ଲକଡାଉନରେ ଚାଲିବ ‘ମୋ ବସ୍‌’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତାକାଲିଠୁ ରାଜ୍ୟବ୍ୟାପୀ ୧୫ଦିନିଆ ଲକଡାଉନ୍ ଯୋଗୁ ସାର୍ବଜନୀନ ପରିବହନ ସେବା(ବସ୍ ଚଳାଚଳ) ଉପରେ କଟକଣା ଜାରି କରିଥିବା ରାଜ୍ୟ ସରକାର ‘ମୋ ବସ’ ଚଳାଚଳ ପାଇଁ ଅନୁମତି ଦେଇଛନ୍ତି। ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର ଆଜି ଏହି ନିର୍ଦ୍ଦେଶନାମା ଦେବା ସହ ମେ’ ୧ତାରିଖରେ ଲକଡାଉନ ସଂକ୍ରାନ୍ତରେ ଜାରି କରିଥିବା ନିର୍ଦ୍ଦେଶନାମାର ସଂଶୋଧନ ମଧ୍ୟ କରିଛନ୍ତି। ରାଜଧାନୀ ଭୁବନେଶ୍ୱର ସମେତ କଟକ ଓ ପୁରୀରେ ବସ୍ ସେବା ଯୋଗାଉଥିବା କ୍ୟାପିଟାଲ ରିଜନ୍ ଅର୍ବାନ ଟ୍ରାନ୍ସପୋର୍ଟ(କ୍ରୁଟ)ରା […]

MO BUS

Ordigital Desk
  • Published: Tuesday, 04 May 2021
  • , Updated: 04 May 2021, 10:48 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତାକାଲିଠୁ ରାଜ୍ୟବ୍ୟାପୀ ୧୫ଦିନିଆ ଲକଡାଉନ୍ ଯୋଗୁ ସାର୍ବଜନୀନ ପରିବହନ ସେବା(ବସ୍ ଚଳାଚଳ) ଉପରେ କଟକଣା ଜାରି କରିଥିବା ରାଜ୍ୟ ସରକାର ‘ମୋ ବସ’ ଚଳାଚଳ ପାଇଁ ଅନୁମତି ଦେଇଛନ୍ତି। ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର ଆଜି ଏହି ନିର୍ଦ୍ଦେଶନାମା ଦେବା ସହ ମେ’ ୧ତାରିଖରେ ଲକଡାଉନ ସଂକ୍ରାନ୍ତରେ ଜାରି କରିଥିବା ନିର୍ଦ୍ଦେଶନାମାର ସଂଶୋଧନ ମଧ୍ୟ କରିଛନ୍ତି।

ରାଜଧାନୀ ଭୁବନେଶ୍ୱର ସମେତ କଟକ ଓ ପୁରୀରେ ବସ୍ ସେବା ଯୋଗାଉଥିବା କ୍ୟାପିଟାଲ ରିଜନ୍ ଅର୍ବାନ ଟ୍ରାନ୍ସପୋର୍ଟ(କ୍ରୁଟ)ରା ‘ମୋ ବସ’କୁ ଚଳପ୍ରଚଳନ ନିମନ୍ତେ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ତେବେ କ୍ରୁୂଟ୍ ନିଜର ସମସ୍ତ ବସ୍ ପରିବର୍ତ୍ତେ କେତେକ ନିର୍ଦ୍ଦିଷ୍ଟ ମାର୍ଗ ଓ ସଂଖ୍ୟକ ବସକୁ ଚଳାଚଳ କରାଇବ। ଏହି ବସ୍ ଲକଡାଉନ ସମୟରେ ବିମାନ ବନ୍ଦର ଓ ରେଳଷ୍ଟେସନରୁ ଯାତ୍ରୀଙ୍କୁ ନେବାଆଣିବା କାର୍ଯ୍ୟ କରିବ।

ତେବେ ରେଳ ଷ୍ଟେସନ ଓ ବିମାନ ବନ୍ଦର ଯିବାବେଳେ ଗନ୍ତବ୍ୟ ସ୍ଥଳ ମଝିରେ ଏହି ବସ୍ କୌଣସି ଯାତ୍ରୀଙ୍କୁ ଉଠାଇ ପାରିବ ନାହିଁ। ଏହି ବସ୍ କେବଳ ନିଜର ସିଟ୍ କ୍ଷମତା ଅନୁସାରେ ଚଳାଚଳ କରିବ ଓ ବସରେ ଯାତ୍ରୀଙ୍କୁ ଛିଡ଼ା ହୋଇଯିବାକୁ ଅନୁମତି ଦିଆଯିବ ନାହିଁ ବୋଲି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା ତାଙ୍କ ନିର୍ଦ୍ଦେଶରେ ଉଲ୍ଲେଖ କରିଛନ୍ତି। ତେବେ ‘ମୋ ବସ୍ ’ କେଉଁ ମାର୍ଗରେ ଚାଲିବ, କେତେବେଳେ ଓ କେତୋଟି ଚାଲିବ ତାହା କ୍ରୁଟ୍ ସ୍ଥିର କରିବ ବୋଲି ଜଣାପଡ଼ିଛି।

ସେହିପରି ଲକଡାଉନ ସମୟରେ ଅବକାରୀ ଧରପଗଡ଼ ସଂକ୍ରାନ୍ତ ଗତିବିଧି ପାଇଁ ଅନୁମତି ଦିଆଯିବ। ଏହା ସହିତ ଲକଡାଉନବେଳେ ଯେଉଁମାନଙ୍କୁ ଯାତାୟତ ପାଇଁ ଅନୁମତି ଦିଆଯାଇଛି ସେମାନଙ୍କୁ ନିମ୍ନଲିଖିତ ନିର୍ଦ୍ଦେଶନାମାକୁ ପାଳନ କରିବାକୁ ପଡ଼ିବ । ଦୁଇଚକିଆ ଗାଡ଼ିରେ କେବଳ ଚାଳକଙ୍କୁ ଯିବା ପାଇଁ ଅନୁମତି ମିଳିବ ଓ କାହାରିକୁ ପଛରେ ବସାଇ ଯାଇ ପାରିବେ ନାହି।

ସେହିପରି ଓଲା ଓ ଛଉବେର ଆଦି ସମେତ କ୍ୟାବ୍ ସର୍ଭିସ ଓ ଅଟୋ ରିକ୍ସା ସେବା ଯୋଗାଣକାରୀଙ୍କ ସମେତ ଚାରିଚକିଆ, ଅଟୋ ରିକ୍ସା, ଟାକ୍ସିଗୁଡ଼ିକୁ ଡ୍ରାଇଭରଙ୍କ ସହ ଅନ୍ୟ ୨ଜଣ ଯାତ୍ରୀଙ୍କୁ ପଛ ସିଟରେ ବସାଇ ପରିବହନ କରିବାର ଅନୁମତି ଦିଆଯାଇଛି। ବିଶେଷକରି ଘରୁ କୋଭିଡ ଟେଷ୍ଟ ପାଇଁ କେନ୍ଦ୍ରକୁ ଯିବା, ଟିକାକରଣ କେନ୍ଦ୍ର, ବିମାନ ବନ୍ଦର ଓ ରେଳ ଷ୍ଟେସନ, ଜରୁରୀ ଡାକ୍ତରୀ ଉପକରଣ, ଅତ୍ୟାବଶ୍ୟକ ସେବା ସହ ଜଡ଼ିତ କର୍ମଚାରୀମାନେ ଯାତାୟତ କରିପାରିବେ। ସେହିପରି ବିବାହ, ଅନ୍ତେଷ୍ଟି ଓ ଶ୍ରାଦ୍ଧ ଉତ୍ସବରେ ସାମିଲ ହେବା ପାଇଁ ଅନୁମତି ପାଇଥିବା ବ୍ୟକ୍ତିମାନେ ମଧ୍ୟ ଏହି ନିୟମ ପାଳନ କରିବେ ବୋଲି ଏସଆରସିଙ୍କ ପକ୍ଷରୁ ଜାରି ସଂଶୋଧିତ ଗାଇଡଲାଇନରେ ଏହା ଉଲ୍ଲେଖ ରହିଛି।

Related story