ସବୁ ପଞ୍ଚାୟତରେ ଖୋଲିବ ‘ମୋ ସେବା’ କେନ୍ଦ୍ର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ସୂଚନା ଅଧିକାର ଆଇନ ଓ ଲୋକସେବା ଅଧିକାର ଆଇନକୁ ସଠିକ୍ ଭାବେ କାର୍ଯ୍ୟକାରୀ କରିବା ଦିଗରେ ବିଶେଷ ଗୁରୁତ୍ୱ ଦେଉନଥିବା ରାଜ୍ୟ ସରକାର ଏବେ ‘ମୋ ସେବା କେନ୍ଦ୍ର’ର ଭେଳିକି ଆରମ୍ଭ କରିଛନ୍ତି। ଆଜି ପଂଚାୟତିରାଜ ଦିବସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବ୍ୟାପୀ ୩ହଜାର ମୋ ସେବା କେନ୍ଦ୍ରକୁ ଲୋକାର୍ପିତ କରିଥିବାବେଳେ ଆଗାମୀ ଦିନରେ ରାଜ୍ୟର ସବୁ ପଂଚାୟତରେ ଗୋଟିଏ ଲେଖାଏଁ ଏହି କେନ୍ଦ୍ର ଖୋଲିବ ବୋଲି ଘୋଷଣା କରିଛନ୍ତି। ଏହା ଦ୍ୱାରା […]

msme

Ordigital Desk
  • Published: Friday, 05 March 2021
  • , Updated: 05 March 2021, 08:57 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ସୂଚନା ଅଧିକାର ଆଇନ ଓ ଲୋକସେବା ଅଧିକାର ଆଇନକୁ ସଠିକ୍ ଭାବେ କାର୍ଯ୍ୟକାରୀ କରିବା ଦିଗରେ ବିଶେଷ ଗୁରୁତ୍ୱ ଦେଉନଥିବା ରାଜ୍ୟ ସରକାର ଏବେ ‘ମୋ ସେବା କେନ୍ଦ୍ର’ର ଭେଳିକି ଆରମ୍ଭ କରିଛନ୍ତି। ଆଜି ପଂଚାୟତିରାଜ ଦିବସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବ୍ୟାପୀ ୩ହଜାର ମୋ ସେବା କେନ୍ଦ୍ରକୁ ଲୋକାର୍ପିତ କରିଥିବାବେଳେ ଆଗାମୀ ଦିନରେ ରାଜ୍ୟର ସବୁ ପଂଚାୟତରେ ଗୋଟିଏ ଲେଖାଏଁ ଏହି କେନ୍ଦ୍ର ଖୋଲିବ ବୋଲି ଘୋଷଣା କରିଛନ୍ତି। ଏହା ଦ୍ୱାରା ୮ହଜାର ଯୁବକଯୁବତୀଙ୍କୁ ଆତ୍ମନିଯୁକ୍ତି ସୁଯୋଗ ମିଳିବ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୩ହଜାରରୁ ଅଧିକ ‘ମୋ ସେବା କେନ୍ଦ୍ର’ ଏବଂ ଓଡ଼ିଶାୱାନ୍ ପୋର୍ଟାଲକୁ ଲୋକାର୍ପିତ କରି କହିଛନ୍ତି ଯେ, ବିଜୁ ପଟ୍ଟନାୟକଙ୍କ ଜନ୍ମ ଦିବସକୁ ରାଜ୍ୟ ସରକାର ପଂଚାୟତିରାଜ ଓ ଲୋକସେବା ଦିବସ ଭାବେ ପାଳନ କରୁଛନ୍ତି। ସେବା ଓ ସମ୍ମାନ ହେଉଛି ତାଙ୍କ ସରକାରର ମୂଳମନ୍ତ୍ର। ଗଣତନ୍ତ୍ରରେ ଲୋକ ହେଉଛନ୍ତି ମାଲିକ। ସେମାନଙ୍କୁ ସଶକ୍ତ କରିବା ଓ ସମ୍ମାନର ସହ ସେବା ଯୋଗାଇ ଦେଇ ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବା ରାଜ୍ୟ ସରକାରଙ୍କ ଲକ୍ଷ୍ୟ। ଏହି ଲକ୍ଷ୍ୟ ନେଇ ‘ଫାଇଭ-ଟି ଓ ମୋ ସରକାର’ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ସାଧାରଣ ଲୋକ ଯେପରି ସୁବିଧାରେ ଓ ସହଜରେ ବିଭିନ୍ନ ସରକାରୀ ସେବା ପାଇପାରିବେ ତା’ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି।

ବିଜୁବାବୁ ଚାହୁଁଥିଲେ, ଟେକ୍ନୋଲୋଜିର ସୁବିଧା ଗାଁ ଗାଁରେ ପହଂଚୁ,ବିଜ୍ଞାନର ସୁଫଳ ସାଧାରଣ ଲୋକର ସେବାରେ ଉପଯୋଗ ହେଉ ତା’ର ଜୀବନଧାରଣ ମାନରେ ଉନ୍ନତି ଆସୁ । ସେ ଦିଗରେ ‘ମୋ ସେବାକେନ୍ଦ୍ର’ ଏକ ବଳିଷ୍ଠ ପଦକ୍ଷେପ। ସାଧାରଣ ଲୋକେ ନିଜ ଘର ପାଖରେ ବିଭିନ୍ନ ପ୍ରକାରର ସରକାରୀ ସୁବିଧା ପାଇପାରିବେ ଓ ସେମାନଙ୍କୁ ଆଉ ବାରମ୍ବାର ଅଫିସ ଯିବାର ଆବଶ୍ୟକତା ରହିବ ନାହିଁ। କମ୍ପ୍ୟୁଟର ଜାଣିଥିବା ଲୋକମାନେ ଓଡ଼ିଶାୱାନ ପୋର୍ଟାଲ ମାଧ୍ୟମରେ ସେବା ପାଇପାରିବେ। ଏହି ଦୁଇ କାର୍ଯ୍ୟକ୍ରମ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରିବା ତଥା ସେବାର ଗୁଣାତ୍ମକ ମାନ ତଦାରଖ କରିବା ପାଇଁ ପ୍ରଶାସନକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ, ରାଜ୍ୟରେ ୨୦୧୨ ମସିହାରୁ ଲୋକସେବା ଅଧିକାର ଆଇନ କାର୍ଯ୍ୟକାରୀ ହେଉଥିଲେ ମଧ୍ୟ ସରକାରୀସ୍ତରରେ ତା’ର ନିୟମିତ ସମୀକ୍ଷା ହେଉନଥିବାରୁ ଲୋକମାନଙ୍କୁ ନିର୍ଦ୍ଦିଷ୍ଟ ଅବଧି ମଧ୍ୟରେ ସେବା ମିଳିବା ସମ୍ଭବପର ହୋଇପାରୁନି। ସରକାର ଏହି ଆଇନର କାର୍ଯ୍ୟକାରିତାକୁ ନେଇ ମଧ୍ୟ ସମ୍ପୂର୍ଣ୍ଣ ଚୁପ୍ ରହିଛନ୍ତି।

Related story