୍ରାନ୍ସପୋର୍ଟ (CRUT) ଏହି ନିଷ୍ପତ୍ତି ନେଇଛି।

ଏହି ନିଷ୍ପତ୍ତି ପ୍ରକାରେ ଶୀତତାପ ନିୟନ୍ତ୍ରିତ ବସ୍‌ର ଭଡ଼ା ୩୮ ପ୍ରତିଶତ କମ୍ କରାଯାଇଛି। ସର୍ବନିମ୍ନ ୨ କିମି ପାଇଁ ବସ୍ ଭଡ଼ା ୮ ଟଙ୍କା ବଦଳରେ ୫ ଟଙ୍କାକୁ ହ୍ରାସ କରାଯାଇଛି। ସେହିଭଳି ସର୍ବାଧିକ ଭଡ଼ାକୁ ୧୦୦ ଟଙ୍କାରୁ ୭୦ ଟଙ୍କାକୁ ହ୍ରାସ କରାଯାଇଛି।

ଏହି ନୂଆ ଭଡ଼ା ଡିସେମ୍ବର ପହିଲାରୁ ଲାଗୁ ହେବ। ଏହା ଜାନୁଆରୀ ୩୧ ପର୍ଯ୍ୟନ୍ତ ଅର୍ଥାତ୍ ଦୁଇ ମାସ ପାଇଁ ଲାଗୁ ହୋଇଛି।

Related story