ଏ ଯୁଗର ବଣ ମଣିଷ; ଉଲ୍ଲଗ୍ନ ହୋଇ ଜଙ୍ଗଲରେ ଘୂରି ବୁଲୁଛନ୍ତି  

ଲଇକେରା(ଦେବେନ୍ଦ୍ର ବେହେରା): ତାଙ୍କୁ ଦେଖିଲେ କିଏ ସିନେମାର ଟାର୍ଜନ କହୁଛି ତ ଆଉ କିଏ କହୁଛି ସେ ଏଯୁଗର ବଣ ମଣିଷ। ବଣ ଜଙ୍ଗଲରେ ଫଳମୂଳ ଖାଇ ଓ ଉଲ୍ଲଗ୍ନ ହୋଇ ପ୍ରାଚୀନ କାଳରେ ମଣିଷ ଯେଭଳି ଜୀବନ ଜୀଉଁଥିଲା, ଠିକ୍‌ ସେମିତି ଜୀବନ ବଞ୍ଚୁଛନ୍ତି ଝାରସୁଗୁଡ଼ା ଜିଲ୍ଲାର ଗୋପାଳ ନାଏକ। ପିଲାଟି ଦିନରୁ ନା ସେ ପୋଷାକ ପିନ୍ଧିଛନ୍ତି ନା ସ୍କୁଲ ବାରଣ୍ଡା ମାଡ଼ିଛନ୍ତି। ପୂରା ଘଟଣା ଏମିତି। ଝାରସୁଗୁଡା ଜିଲ୍ଲା ଲଇକେରା ବ୍ଲକ ଖୁନ୍ତାମାଲ […]

jjjjj

jjjjj

Manoranjan Sial
  • Published: Saturday, 14 March 2020
  • Updated: 14 March 2020, 09:01 PM IST

Sports

Latest News

ଲଇକେରା(ଦେବେନ୍ଦ୍ର ବେହେରା): ତାଙ୍କୁ ଦେଖିଲେ କିଏ ସିନେମାର ଟାର୍ଜନ କହୁଛି ତ ଆଉ କିଏ କହୁଛି ସେ ଏଯୁଗର ବଣ ମଣିଷ। ବଣ ଜଙ୍ଗଲରେ ଫଳମୂଳ ଖାଇ ଓ ଉଲ୍ଲଗ୍ନ ହୋଇ ପ୍ରାଚୀନ କାଳରେ ମଣିଷ ଯେଭଳି ଜୀବନ ଜୀଉଁଥିଲା, ଠିକ୍‌ ସେମିତି ଜୀବନ ବଞ୍ଚୁଛନ୍ତି ଝାରସୁଗୁଡ଼ା ଜିଲ୍ଲାର ଗୋପାଳ ନାଏକ। ପିଲାଟି ଦିନରୁ ନା ସେ ପୋଷାକ ପିନ୍ଧିଛନ୍ତି ନା ସ୍କୁଲ ବାରଣ୍ଡା ମାଡ଼ିଛନ୍ତି।

ପୂରା ଘଟଣା ଏମିତି। ଝାରସୁଗୁଡା ଜିଲ୍ଲା ଲଇକେରା ବ୍ଲକ ଖୁନ୍ତାମାଲ ପଞ୍ଚାୟତ ସୁଡୁଙ୍ଗ ଗାଁର ଉଦୟ ନାଏକ। ପତ୍ନୀ ଓ ୬ ପୁଅଝିଅଙ୍କୁ ନେଇ ପରିବାର। ଉଦୟଙ୍କ ତୃତୀୟ ପୁଅ ହେଉଛନ୍ତି ଗୋପାଳ। ପିଲାବେଳୁ ସେ ଡ୍ରେସ୍‌ ପିନ୍ଧୁନଥିଲେ। ଗୋପାଳଙ୍କୁ ତାଙ୍କ ମାଆ ଡ୍ରେସ୍‌ ପିନ୍ଧାଇଦେଲେ ସେ ଚିରି ଦେଉଥିଲେ। ତେବେ ଧୀରେ ଧୀରେ ଗୋପାଳଙ୍କ ବୟସ ବଢିବାରୁ ଲୁଗା ପିନ୍ଧିବା ଛାଡ଼ିଦେଲେ। ଏପରିକି ପରିବାର ଲୋକଙ୍କଠାରୁ ଦୂରେଇଗଲେ।

ସେ ଉଲ୍ଲଗ୍ନ ରହି ଘର ପାଖ ଦେଇ ବୋହି ଯାଇଥିବା ନାଳ ଓ ଝାଡ଼ି ଜଙ୍ଗଲରେ ଅଧିକ ସମୟ ଅତିବାହିତ କଲେ। ସେଠାରେ ସେ ଏକ କୁଡ଼ିଆ ନିର୍ମାଣ କରି ପୂରା ଦିନ ରହୁଥିଲେ। ଜଙ୍ଗଲଜାତ ଦ୍ରବ୍ୟ ଖାଇ ବଞ୍ଚୁଥିଲେ। କିନ୍ତୁ ସଞ୍ଜ ନଇଁଗଲେ ସେ ଘରକୁ ଫେରୁଥିଲେ। ଘରର ଯାବତିଅ କାମ କରୁଥିଲେ। ଏହା ଭିତରେ ଗୋପାଳ ୫୦ ବର୍ଷରେ ପଦାର୍ପଣ କଲେଣି। ବିନା ବସ୍ତ୍ରରେ ଘଞ୍ଚ ଜଙ୍ଗଲରେ ଘୂରି ବୁଲୁଛନ୍ତି ଗୋପାଳ।

ଗୋପାଳଙ୍କ ଏପରି ଆଚରଣ ଦେଖି ବାପା ଉଦୟ ନାଏକ ଓ ମାଆ ଉକିଆ ଭାଙ୍ଗି ପଡ଼ିଛନ୍ତି। ତାଙ୍କର ମୃତ୍ୟୁ ପରେ ଗୋପାଳ କଣ କରିବ ସେହି ଚିନ୍ତିତରେ ସେମାନେ ଅଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos