ମୋ ପଞ୍ଚାୟତ ହେବ ଶ୍ରେଷ୍ଠ ପଞ୍ଚାୟତ, ତାଲିମ ନେଲେ ସରପଞ୍ଚ

ଢ଼େଙ୍କାନାଳ (ରାଜଶ୍ରୀ ଶତପଥୀ): ମୋ ପଞ୍ଚାୟତ ହେବ ଶ୍ରେଷ୍ଠ ପଞ୍ଚାୟତ। ଗ୍ରାମାଞ୍ଚଳର ହାତ ପାହାନ୍ତାରେ ମିଳିବ ସହରୀ ସୁବିଧା। ଏଥିପାଇଁ ଅଣ୍ଟା ଭିଡିଛନ୍ତି ରାଜ୍ୟ ସରକାର। ଏହି ପରିପ୍ରେକ୍ଷୀରେ ପଞ୍ଚାୟତର ବିକାଶ ପାଇଁ ଶିକ୍ଷାଲାଭ କରୁଛନ୍ତି ନବ ର୍ନିବାଚିତ ସରପଞ୍ଚ। ର୍ନିବାଚନ ପରେ ପଞ୍ଚାୟତ ସ୍ତରରେ ଉନ୍ନୟନ ମୂଳକ କାମ କିଭଳି ହେବ ସେଥିପାଇଁ ପ୍ରସ୍ତୁତ ହେଉଛି ବ୍ଲୁ ପ୍ରିଣ୍ଟ। ଏଥିପାଇଁ ରାଜ୍ୟ ଗ୍ରାମ୍ୟ ଉନ୍ନୟନ ପଞ୍ଚାୟତି ରାଜ ପ୍ରତିଷ୍ଠାନ ଓ ଜିଲ୍ଲା ପରିଷଦର ମିଳିତ ଆନୁକୁଲ୍ୟରେ […]

Sarapncha

Madhupriya Mistry
  • Published: Wednesday, 21 September 2022
  • , Updated: 21 September 2022, 06:31 PM IST

ଢ଼େଙ୍କାନାଳ (ରାଜଶ୍ରୀ ଶତପଥୀ): ମୋ ପଞ୍ଚାୟତ ହେବ ଶ୍ରେଷ୍ଠ ପଞ୍ଚାୟତ। ଗ୍ରାମାଞ୍ଚଳର ହାତ ପାହାନ୍ତାରେ ମିଳିବ ସହରୀ ସୁବିଧା। ଏଥିପାଇଁ ଅଣ୍ଟା ଭିଡିଛନ୍ତି ରାଜ୍ୟ ସରକାର। ଏହି ପରିପ୍ରେକ୍ଷୀରେ ପଞ୍ଚାୟତର ବିକାଶ ପାଇଁ ଶିକ୍ଷାଲାଭ କରୁଛନ୍ତି ନବ ର୍ନିବାଚିତ ସରପଞ୍ଚ। ର୍ନିବାଚନ ପରେ ପଞ୍ଚାୟତ ସ୍ତରରେ ଉନ୍ନୟନ ମୂଳକ କାମ କିଭଳି ହେବ ସେଥିପାଇଁ ପ୍ରସ୍ତୁତ ହେଉଛି ବ୍ଲୁ ପ୍ରିଣ୍ଟ। ଏଥିପାଇଁ ରାଜ୍ୟ ଗ୍ରାମ୍ୟ ଉନ୍ନୟନ ପଞ୍ଚାୟତି ରାଜ ପ୍ରତିଷ୍ଠାନ ଓ ଜିଲ୍ଲା ପରିଷଦର ମିଳିତ ଆନୁକୁଲ୍ୟରେ ଆରମ୍ଭ ହୋଇଛି ସରପଞ୍ଚମାନଙ୍କ ପାଇଁ ତାଲିମ ଶିବିର।

ଢେଙ୍କାନାଳ ଜିଲ୍ଲାରେ ଏହି ପାଞ୍ଚ ଦିନିଆ ତାଲିମ ଶିବିରରେ ସଦର ବ୍ଲକର ସମସ୍ତ ୩୦ଟି ପଞ୍ଚାୟତର ନବ ର୍ନିବାଚିତ ସରପଞ୍ଚ ଓ କାମାକ୍ଷାନଗର ବ୍ଲକର ୨୨ଟି ପଞ୍ଚାୟତର ସରପଞ୍ଚ ମାନେ ତାଲିମ ନେଇଛନ୍ତି। ପ୍ରଥମ ପର୍ଯାୟରେ ସଦର ବ୍ଲକର ଆଦର୍ଶ ପଞ୍ଚାୟତ ଭାବେ ପରିଚିତ ଚାଉଳିଆ ଗ୍ରାମ ପଞ୍ଚାୟତର କ୍ଷେତ୍ର ପରିଦର୍ଶନ କରିଛନ୍ତି ଦୁଇଟି ବ୍ଲକର ୫୨ଜଣ ଉଭୟ ମହିଳା ଓ ପୁରୁଷ ର୍ନିବାଚିତ ସରପଞ୍ଚ।

ଚାଉଳିଆ ପଞ୍ଚାୟତରେ ହୋଇଥିବା ସମସ୍ତ ଉନ୍ନୟନ ମୂଳକ କାମ ରୁରାଲ ପାର୍କ, କଲ୍ୟାଣ ମଣ୍ଡପ, ଆଦର୍ଶ ପୋଖରୀ, ୫ଟି ଅନ୍ତର୍ଭୁକ୍ତ ହାଇସ୍କୁଲ ଏସବୁଗୁଡିକ ଦେଖି ସମସ୍ତେ ବେଶ ଅନୁପ୍ରାଣିତ ହୋଇଛନ୍ତି। ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପକ୍ଷରୁ ନବ ର୍ନିବାଚିତ ଲୋକ ପ୍ରତିନିଧିମାନଙ୍କର ଦକ୍ଷତା ବୃଦ୍ଧି ନିମନ୍ତେ ଏହି ତାଲିମ ଶିବିର ଆୟୋଜନ କରାଯାଇଛି।

Related story