‘ଫାଇଭ-ଟି’କୁ ‘ମୋ ସରକାର’ ଟିମର ଅଣଦେଖା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଅଫିସରମାନେ ଗତ ୩-୪ଦିନ ଧରି ରାଜ୍ୟର ବିଭିନ୍ନ ଜିଲ୍ଲା ଗସ୍ତ କରି ‘ମୋ ସରକାର’ କାର୍ଯ୍ୟକ୍ରମଗୁଡ଼ିକ ଥାନା ଓ ଡାକ୍ତରଖାନାରେ ଠିକଠାକ୍ ଚାଲିଛି କି ନାହିଁ ତାହା ଯାଞ୍ଚ କରୁଛନ୍ତି। ଯାହା ରାଜ୍ୟର କେତେକ ନିର୍ଦ୍ଦିଷ୍ଟ ଗଣମାଧ୍ୟମରେ ମୁଖ୍ୟ ଚର୍ଚ୍ଚାର ବିଷୟ ପାଲଟିଛି। ତେବେ ମୁଖ୍ୟମନ୍ତ୍ରୀଙ୍କ ‘ଫାଇଭ-ଟି’ ଯୋଜନା ଅନ୍ତର୍ଗତ ‘ମୋ ସରକାର’ କାର୍ଯ୍ୟକ୍ରମରେ ସାମିଲ ହୋଇ ଜିଲ୍ଲା ଗସ୍ତ କରୁଥିବା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଅଫିସରମାନେ(ମୋ ସରକାର ଟିମ୍) ଖୋଦ୍ ‘ଫାଇଭ-ଟି’କୁ […]

mo-sarkar

Manoranjan Sial
  • Published: Monday, 14 October 2019
  • , Updated: 14 October 2019, 08:21 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଅଫିସରମାନେ ଗତ ୩-୪ଦିନ ଧରି ରାଜ୍ୟର ବିଭିନ୍ନ ଜିଲ୍ଲା ଗସ୍ତ କରି ‘ମୋ ସରକାର’ କାର୍ଯ୍ୟକ୍ରମଗୁଡ଼ିକ ଥାନା ଓ ଡାକ୍ତରଖାନାରେ ଠିକଠାକ୍ ଚାଲିଛି କି ନାହିଁ ତାହା ଯାଞ୍ଚ କରୁଛନ୍ତି। ଯାହା ରାଜ୍ୟର କେତେକ ନିର୍ଦ୍ଦିଷ୍ଟ ଗଣମାଧ୍ୟମରେ ମୁଖ୍ୟ ଚର୍ଚ୍ଚାର ବିଷୟ ପାଲଟିଛି। ତେବେ ମୁଖ୍ୟମନ୍ତ୍ରୀଙ୍କ ‘ଫାଇଭ-ଟି’ ଯୋଜନା ଅନ୍ତର୍ଗତ ‘ମୋ ସରକାର’ କାର୍ଯ୍ୟକ୍ରମରେ ସାମିଲ ହୋଇ ଜିଲ୍ଲା ଗସ୍ତ କରୁଥିବା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଅଫିସରମାନେ(ମୋ ସରକାର ଟିମ୍) ଖୋଦ୍ ‘ଫାଇଭ-ଟି’କୁ ଅନୁସରଣ କରୁନାହାନ୍ତି।

ସୂଚନା ଅନୁସାରେ, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଅଫିସରମାନେ ଏବେ ‘ମୋ ସରକାର’ ଟିମର ସଦସ୍ୟ ଭାବେ ଅତିକମରେ ୧୫ଟି ଜିଲ୍ଲା ଗସ୍ତରେ ଯିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ନିଜ କାର୍ଯ୍ୟାଳୟର ଅଫିସରମାନଙ୍କ ଜିଲ୍ଲା ଗସ୍ତକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ରଣନୀତି ବୋଲି କହିବା ସହ ସେମାନେ ଲୋକଙ୍କଠୁ ଆଣୁଥିବା ମତାମତ ଆଧାରରେ ଆବଶ୍ୟକ ସୁଧାର କାର୍ଯ୍ୟ କରାଯାଉଛି ବୋଲି କହିଛନ୍ତି।

ସେହିପରି ‘ମୋ ସରକାର’ ଟିମରେ ସାମିଲ ଅଫିସରମାନଙ୍କ ମଧ୍ୟରୁ ଅଧିକାଂଶ ‘ଫାଇଭ୍-ଟି’ର ସମସ୍ତ ଉପାଦାନ ସହ ଜଡ଼ିତ ନୁହଁନ୍ତି। ମୁଖ୍ୟମନ୍ତ୍ରୀଙ୍କ ଫାଇଭ୍ -ଟି( ଟିମୱାର୍କ, ଟ୍ରାନ୍ସପରେନ୍ସି, ଟେକ୍ନୋଲୋଜି, ଟ୍ରାନ୍ସଫରମେସନ୍ ଓ ଟାଇମ) ମଧ୍ୟରୁ ଅଧିକାଂଶ ଉପାଦାନକୁ ‘ମୋ ସରକାର’ ଟିମ୍ ଅଣଦେଖା କରୁଛନ୍ତି।

ନିର୍ଭରଯୋଗ୍ୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ବର୍ତ୍ତମାନର ସୋଶାଲ ମିଡିଆ ଯୁଗରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ସୋଶାଲ ମିଡିଆ ଆକାଉଣ୍ଟକୁ କୌଣସି ଏକ ଘରୋଇ ସଂସ୍ଥା ଅପରେଟ୍ କରୁଥିବାବେଳେ ‘ମୋ ସରକାର’ ଟିମରେ ସାମିଲ ହୋଇଥିବା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ତଳଠୁ ଉପର ପର୍ଯ୍ୟନ୍ତ ଅଫିସରମାନେ କେହି ବି ସୋଶାଲ ମିଡିଆରେ ସକ୍ରିୟ ନାହାନ୍ତି। ସାଧାରଣ ଲୋକଙ୍କ ଫିଡବ୍ୟାକକୁ ‘ମୋ ସରକାର’ରେ ଗୁରୁତ୍ୱ ଦିଆଯାଉଥିବାବେଳେ ଏହି ଅଫିସରମାନଙ୍କ ପାଖରେ ସାଧାରଣ ଲୋକଙ୍କ ପାଖରେ ସହଜରେ ପହଞ୍ôଚ ପାରିବା ଭଳି ଏପର୍ଯ୍ୟନ୍ତ ବ୍ୟବସ୍ଥା ହୋଇନି। ସୋଶାଲ ମିଡିଆ ମାଧ୍ୟମରେ ଖୁବ କମ୍ ସମୟରେ ସାଧାରଣ ଲୋକର ସମସ୍ୟାକୁ ଜାଣିବାର ସୁଯୋଗ ରହିଥିଲେ ମଧ୍ୟ ‘ମୋ ସରକାର’ ଟିମରେ ଥିବା ଅଫିସରମାନେ ଫେସବୁକ୍ ଓ ଟ୍ୱିଟରର ନିୟମିତ ଉପଯୋଗକାରୀ ନୁହଁନ୍ତି। ଏହି ଦୁଇ ସୋଶାଲ ମିଡିଆ ପ୍ଲାଟଫର୍ମରେ ସେମାନଙ୍କ ପାଖରେ କୌଣସି ସମସ୍ୟା କିମ୍ବା ଅଭିଯୋଗ ପହଞ୍ଚାଇବା ବି ଏବେ ସମ୍ଭବପର ନୁହେଁ।

ରାଜନୀତିକ ବିଶ୍ଲେଷକଙ୍କ ମତରେ, ମୁଖ୍ୟମନ୍ତ୍ରୀଙ୍କ ଅଫିସରମାନେ ତୃତୀୟ ମହଲାରୁ ବାହାରି ସାଧାରଣ ଲୋକଙ୍କ ମତାମତ ନେବା ଯଦିଓ ସ୍ୱାଗତଯୋଗ୍ୟ ପଦକ୍ଷେପ ତଥାପି ସରକାରୀ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଗରିବ ରୋଗୀ ଓ ତାଙ୍କ ସମ୍ପର୍କୀୟମାନେ ସିଧାସଳଖ ଅଭିଯୋଗ କରିବାକୁ ନିଜକୁ ସହଜ ମନେ କରୁନଥିବେ। ତେଣୁ ରାଜ୍ୟରେ ପ୍ରଶାସନିକ ବ୍ୟବସ୍ଥାରେ ‘ଟ୍ରାନ୍ସଫରମେସନ୍’ ପାଇଁ ଉଦ୍ୟମ କରୁଥିବା ‘ମୋ ସରକାର’ ଟିମ୍ ପ୍ରଥମେ ଖୋଦ୍ ଟେକ୍ନୋଲୋଜି ଓ ଟ୍ରାନ୍ସପରେନ୍ସି ଉପରେ ଗୁରୁତ୍ୱ ଦେଲେ ନିର୍ଦ୍ଧିଷ୍ଟ୍ ‘ଟାଇମ୍’ ମଧ୍ୟରେ ରାଜ୍ୟବାସୀଙ୍କୁ ଏହାର ସୁଫଳ ମିଳିପାରନ୍ତା।

Related story