ପରୀକ୍ଷା କେନ୍ଦ୍ରକୁ ଯାଇପାରିବନି ମୋବାଇଲ ଫୋନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମାଟ୍ରିକ୍ ପ୍ରଶ୍ନପତ୍ର ଭାଇରାଲ ପରେ ଯୁକ୍ତ ଦୁଇ ପରୀକ୍ଷାକୁ କିଭଳି ଶୃଙ୍ଖଳିତ ଭାବେ ପରିଚାଳନା କରାଯିବ ସେ ନେଇ ଯୁକ୍ତ ଦୁଇ ପରିଷଦ ପକ୍ଷରୁ ଜାରି ହୋଇଛି ଗାଇଡ ଲାଇନ୍। ଏହି ୬ ସୂତ୍ରୀ ଗାଇଡ୍ ଲାଇନ୍‌ରେ ପରୀକ୍ଷା ସମୟରେ କେନ୍ଦ୍ରକୁ ମୋବାଇଲ ଓ ସ୍ମାର୍ଟ ଫୋନ୍ ନେବା ଉପରେ ରୋକ୍ ଲାଗିଛି। ଏପରିକି ପରୀକ୍ଷକମାନେ ମଧ୍ୟ ମୋବାଇଲ୍ ଫୋନ୍ ବ୍ୟବହାର କରିପାରିବେ ନାହିଁ। ପରୀକ୍ଷା କେନ୍ଦ୍ର ସୁରକ୍ଷା ଓ ସୁପରିଚାଳନା ପାଇଁ ସମସ୍ତ […]

mobil not allowed in to exam center

Rakesh Mallick
  • Published: Tuesday, 27 February 2018
  • , Updated: 27 February 2018, 08:47 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମାଟ୍ରିକ୍ ପ୍ରଶ୍ନପତ୍ର ଭାଇରାଲ ପରେ ଯୁକ୍ତ ଦୁଇ ପରୀକ୍ଷାକୁ କିଭଳି ଶୃଙ୍ଖଳିତ ଭାବେ ପରିଚାଳନା କରାଯିବ ସେ ନେଇ ଯୁକ୍ତ ଦୁଇ ପରିଷଦ ପକ୍ଷରୁ ଜାରି ହୋଇଛି ଗାଇଡ ଲାଇନ୍। ଏହି ୬ ସୂତ୍ରୀ ଗାଇଡ୍ ଲାଇନ୍‌ରେ ପରୀକ୍ଷା ସମୟରେ କେନ୍ଦ୍ରକୁ ମୋବାଇଲ ଓ ସ୍ମାର୍ଟ ଫୋନ୍ ନେବା ଉପରେ ରୋକ୍ ଲାଗିଛି। ଏପରିକି ପରୀକ୍ଷକମାନେ ମଧ୍ୟ ମୋବାଇଲ୍ ଫୋନ୍ ବ୍ୟବହାର କରିପାରିବେ ନାହିଁ। ପରୀକ୍ଷା କେନ୍ଦ୍ର ସୁରକ୍ଷା ଓ ସୁପରିଚାଳନା ପାଇଁ ସମସ୍ତ ବ୍ୟବସ୍ଥା ଗ୍ରହଣ କରିବା ଲାଗି ନିର୍ଦ୍ଦେଶ ରହିଛି। ଏଥିରେ ଖିଲାପ ହେଲେ କାର୍ଯ୍ୟାନୁଷ୍ଠାନ ନିଆଯିବ। ରାଜ୍ୟର ସମସ୍ତ ଯୁକ୍ତ ଦୁଇ କେନ୍ଦ୍ରର ସୁପରିଟେଣ୍ଡେଣ୍ଟଙ୍କ ଉଦ୍ଦେଶ୍ୟରେ ଏହି ଗାଇଡ୍ ଲାଇନ୍ ଜାରି କରାଯାଛି।

Related story