୩୫ ମୋବାଇଲର ଚୋର ଗିରଫ: କାଲି ଛପର ଫାଡି ନେଇଥିଲା, ଆଜି ଧରାପଡ଼ିଲା

Ordigital Desk
  • Published: Sunday, 10 June 2018
  • , Updated: 10 June 2018, 06:49 PM IST
<p>ଅନୁଗୋଳ (ବିରଜା ଦାସ): ପାଲଲହଡ଼ାର ମୁଖ୍ୟ ବଜାରର ଏକ ଦୋକାନରୁ ୩୫ଟି ମୋବାଇଲ ଚୋରି କରିବା ଅଭିଯୋଗରେ ଜଣେ ଯୁବକଙ୍କୁ ଧରି ପୋଲିସ ଜିମା ଦେଇଛନ୍ତି ଅଞ୍ଚଳବାସୀ। ଦୋକାନର ଟିଣ ଛାତ ତା଼ଡ଼ି ଗତରାତିରେ ଅଭିଯୁକ୍ତ ଜଣଙ୍କ ମୋବାଇଲ ଚୋରି କରିଥିଲା। ଏହି ଚୋରା ମୋବାଇଲ ବିକିବା ବେଳେ ଗାଁ ଲୋକଙ୍କ ହାବୁଡରେ ପଡ଼ି ଯାଇଥିଲା।</p> <p>ପୋଲିସ ଅଭିଯୁକ୍ତ ପାଖରୁ ୩୫ଟି ମୋବାଇଲ, ଚାର୍ଜର, ପେନ୍ ଡ୍ରାଇଭ ଜବତ କରିଛି। ଅଭିଯୁକ୍ତ ଜଣକ ତାଳଚେର ଅଞ୍ଚଳର ବୋଲି ଜଣାପଡ଼ିଛି। ଆଗରୁ ମଧ୍ୟ ସେ ଅନେକ ଥର ମୋବାଇଲ ଚୋରି କରି ଧରାପଡ଼ିଥିବା ପୋଲିସ କହିଛି। ତେବେ ମୋବାଇଲ ଚୋରିରେ ସେ କେବଳ ଏକା ସଂପୃକ୍ତ ନା ଆଉ କିଏ ଅଛନ୍ତି, ତା&rsquo;ର ଖୋଳତାଡ଼ କରୁଛି ପୋଲିସ।</p>

Related story