ସ୍ୱାସ୍ଥ୍ୟ ବିଭାଗର ଭ୍ରାମ୍ୟମାଣ ଗାଡ଼ିରେ ଚାଲିଛି ତାସ୍‌ଖେଳ

ମୁନିଗୁଡ଼ା(ନନ୍ଦକିଶୋର ପଟ୍ଟନାୟକ): ଗାଁ ଗାଁରେ ଲୋକଙ୍କ ପାଖରେ ସ୍ୱାସ୍ଥ୍ୟ ସେବା ଯୋଗାଇବା ପାଇଁ ସ୍ୱାସ୍ଥ୍ୟବିଭାଗ ତରଫରୁ ଭ୍ରାମ୍ୟମାଣ ଗାଡ଼ି ଯୋଗାଇ ଦିଆଯାଇଛି। ଏହି ଗାଡ଼ିରେ ଜଣେ ଡାକ୍ତର, ଫର୍ମାସିଷ୍ଟ ଓ ସେବିକା ଗାଁ ଗାଁ ବୁଲି ସ୍ୱାସ୍ଥ୍ୟସେବା ଦିଅନ୍ତି। ହେଲେ କିଛି ଖାମଖିଆଲୀ ସରକାରୀ କର୍ମଚାରୀଙ୍କ ଦାୟିତ୍ୱହୀନତା ଯୋଗୁ ସ୍ୱାସ୍ଥ୍ୟ ବିଭାଗ ଏବେ ହାଟରେ ପଡ଼ି ଦାଣ୍ଡରେ ଗଡୁଛି। ସ୍ୱାସ୍ଥ୍ୟସେବା ଯୋଗାଇବା ବଦଳରେ ଭ୍ରାମ୍ୟମାଣ ଗାଡିରେ କର୍ମଚାରୀମାନେ ବସି ତାସ ଖେଳୁଥିବା ଭିଡିଓ ଏବେ ସୋଶାଲ ମିଡିଆରେ […]

muniguda

Jyoshna Pradhan
  • Published: Tuesday, 30 July 2019
  • , Updated: 30 July 2019, 04:28 PM IST

ମୁନିଗୁଡ଼ା(ନନ୍ଦକିଶୋର ପଟ୍ଟନାୟକ): ଗାଁ ଗାଁରେ ଲୋକଙ୍କ ପାଖରେ ସ୍ୱାସ୍ଥ୍ୟ ସେବା ଯୋଗାଇବା ପାଇଁ ସ୍ୱାସ୍ଥ୍ୟବିଭାଗ ତରଫରୁ ଭ୍ରାମ୍ୟମାଣ ଗାଡ଼ି ଯୋଗାଇ ଦିଆଯାଇଛି। ଏହି ଗାଡ଼ିରେ ଜଣେ ଡାକ୍ତର, ଫର୍ମାସିଷ୍ଟ ଓ ସେବିକା ଗାଁ ଗାଁ ବୁଲି ସ୍ୱାସ୍ଥ୍ୟସେବା ଦିଅନ୍ତି। ହେଲେ କିଛି ଖାମଖିଆଲୀ ସରକାରୀ କର୍ମଚାରୀଙ୍କ ଦାୟିତ୍ୱହୀନତା ଯୋଗୁ ସ୍ୱାସ୍ଥ୍ୟ ବିଭାଗ ଏବେ ହାଟରେ ପଡ଼ି ଦାଣ୍ଡରେ ଗଡୁଛି। ସ୍ୱାସ୍ଥ୍ୟସେବା ଯୋଗାଇବା ବଦଳରେ ଭ୍ରାମ୍ୟମାଣ ଗାଡିରେ କର୍ମଚାରୀମାନେ ବସି ତାସ ଖେଳୁଥିବା ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହୋଇଛି। ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲା ବିଷମକଟକ ବ୍ଲକର  କୁରଲି ଅଞ୍ଚଳରେ। ସ୍ୱାସ୍ଥ୍ୟବିଭାଗର ଏକ  ଟିମ୍‌ ଗାଁକୁ ଯାଇ  ସ୍ୱାସ୍ଥ୍ୟସେବା ଯୋଗାଇଦେବା ବଦଳରେ  ଗାଡ଼ି ଭିତରେ ଜୁଆ ଆଡ୍ଡା ଜମାଇଥିବାର ଭିଡିଓ ଭାଇରାଲ ହେବାରେ ଲାଗିଛି।

ତେବେ ଏହି ଭିଡିଓ କେବେ ଶୁଟିଂ ହୋଇଛି ତାହା ଜଣାପଡ଼ି ନାହିଁ।

Related story