ହୋର୍ଡିଂରେ ହେବ ‘ମୋ ସରକାର’ ପ୍ରଚାର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଜନସେବା ଅଧିକାର ଆଇନର ବିଫଳତାକୁ ଲୁଚାଇବା ପାଇଁ ରାଜ୍ୟ ସରକାର ଏବେ ‘ମୋ ସରକାର’ ନାଁରେ ନୂଆ ବିକଳ୍ପ ଖୋଜି ପାଇଛନ୍ତି। ଆଉ ପ୍ରଥମ ପର୍ଯ୍ୟାୟରେ ଥାନା ଓ ଡାକ୍ତରଖାନାରେ କାର୍ଯ୍ୟକାରୀ ହେଉଥିବା ଏହି ‘ମୋ ସରକାର’ କାର୍ଯ୍ୟକ୍ରମକୁ ବ୍ୟାପକ ପ୍ରଚାର ନିମନ୍ତେ ଏବେ ରାଜ୍ୟବ୍ୟାପୀ ହୋର୍ଡିଂ ଲଗାଇବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ରାଜ୍ୟର ଡାକ୍ତରଖାନାଗୁଡ଼ିକରେ ଡାକ୍ତର,ନର୍ସ ଓ ଆବଶ୍ୟକ ଭିତ୍ତିଭୂମି ନଥିବାବେଳେ ‘ମୋ ସରକାର’ କାର୍ଯ୍ୟକ୍ରମକୁ ସାଧାରଣରେ ସଫଳ କରାଇବା […]

mo-sarker

Manoranjan Sial
  • Published: Thursday, 10 October 2019
  • , Updated: 10 October 2019, 08:05 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଜନସେବା ଅଧିକାର ଆଇନର ବିଫଳତାକୁ ଲୁଚାଇବା ପାଇଁ ରାଜ୍ୟ ସରକାର ଏବେ ‘ମୋ ସରକାର’ ନାଁରେ ନୂଆ ବିକଳ୍ପ ଖୋଜି ପାଇଛନ୍ତି। ଆଉ ପ୍ରଥମ ପର୍ଯ୍ୟାୟରେ ଥାନା ଓ ଡାକ୍ତରଖାନାରେ କାର୍ଯ୍ୟକାରୀ ହେଉଥିବା ଏହି ‘ମୋ ସରକାର’ କାର୍ଯ୍ୟକ୍ରମକୁ ବ୍ୟାପକ ପ୍ରଚାର ନିମନ୍ତେ ଏବେ ରାଜ୍ୟବ୍ୟାପୀ ହୋର୍ଡିଂ ଲଗାଇବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ରାଜ୍ୟର ଡାକ୍ତରଖାନାଗୁଡ଼ିକରେ ଡାକ୍ତର,ନର୍ସ ଓ ଆବଶ୍ୟକ ଭିତ୍ତିଭୂମି ନଥିବାବେଳେ ‘ମୋ ସରକାର’ କାର୍ଯ୍ୟକ୍ରମକୁ ସାଧାରଣରେ ସଫଳ କରାଇବା ଉପରେ ସରକାର ଗୁରୁତ୍ୱ ଦେବାରେ ଲାଗିଛନ୍ତି।

ମିଳିଥିବା ସୂଚନା ଅନୁସାରେ ରାଜ୍ୟ ପୂର୍ତ୍ତ ବିଭାଗ ପକ୍ଷରୁ ରାଜ୍ୟର ସମସ୍ତ ଥାନା ଓ ଡାକ୍ତରଖାନାରେ ‘ମୋ ସରକାର’ ଫଳକ ଲଗାଇବା ନିମନ୍ତେ ପୂର୍ତ୍ତ ବିଭାଗର ଜିଲ୍ଲା ନିର୍ବାହୀ ଯନ୍ତ୍ରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରାଥମିକତା ଭିତ୍ତିରେ ‘ମୋ ସରକାର’ ଫଳକକୁ ସମସ୍ତ ଥାନା, ୨୧ଟି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ କଟକ, ବ୍ରହ୍ମପୁର ଓ ସମ୍ବଲପୁରସ୍ଥିତ ୩ଟି ସରକାରୀ ମେଡିକାଲ କଲେକରେ ଲଗାଇବାକୁ କୁହାଯାଇଛି। ସୂଚନାଯୋଗ୍ୟ, ଗାନ୍ଧି ଜୟନ୍ତୀରୁ ରାଜ୍ୟର ସମସ୍ତ ଥାନା ଓ ଡାକ୍ତରଖାନାରେ ମୋ ସରକାର କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବାବେଳେ ଗତ ଦୁଇଦିନ ହେଲା ମୁଖ୍ୟମନ୍ତ୍ରୀଙ୍କ ସଚିବ ଭିକେ ପାଣ୍ଡିଆନ ନିଜେ ବ୍ୟକ୍ତିଗତ ଭାବେ ୫ଟି ଜିଲ୍ଲା ଗସ୍ତରେ ଯାଇ ଏହି ଯୋଜନାର ସଫଳତା ତଦାରଖ କରିଛନ୍ତି।

Related story