ମଙ୍ଗଳବାର କଟକ-ଭୁବନେଶ୍ୱରରେ ଗଡ଼ିବନି ‘ମୋ ବସ୍‌’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତାକଲି କଟକ-ଭୁବନେଶ୍ୱରରେ ଗଡ଼ିବନି ମୋ ବସ୍‌। ଚାଷୀ ଆନ୍ଦୋଳନ ଓ ଭାରତ ବନ୍ଦକୁ ଦୃଷ୍ଟିରେ ରଖି ‘ମୋ ବସ’ ନଚଳାଇବାକୁ କ୍ୟାପିଟାଲ୍‌ ରିଜିୟନ୍‌ ଅର୍ବାନ ଟ୍ରାନ୍ସପୋର୍ଟ‌(ସିଆର୍‌ୟୁଟି) ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଯାତ୍ରୀଙ୍କ ଅବଗତି ନିମନ୍ତେ କ୍ରୁଟ ପକ୍ଷରୁ ଟ୍ୱିଟ୍‌ କରି ସୂଚନା ଦିଆଯାଇଛି। 📢 NOTICE – In view of #BharatBandh on 8th Dec, #MoBus service will remain suspended.@MOBBY_MoBus — Capital Region Urban Transport (@CRUT_BBSR) December […]

mo-bus

Manoranjan Sial
  • Published: Monday, 07 December 2020
  • , Updated: 07 December 2020, 09:14 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତାକଲି କଟକ-ଭୁବନେଶ୍ୱରରେ ଗଡ଼ିବନି ମୋ ବସ୍‌। ଚାଷୀ ଆନ୍ଦୋଳନ ଓ ଭାରତ ବନ୍ଦକୁ ଦୃଷ୍ଟିରେ ରଖି ‘ମୋ ବସ’ ନଚଳାଇବାକୁ କ୍ୟାପିଟାଲ୍‌ ରିଜିୟନ୍‌ ଅର୍ବାନ ଟ୍ରାନ୍ସପୋର୍ଟ‌(ସିଆର୍‌ୟୁଟି) ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଯାତ୍ରୀଙ୍କ ଅବଗତି ନିମନ୍ତେ କ୍ରୁଟ ପକ୍ଷରୁ ଟ୍ୱିଟ୍‌ କରି ସୂଚନା ଦିଆଯାଇଛି।

https://twitter.com/CRUT_BBSR/status/1335961021760978944?s=20

କୃଷି ଆଇନକୁ ବିରୋଧ କରି ବିଭିନ୍ନ ଚାଷୀ ସଂଗଠନ ପକ୍ଷରୁ ମଙ୍ଗଳବାର ‘ଭାରତ ବନ୍ଦ’ ଡାକରା ଦିଆଯାଇଛି। ଚାଷୀଙ୍କ ଏହି ଆନ୍ଦୋଳନକୁ ବିଭିନ୍ନ ରାଜନୈତିକ ଦଳ ସମର୍ଥନ ଜଣାଇଛନ୍ତି। ଓଡ଼ିଶାରେ କଂଗ୍ରେସ ଓ ବାମ ଦଳ ଆନ୍ଦୋଳନକୁ ସମର୍ଥନ ଦେଇଛି। କିନ୍ତୁ ଶାସକ ବିଜେଡି ଆନ୍ଦୋଳନ ନେଇ ମୁହଁ ଖୋଲି ନାହିଁ। ତେବେ ବନ୍ଦକୁ ଦେଖି କ୍ରୁଟ୍‌ ତା’ର ସମସ୍ତ ରୁଟ୍‌ରେ ବସ୍‌ ଚଳାଚଳ ନକରିବାକୁ ନିଷ୍ପତ୍ତି ନେଇଛି।

Related story