ସୋସିଆଲ୍‌ ମିଡିଆରେ ବିଜେପି ନେତ୍ରୀଙ୍କ ସହ ମୋଦିଙ୍କ ବିବାଦୀୟ ଫଟୋ

ଭୁବନେଶ୍ୱର(ଓଡିଶା ରିପୋର୍ଟର): ସୋସିଆଲ ମିଡ଼ିଆର ଦୂରୁପଯୋଗ କରାଯାଇ ଅନେକ ସମୟରେ ବିବାଦୀୟ ପୋଷ୍ଟ କରାଯାଉଥିବା ନେଇ ଅନେକ ଘଟଣା ଦେଖିବାକୁ ମିଳେ। ସଦ୍ୟ ଏହିପରି ଏକ ବିବାଦୀୟ ପୋଷ୍ଟ ଦେଖିବାକୁ ମିଳିଛି ଫେସବୁକରେ। ଓଡ଼ିଶା ବିଜେପିର ଅନ୍ୟତମ ପ୍ରମୁଖ ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାରଙ୍କ ସହ ପ୍ରଧାନମନ୍ତ୍ରୀଙ୍କର ଏକ ବିବାଦୀୟ ଫଟୋ ପୋଷ୍ଟ କରାଯାଇଛି। ସେଥିରେ “ସୁରଟ ବାଲି ସହ ମିଶନ ବିଜେପୁର” ଲେଖା ଯାଇଛି। ବିଜୁ ଜନତା ଦଳ ସୁକିନ୍ଦା ପକ୍ଷରୁ ଏପରି ବିବାଦୀୟ ପୋଷ୍ଟ କରାଯାଇଥିବାକୁ […]

333 copy

Rakesh Mallick
  • Published: Monday, 19 February 2018
  • , Updated: 19 February 2018, 10:47 PM IST

ଭୁବନେଶ୍ୱର(ଓଡିଶା ରିପୋର୍ଟର): ସୋସିଆଲ ମିଡ଼ିଆର ଦୂରୁପଯୋଗ କରାଯାଇ ଅନେକ ସମୟରେ ବିବାଦୀୟ ପୋଷ୍ଟ କରାଯାଉଥିବା ନେଇ ଅନେକ ଘଟଣା ଦେଖିବାକୁ ମିଳେ। ସଦ୍ୟ ଏହିପରି ଏକ ବିବାଦୀୟ ପୋଷ୍ଟ ଦେଖିବାକୁ ମିଳିଛି ଫେସବୁକରେ। ଓଡ଼ିଶା ବିଜେପିର ଅନ୍ୟତମ ପ୍ରମୁଖ ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାରଙ୍କ ସହ ପ୍ରଧାନମନ୍ତ୍ରୀଙ୍କର ଏକ ବିବାଦୀୟ ଫଟୋ ପୋଷ୍ଟ କରାଯାଇଛି। ସେଥିରେ "ସୁରଟ ବାଲି ସହ ମିଶନ ବିଜେପୁର" ଲେଖା ଯାଇଛି। ବିଜୁ ଜନତା ଦଳ ସୁକିନ୍ଦା ପକ୍ଷରୁ ଏପରି ବିବାଦୀୟ ପୋଷ୍ଟ କରାଯାଇଥିବାକୁ ଏହାକୁ ବିରୋଧ କରି ଅବିନାଶ ତିୱାରି ନାମକ ଜଣେ ବ୍ୟକ୍ତି ପୋଷ୍ଟ କରିଛନ୍ତି। ପୋଷ୍ଟରେ ଉଭୟ ପ୍ରଧାନମନ୍ତ୍ରୀ ଏବଂ ଜଣେ ନାରୀଙ୍କୁ ଅପମାନିତ କରାଯାଇଛି। ଏନେଇ ଜାଣିବାକୁ ବିଜୁ ଜନତା ଦଳ ସୁକିନ୍ଦା ପ୍ରୋଫାଇଲକୁ ଯିବାରେ ବାସ୍ତବରେ "ଯାଜପୁର ବ୍ରେକିଂ" ନାମକ ଏକ ଗ୍ରୁପରେ ଏପରି ବିବାଦୀୟ ପୋଷ୍ଟ ହୋଇଥିବା ଜଣାପଡ଼ିଛି। ସାଇବର ଅପରାଧ ନେଇ କଡ଼ା ଆଇନ ରହିଥିଲେ ମଧ୍ୟ ବାରମ୍ବାର ଏପରି ଘଟଣା ଘଟି ଚାଲିଛି। ଏହାକୁ ନେଇ ବଡ଼ ଧରଣର ବିବାଦ ଉପୁଜିବା ଅନୁମାନ କରାଯାଉଛି।

Related story