ନାକେଦମ କଲା ମୋ ବସ୍, ଅଧ ଘଣ୍ଟା କାଳ ଖୋଲିଲାନି ଡୋର୍‌

କଟକ(ଓଡ଼ିଶା ରିପୋର୍ଟର): ମଝି ରାସ୍ତାରେ ଯାତ୍ରୀଙ୍କୁ ନାକେଦମ କଲା ମୋ ବସ୍ । କଟକ କାଠଯୋଡି ରିଙ୍ଗରୋଡ ରାଜାବଗିଚା ନିକଟରେ ମଝି ରାସ୍ତାରେ ଅଟକିଲା ମୋ ବସ୍ । ବସ୍‌ ଆଗ ପଛ ଦୁଇଟି ଡୋର୍ ନ ଖୋଲିବାରୁ ଯାତ୍ରୀଙ୍କ ମଧ୍ୟରେ ପଶିଗଲା ଛନକା ।  ବେଶ କିଛି ସମୟ ଧରି ସ୍ଥାନୀୟ ଲୋକଙ୍କ ଚେଷ୍ଟା ପରେ ବସ୍‌ରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଭାବେ ଉଦ୍ଧାର ହୋଇଛନ୍ତି । କନ୍ଦରପୁରରୁ ଧବଳେଶ୍ୱର ଅଭିମୁଖେ ଯାଉଥିବା ୮୩  […]

mo-bus

  • Published: Thursday, 20 October 2022
  • , Updated: 20 October 2022, 12:21 PM IST

କଟକ(ଓଡ଼ିଶା ରିପୋର୍ଟର): ମଝି ରାସ୍ତାରେ ଯାତ୍ରୀଙ୍କୁ ନାକେଦମ କଲା ମୋ ବସ୍ । କଟକ କାଠଯୋଡି ରିଙ୍ଗରୋଡ ରାଜାବଗିଚା ନିକଟରେ ମଝି ରାସ୍ତାରେ ଅଟକିଲା ମୋ ବସ୍ । ବସ୍‌ ଆଗ ପଛ ଦୁଇଟି ଡୋର୍ ନ ଖୋଲିବାରୁ ଯାତ୍ରୀଙ୍କ ମଧ୍ୟରେ ପଶିଗଲା ଛନକା ।  ବେଶ କିଛି ସମୟ ଧରି ସ୍ଥାନୀୟ ଲୋକଙ୍କ ଚେଷ୍ଟା ପରେ ବସ୍‌ରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଭାବେ ଉଦ୍ଧାର ହୋଇଛନ୍ତି ।

କନ୍ଦରପୁରରୁ ଧବଳେଶ୍ୱର ଅଭିମୁଖେ ଯାଉଥିବା ୮୩  ନମ୍ବର ରୁଟ୍‌ର ଏକ ମୋ ବସ୍ ରାଜବଗିଚା ନିକଟରେ ହଠାତ ଖରାପ ହୋଇଯାଇଥିଲା  । ଫଳରେ ବସ୍ର ଦୁଇଟି ଯାକ ଡୋର୍‌ ଖୋଲି ନଥିଲା । ଏଥିପାଇଁ ବସ୍‌ରେ ଥିବା ଯାତ୍ରୀମାନେ ଆତଙ୍କିତ ହୋଇପଡ଼ିଥିଲେ ।

କେହି କେହି ଯାତ୍ରୀ ଝରକା ବାଟେ ବାହାରକୁ ଆସିବାକୁ ଚେଷ୍ଟା କରୁଥିବା ଦେଖିବାକୁ ମିଳିଥିଲା । ଅନ୍ୟ କିଛି ଯାତ୍ରୀ ଡ୍ରାଇଭର ପାର୍ଶ୍ୱ ଡୋର୍‌ ଦେଇ ବାହାରକୁ ଆସିଥିଲେ। ଶେଷରେ ସ୍ଥାନୀୟ ଲୋକଙ୍କ ଚେଷ୍ଟାରେ ଡୋର ଖୋଲା ଗଲାପରେ ସମସ୍ତ ଯାତ୍ରୀ ସୁରକ୍ଷିତ ଉଦ୍ଧାର ହୋଇଥିଲେ।

Related story