ଫାଟିଗଲା ମୋବାଇଲ୍‌, ବର୍ଷା ଗୁରୁତର ଆହତ

କୋରାପୁଟ (ସୂର୍ଯ୍ୟ ନାରାୟଣ ପଣ୍ଡା): ମୋବାଇଲ୍‌ ଫାଟିବାରୁ କୁନି ଝିଅ ବର୍ଷା ଗୁରୁତର ଆହତ ହୋଇଛି। ଗତକାଲି ବିଳମ୍ୱିତ ରାତିରେ ଏପରି ଅଭାବନୀୟ ଘଟଣା କୋରାପୁଟ୍‌ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ଅଞ୍ଚଳରେ ଘଟିଛି। ଏବେ କୁନି ଝିଅର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ରହିଛି। ଲକ୍ଷ୍ମୀପୁର ବ୍ଲକ ବିଲାଂସିଲ ଗାଁର ରୋହିତ ନାଚିକା ବର୍ଷେ ତଳେ ୧୫୦୦ ଟଙ୍କାରେ ଏକ ମୋବାଇଲ କିଣିଥିଲେ। ପ୍ରତ୍ୟେକ ଦିନ ଭଳି ରବିବାର ରାତିରେ ମୋବାଇଲ ଚାର୍ଜରେ ବସାଇ ଥିଲେ। ମୋବାଇଲ ଫୁଲ୍‌ […]

koraput

Manoranjan Sial
  • Published: Monday, 16 November 2020
  • , Updated: 16 November 2020, 07:32 PM IST

କୋରାପୁଟ (ସୂର୍ଯ୍ୟ ନାରାୟଣ ପଣ୍ଡା): ମୋବାଇଲ୍‌ ଫାଟିବାରୁ କୁନି ଝିଅ ବର୍ଷା ଗୁରୁତର ଆହତ ହୋଇଛି। ଗତକାଲି ବିଳମ୍ୱିତ ରାତିରେ ଏପରି ଅଭାବନୀୟ ଘଟଣା କୋରାପୁଟ୍‌ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ଅଞ୍ଚଳରେ ଘଟିଛି। ଏବେ କୁନି ଝିଅର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ରହିଛି।

ଲକ୍ଷ୍ମୀପୁର ବ୍ଲକ ବିଲାଂସିଲ ଗାଁର ରୋହିତ ନାଚିକା ବର୍ଷେ ତଳେ ୧୫୦୦ ଟଙ୍କାରେ ଏକ ମୋବାଇଲ କିଣିଥିଲେ। ପ୍ରତ୍ୟେକ ଦିନ ଭଳି ରବିବାର ରାତିରେ ମୋବାଇଲ ଚାର୍ଜରେ ବସାଇ ଥିଲେ। ମୋବାଇଲ ଫୁଲ୍‌ ଚାର୍ଜ ହେବା ପରେ ଖଟରେ ରଖିଥିଲେ। ରାତି ପ୍ରାୟ ୧ଟା ବେଳେ ହଠାତ୍‌ ମୋବାଇଲ୍‌ଟି ଫାଟି ଯାଇଥିଲା। ଫଳରେ ଖଟ ଉପରେ ଶୋଇଥିବା ସ୍ତ୍ରୀ ଓ ବର୍ଷକର ଝିଅ ବର୍ଷା ଆହତ ହୋଇଥିଲେ। ଝିଅର ଚିତ୍କାର ଶୁଣି ପରିବାର ଲୋକ ଉଠି ପଡ଼ିବାରୁ ମୋବାଇଲ୍‌ ଜଳୁଥିବା ଦେଖିବାକୁ ମିଳିଛି। ଝିଅର ମୁହଁ ପୂରା ପୋଡି ଯାଇଛି।

ବିଳମ୍ୱିତ ରାତି ହୋଇ ଯାଇଥିବାରୁ ପରିବାର ଲୋକେ ବର୍ଷାକୁ ତୋୟାପୁଟରେ ଜଣେ ବେସରକାରୀ ଡାକ୍ତରଙ୍କୁ ଦେଖାଇଥିଲେ। ରାତି ପାହିବା ପରେ ସୋମବାର ସକାଳେ ଝିଅଟିକୁ ଲକ୍ଷ୍ମୀପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ପ୍ରାଥମିକ ଚିକିତ୍ସା ପରେ କୁନି ଝିଅଟିକୁ କୋରାପୁଟ ସ୍ଥିତ ସହିଦ ଲକ୍ଷ୍ମଣ ନାଏକ ମେଡିକାଲ କଲେଜକୁ ସ୍ଥାନାନ୍ତରିତ କରାଯାଇଥିଲା। ଏବେ ପୂଜା ମେଡିକାଲ କଲେଜରେ ଚିକିତ୍ସିତ ହେଉଛନ୍ତି।

Related story