ନୂଆପଡ଼ାରେ ମାଓ ପୋଷ୍ଟର, ପୋଲିସର ଦମନଲୀଳାକୁ ବିରୋଧ

ନୂଆପଡ଼ା(ମାୟାଧର ସରଫ୍): ନୂଆପଡ଼ା ଜିଲ୍ଲା ବୋଡେନ ଥାନା ଅନ୍ତର୍ଗତ କେରାପଦର ଓ ଫରସର ଅଞ୍ଚଳରେ ଦେଖିବାକୁ ମିଳିଛି ମାଓ ପୋଷ୍ଟର। ମୈନପୁର-ନୂଆପଡ଼ା ମାଓବାଦୀ ଡିଭିଜନ ପକ୍ଷରୁ ଏହି ପୋଷ୍ଟର ମରାଯାଇଥିବା ଜଣାପଡିଛି। ମୈନପୁର-ନୂଆପଡ଼ା ଡିଭିଜନ ପ୍ରବକ୍ତା ଜୟରାମ ଏହି ପୋଷ୍ଟର ଜାରି କରିଛନ୍ତି।

ପୋଲିସର ଦମନଲୀଳାକୁ ବିରୋଧ କରି ସମସ୍ତେ ଏକ ହେବାକୁ ପୋଷ୍ଟରରେ ଆହ୍ୱାନ ଦେଇଛନ୍ତି ମାଓବାଦୀ। ସାଧାରଣ ଲୋକଙ୍କୁ ପୋଲିସର ନିର୍ଯାତନାକୁ ପୋଷ୍ଟରରେ ନିନ୍ଦା କରାଯାଇଛି।